ଅମୃତସରରୁ ସଂଦିଗ୍ଧ ଆଇଏସଆଇ ଏଜେଣ୍ଟ ଗିରଫ, ଅସ୍ତ୍ରଶସ୍ତ୍ର ଜବତ

ସୀମାପାର ଚୋରା ଚାଲାଣ ଏବଂ ଆତଙ୍କୀ ନେଟୱାର୍କ ବିରୋଧରେ ଏକ ବଡ଼ ସଫଳତା ହାସଲ କରି, ଅମୃତସର ଗ୍ରାମୀଣ ପୋଲିସ ଘାରିଣ୍ଡା ପୋଲିସ ଷ୍ଟେସନ ନିକଟରୁ ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସଆଇ) ଏଜେନ୍ସି ସହିତ ଜଡିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।

punjab

ଅମୃତସର : ସୀମାପାର ଚୋରା ଚାଲାଣ ଏବଂ ଆତଙ୍କୀ ନେଟୱାର୍କ ବିରୋଧରେ ଏକ ବଡ଼ ସଫଳତା ହାସଲ କରି, ଅମୃତସର ଗ୍ରାମୀଣ ପୋଲିସ ଘାରିଣ୍ଡା ପୋଲିସ ଷ୍ଟେସନ ନିକଟରୁ ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସଆଇ) ଏଜେନ୍ସି ସହିତ ଜଡିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ପୋଲିସ ଏକ ଗ୍ଲକ୍ ୯ଏମଏମ ପିସ୍ତଲ, ଏକ .୩୦ କ୍ୟାଲିବର ପିସ୍ତଲ, ୩ଟି ମାଗାଜିନ୍ ଏବଂ ୨.୧୫ ଲକ୍ଷ ଟଙ୍କା ମୂଲ୍ୟର ନକଲି ଟଙ୍କା ମଧ୍ୟ ଜବତ କରିଛି। ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଗୌରବ ଯାଦବ କହିଛନ୍ତି ଯେ ଏହି ସାମଗ୍ରୀ ଆଇଏସଆଇ ଏଜେଣ୍ଟମାନେ ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପଠାଉଥିଲେ। ଡିଜିପି ଗୌରବ ଯାଦବ କହିଛନ୍ତି ଯେ ଗିରଫ ବ୍ୟକ୍ତିର ନାଁ ଜର୍ମାନ ସିଂ ଓ ତାକୁ ଆଇଏସଆଇ ପକ୍ଷରୁ ପଂଜାବରେ ଅସ୍ଥିରତା ସୃଷ୍ଟି କରିବାକୁ ପଠାଯାଇଥିଲା ।  ଅମୃତସରର ଘରିଣ୍ଡା ପୋଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ କରାଯାଇଛି ଏବଂ ଅଧିକ ତଦନ୍ତ ଚାଲିଛି।

ଗତ ଏପ୍ରିଲ ୧ରେ ମଧ୍ୟ ପଞ୍ଜାବ ପୁଲିସ ରାଜ୍ୟରେ ସକ୍ରିୟ ଥିବା ଆଇଏସଆଇର ଏକ ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ କରିଥିଲା ଓ ଏହି ମାମଲାରେ ଜୟବୀର ତ୍ୟାଗୀ ଜାଓ୍ବେଦ ନାମକ ଆତଙ୍କବାଦୀକୁ ଗିରଫ କରିଥିଲା । ସେ ଉତ୍ତର ପ୍ରଦେଶ (ୟୁପି)ର ସହାରନପୁରର ବାରୌଲି ଗ୍ରାମର ମୂଳନିବାସୀ ଏବଂ ଲୁଧିଆନାରେ ରହୁଥିଲା ପଞ୍ଜାବରେ ଆତଙ୍କବାଦୀ କାର୍ଯ୍ୟ ପାଇଁ ଆଇଏସଆଇ ତାକୁ ନିୟୋଜିତ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe