ଆଇଏସ୍‌ଆଇ ଏଜେଣ୍ଟ ସାଜିଥିବା ବ୍ରହ୍ମୋସ୍‌ ମିସାଇଲ୍‌ ୟୁନିଟର ବୈଜ୍ଞାନିକ ନିଶାନ୍ତକୁ ୩ ଦିନିଆ ରିମାଣ୍ଡରେ ନେଲା ଉତ୍ତରପ୍ରଦେଶ ଏଟିଏସ୍‌ 

Advertisment
ଆଇଏସ୍‌ଆଇ ଏଜେଣ୍ଟ ସାଜିଥିବା ବ୍ରହ୍ମୋସ୍‌ ମିସାଇଲ୍‌ ୟୁନିଟର ବୈଜ୍ଞାନିକ ନିଶାନ୍ତକୁ ୩ ଦିନିଆ ରିମାଣ୍ଡରେ ନେଲା ଉତ୍ତରପ୍ରଦେଶ ଏଟିଏସ୍‌ 

ନାଗପୁର: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ଗୋପନୀୟ ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରୁଥିବା ଅଭିଯୋଗରେ ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ ପ୍ରତିଷ୍ଠାନ (ଡିଆଡିଓ) ଅଧିନସ୍ଥ ନାଗପୁର ବ୍ରହ୍ମୋସ୍‌ ମିସାଇଲ୍‌ ୟୁନିଟରେ କାର୍ଯ୍ୟରତ ବୈଜ୍ଞାନିକ ନିଶାନ୍ତ ଅଗ୍ରଓ୍ଵାଲକୁ ୩ ଦିନ ପାଇଁ ରିମାଣ୍ଡରେ ନେବାକୁ ନାଗପୁରର ସେନନ୍ସ ଅଦାଲତ ଆଜି ଉତ୍ତରପ୍ରଦେଶ ଏଟିଏସ୍‌କୁ ଅନୁମତି ଦେଇଛନ୍ତି।

publive-image

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ନାଗପୁର ବ୍ରହ୍ମୋସ୍‌ ମିସାଇଲ୍‌ ୟୁନିଟରେ କାର୍ଯ୍ୟରତ ବୈଜ୍ଞାନିକ ନିଶାନ୍ତ ଅଗ୍ରଓ୍ଵାଲ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଇଣ୍ଟର- ସର୍ଭିସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ)ର ଜଣେ ଏଜେଣ୍ଟ ସାଜିବା ସହ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କୁ ନାଗପୁର ବ୍ରହ୍ମୋସ୍‌ ମିସାଇଲ୍‌ ୟୁନିଟର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଓ ଗୁପ୍ତ ତଥ୍ୟ ପ୍ରଦାନ କରି ଆସୁଥିଲା। ତେବେ, ନିଶାନ୍ତର ଗତିବିଧି ଓ କାର୍ଯ୍ୟକଳାପ କ୍ରମେ ସନ୍ଦେହଜନକ ହେବାରୁ ଉତ୍ତରପ୍ରଦେଶ ଆଣ୍ଟି ଟେରୋରିଷ୍ଟ ସ୍କାର୍ଡ (ଏଟିଏସ୍‌) ଗତ କିଛି ମାସ ଧରି ତା’ ଉପରେ ତୀକ୍ଷ୍ଣ ନଜର ରଖିଥିଲା। ଶେଷରେ ନିଶାନ୍ତକୁ ଆଜି ଉତ୍ତରପ୍ରଦେଶ ଏଟିଏସ୍‌ ଆଜି ମହାରାଷ୍ଟ୍ର ପୁଲିସ୍‌ ସହାୟତାରେ ଗିରଫ କରିଛି।

ଗିରଫ ଅଭିଯୁକ୍ତ ନିଶାନ୍ତ ଅଗ୍ରଓ୍ଵାଲର ଘର ଉତ୍ତରାଖଣ୍ଡରେ। ୨୦୧୭- ୧୮ରେ ଅଭିଯୁକ୍ତ ନିଶାନ୍ତ ଦେଶର ଶ୍ରେଷ୍ଠ ଯୁବ ବୈଜ୍ଞାନିକ ଭାବେ ମଧ୍ୟ ପୁରସ୍କୃତ ହୋଇଥିଲା। କେବଳ, ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ନୁହେଁ ବରଂ ପାକିସ୍ତାନ ସମେତ ଆଉ କିଛି ଦେଶ ପାଇଁ ମଧ୍ୟ ଅଭିଯୁକ୍ତ ନିଶାନ୍ତ ଗୁପ୍ତଚର ବୃତ୍ତି କରୁଥିବା ଏବେ ଉତ୍ତରପ୍ରଦେଶ ଆଣ୍ଟି ଟେରୋରିଷ୍ଟ ସ୍କାର୍ଡ (ଏଟିଏସ୍‌) ଜାଣିବାକୁ ପାଇଛି। ଏଥିସହ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ ଗୁପ୍ତଚର ବୃତ୍ତି କରିବାକୁ ଆଇଏସ୍‌ଆଇ ନିଶାନ୍ତକୁ ହନିଟ୍ରାପ୍‌ ଜରିଆରେ ଫସାଇଥିବା ମଧ୍ୟ ସନ୍ଦେହ କରୁଛି ଉତ୍ତରପ୍ରଦେଶ ଏଟିଏସ୍‌। ତେବେ, ରିମାଣ୍ଡ କାଳରେ ନିଶାନ୍ତ ଠାରୁ ସବୁ ସତ ଓଗାଳିବା ପାଇଁ ଯୋଜନା କରିଛି ଉତ୍ତରପ୍ରଦେଶ ଏଟିଏସ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe