ପାକିସ୍ତାନକୁ ଭାରତୀୟ ସେନା ସଂପର୍କିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରୁଥିବା ଆଇଏସ୍‌ଆଇ ଏଜେଣ୍ଟ୍‌ ଗିରଫ

Advertisment
ପାକିସ୍ତାନକୁ ଭାରତୀୟ ସେନା ସଂପର୍କିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରୁଥିବା ଆଇଏସ୍‌ଆଇ ଏଜେଣ୍ଟ୍‌ ଗିରଫ

Indiatoday

ପୋଖରନ୍‌: ଭାରତୀୟ ସେନାର ଗୁରୁତ୍ୱପୂର୍ଣ୍ଣ ମାନଚିତ୍ର ଏବଂ ଦଲିଲକୁ ପାକିସ୍ତାନକୁ ପଠାଉଥିବା ଅଭିଯୋଗରେ ରାଜସ୍ତାନର ପୋଖରାନ୍‌ଠାରୁ ଆଇଏସ୍‌ଆଇ ଏଜେଣ୍ଟ୍‌ ହବିବୁର୍‌ ରହମାନକୁ ଗିରଫ କରାଯାଇଛି। ଦିଲ୍ଳୀ ପୁଲିସ୍‌ ଏହି ଆଇଏସ୍‌ଆଇ ଏଜେଣ୍ଟ୍‌ ନାମରେ ଏକ ମାମଲା ରୁଜୁ କରିଥିବା ସୂଚନା ରହିଛି।

ରହମାନ ପାକିସ୍ତାନର ଆଇଏସଆଇର ଜଣେ ଏଜେଣ୍ଟ୍‌ ଏପରିକି ସେ ନିକଟ ଅତୀତରେ ପାକିସ୍ତାନ ଗସ୍ତ କରିଥିବା କଥା ମଧ୍ୟ ଦିଲ୍ଳୀ ପୁଲିସ୍‌ର ଅପରାଧିକ ଶାଖା ସୂଚନା ଦେଇଛି। ଏବେ ତାକୁ ଧରାଯାଇ ପଚରାଉଚରା କରାଯାଉଛି।

ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଞ୍ଚ ରହମାନ ନିକଟରୁ ସେନାର ଗୋପନୀୟ ଡକ୍ୟୁମେଣ୍ଟ ଏବଂ ମାନଚିତ୍ର ଉଦ୍ଧାର କରିଛି। ଅଭିଯୁକ୍ତର କହିବା କଥା ହେଲା ଆଗ୍ରାରେ ନିୟୋଜିତ ସେନା କର୍ମଚାରୀ ପରମଜିତ୍ କୌର ତାକୁ ଏହି ଦଲିଲ ଦେଇଛନ୍ତି।

ପରମଜିତ୍ କୌରଙ୍କୁ ବର୍ତ୍ତମାନ ଅଧିକାରୀମାନେ ପଚରାଉଚରା କରୁଛନ୍ତି ଏବଂ ଅଧିକ ତଦନ୍ତ ପାଇଁ ଖୁବ ଶୀଘ୍ର ଦିଲ୍ଲୀ ପୁଲିସକୁ ଏହି ମାମଲା ହସ୍ତାନ୍ତର କରାଯିବ ବୋଲି ସୂଚନା ରହିଛି।

ପିଟିଆଇ ରିପୋର୍ଟ ଅନୁଯାୟୀ ଦିଲ୍ଲୀ ପୁଲିସ କହିଛି ଯେ ରହମାନ ଗତ କିଛି ବର୍ଷ ହେବ ଚୁକ୍ତିଭିତ୍ତିକ ଭିତ୍ତିରେ ପୋଖରାନ ଆର୍ମି ବେସ କ୍ୟାମ୍ପକୁ ପନିପରିବା ଯୋଗାଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe