ବିଦେଶରେ ଖଲିସ୍ତାନୀଙ୍କୁ ଉସୁକାଉଛି ଆଇଏସଆଇ, ସତର୍କ ହେଲା ଭାରତୀୟ ଗୁଇନ୍ଦା ଏଜେନ୍ସି

Advertisment
ବିଦେଶରେ ଖଲିସ୍ତାନୀଙ୍କୁ ଉସୁକାଉଛି ଆଇଏସଆଇ, ସତର୍କ ହେଲା ଭାରତୀୟ ଗୁଇନ୍ଦା ଏଜେନ୍ସି

ନୂଆଦିଲ୍ଲୀ : ଉଗ୍ରବାଦୀ ପ୍ରଚାରକ ତଥା ଖଲିସ୍ତାନ ସମର୍ଥକ ଅମୃତପାଲ ସିଂହ ଫେରାର ହୋଇଯିବା ପରେ କେନ୍ଦ୍ରୀୟ ସୁରକ୍ଷା ଓ ଗୁଇନ୍ଦା ଏଜେନ୍ସି ଏବେ ବିଦେଶରେ ରହୁଥିବା ଖଲିସ୍ତାନୀ ସମର୍ଥକଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି । ଅମୃତପାଲଙ୍କ ଠାରୁ ଧ୍ୟାନ ହଟାଇବା ପାଇଁ ଆଇଏସଆଇର ନିର୍ଦ୍ଦେଶରେ ଭାରତୀୟ ଅନୁଷ୍ଠାନଗୁଡ଼ିକୁ ଟାର୍ଗେଟ୍ କରାଯାଉଛି ବୋଲି ଅନୁମାନ କରାଯାଉଛି। ବ୍ରିଟେନର ମାଞ୍ଚେଷ୍ଟର, ଲିଡ୍ସ,  ଓ କାନାଡାର ଟରୋଣ୍ଟୋ, ବ୍ରିଟିଶ କଲମ୍ବିଆ ଉପରେ ଭାରତୀୟ ଗୁଇନ୍ଦା ଏଜେନ୍ସିର ବିଶେଷ ନଜର ରହିଛି ।

ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପରେ ଭାରତୀୟ ସୁରକ୍ଷା ଓ ଗୁଇନ୍ଦା ଏଜେନ୍ସି ସତର୍କ ହୋଇପଡ଼ିଛନ୍ତି । କାରଣ ଅମୃତପାଲଙ୍କ ସମର୍ଥକମାନେ ବିଦେଶରେ ଥିବା ଅନ୍ୟ ଭାରତୀୟ ଅନୁଷ୍ଠାନଗୁଡ଼ିକୁ ଟାର୍ଗେଟ କରିବାକୁ ଚେଷ୍ଟା କରିବାର ଆଶଙ୍କା ରହିଛି । ବିଶେଷ କରି ବିଦେଶରେ ଥିବା ଗୁରୁଦ୍ୱାରଗୁଡ଼ିକୁ ଅମୃତପାଲ ସମର୍ଥକମାନେ ଢାଲ ଭାବେ ବ୍ୟବହାର କରୁଛନ୍ତି ଯେଉଁଠାରେ ସେମାନେ ଏକାଠି ହୋଇ ଭାରତ ବିରୋଧୀ ବାତାବରଣ ସୃଷ୍ଟି କରୁଛନ୍ତି। ଖାଲି ସେତିକି ନୁହେଁ, ଏହି ଲୋକଙ୍କ ମଧ୍ୟରେ ପୋଷ୍ଟର ବଣ୍ଟନ, ସୋସିଆଲ ମିଡିଆରେ ସମର୍ଥନ ପାଇଁ ମେସେଜ ଭାଇରାଲ କରିବା ଏବଂ ନିଜ ସମର୍ଥକଙ୍କୁ ଗୁରୁଦ୍ୱାରକୁ ନେବାରେ ଆଇଏସଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି କାରଣରୁ ଅମୃତପାଲ ସମର୍ଥକମାନେ ବିଦେଶରେ ବିକ୍ଷୋଭ ସମୟରେ ମୁହଁ ଲୁଚାଇ ରଖନ୍ତି, ଯାହାଦ୍ୱାରା କେହି ସେମାନଙ୍କୁ ଚିହ୍ନି ପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe