ଆତଙ୍କବାଦୀଙ୍କୁ ସହାୟତା ଦେଉଛି ଆଇଏସ୍‌ଆଇ: ଆମେରିକା

Advertisment
ଆତଙ୍କବାଦୀଙ୍କୁ ସହାୟତା ଦେଉଛି ଆଇଏସ୍‌ଆଇ: ଆମେରିକା

ଓ୍ଵାସିଂଟନ: ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ ଆଇ ଆତଙ୍କବାଦୀ ଗୋଷ୍ଠୀ ସହ ସଂପର୍କ ଓ ତାଳମେଳ ରଖି କାମ କରୁଛି ବୋଲି ଆମେରିକା ସେନାର ବରିଷ୍ଠ ଜେନେରାଲ ଜୋସେଫ୍‌ ଡନ୍‌ ଫୋର୍ଡ କହିଛନ୍ତି। ପାକିସ୍ତାନୀ ଗୁଇନ୍ଦାମାନେ ଆତଙ୍କବାଦୀ ନେଟ୍‌ ଓ୍ଵର୍କକୁ ସୁରକ୍ଷା ଦେବାପାଇଁ ଭିତ୍ତିଭୂମି ସୃଷ୍ଟି କରୁଛନ୍ତି ଏବଂ ଆତଙ୍କର କାୟା ବିସ୍ତାରରେ ସହଯୋଗ କରୁଛନ୍ତି ବୋଲି ଡନ୍‌ଫୋର୍ଡ କହିଛନ୍ତି। ପୂର୍ବରୁ ଭାରତ ଏବଂ ଆଫଗାନିସ୍ତାନ ବହୁବାର ଏ ସଂପର୍କରେ ବିଭିନ୍ନ ଫୋରମ୍‌ରେ ସ୍ପଷ୍ଟ କରିଥିଲେ ମଧ୍ୟ ଆମେରିକା ଏଥିପ୍ରତି ଗୁରୁତ୍ୱ ଦେଇନଥିଲା।

ଏବେ ଆମେରିକା ଏହାକୁ ସ୍ୱୀକାର କରି ଆଇଏସ୍‌ଆଇର ମୁଖା ଖୋଲି ଦେଇଥିବାରୁ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି । ଆମେରିକା ସିନେଟ୍‌ର ବୈଦେଶିକ ବ୍ୟାପାର କମିଟିରେ ନିଜ ମତ ଉପସ୍ଥାପନ କରି ଡନ୍‌ଫୋର୍ନ କହିଛନ୍ତି ଯେ ଆଇଏସ୍‌୍‌ଆଇ ତାଲିବାନକୁ ସମସ୍ତ ସହାୟତା ଯୋଗାଇ ଦେଉଛି ଏବଂ ଏହି କାରଣରୁ ଆଫଗାନ ସୁରକ୍ଷା ସ୍ଥିତି ଜଟିଳ ହେଉଛି । ପାକିସ୍ତାନ ଆତଙ୍କବାଦୀଙ୍କୁ ସୁରକ୍ଷା ଦେବାନେଇ ତା’ର ନୀତିରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ, ଅନ୍ୟଥା ଏହା ଅସ୍ଥିରତା ବଢ଼ାଇବ ବୋଲି ସେ କହିଛନ୍ତି। ଆତଙ୍କବାଦୀ ଗୋଷ୍ଠୀକୁ ସହାୟତା ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ ପାକିସ୍ତାନକୁ ପୂର୍ବରୁ କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଥିଲେ। ପାକିସ୍ତାନ ଏହି ଅଭିଯୋଗକୁ ଖଣ୍ଡନ କରି ନିଜକୁ ସର୍ବାଧିକ ପୀଡ଼ିତ ରାଷ୍ଟ୍ର ଭାବେ ଦର୍ଶାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe