‘ହାଲ୍‌’ କର୍ମଚାରୀଙ୍କୁ ‘ହନିଟ୍ରାପ୍‌’ କରାଇବାକୁ ଆଇଏସ୍‌ଆଇ ଯୋଜନା କରିଥିଲା

Advertisment

ମଡେଲଙ୍କ ନାମରେ ସୋସିଆଲ୍‌ ମିଡିଆରେ ଖୋଲିଥିଲା ଜାଲ୍‌ ଆକାଉଣ୍ଟ: ଏଟିଏସ୍‌

ମଡେଲଙ୍କ ନାମରେ ସୋସିଆଲ୍‌ ମିଡିଆରେ ଖୋଲିଥିଲା ଜାଲ୍‌ ଆକାଉଣ୍ଟ: ଏଟିଏସ୍‌

‘ହାଲ୍‌’ କର୍ମଚାରୀଙ୍କୁ ‘ହନିଟ୍ରାପ୍‌’ କରାଇବାକୁ ଆଇଏସ୍‌ଆଇ ଯୋଜନା କରିଥିଲା

India TV News

ନୂଆଦିଲ୍ଲୀ : ‘ହାଲ୍‌’ କର୍ମଚାରୀଙ୍କୁ ‘ହନିଟ୍ରାପ୍‌’ କରିବାକୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ‘ଆଇଏସ୍‌ଆଇ’ କିଛି ମଡେଲଙ୍କ ନାମରେ ସୋସିଆଲ୍‌ ମିଡିଆରେ ଜାଲ୍‌ ଆକାଉଣ୍ଟ ଖୋଲିଥିଲା। ଆଇଏସ୍‌ଆଇ ସମ୍ପୃକ୍ତ ଛଦ୍ମ ମହିଳାଙ୍କ ନାମରେ ବିଭିନ୍ନ ଆକର୍ଷଣୀୟ ଫଟୋ ସେୟା‌ର କରି ‘ହାଲ୍‌’ କର୍ମଚାରୀଙ୍କୁ ପ୍ରଲୋଭିତ କରିଥିଲା ବୋଲି ଏଟିଏସ୍‌ (ଆଣ୍ଟି ଟେରରିଜିମ୍‌ ସ୍କ୍ବାଡ୍‌) କହିଛି।

‘ହାଲ୍‌’ର ଗୁପ୍ତ ତଥ୍ୟ ପ୍ରଘଟ କରିବା ଅଭିଯୋଗରେ ଗତ ମାସରେ ମହାରାଷ୍ଟ୍ର ଏଟିଏସ୍‌ ମହାରାଷ୍ଟ୍ରର ଓଜାର୍‌ ୟୁନିଟ୍‌ରେ କାର୍ଯ୍ୟରତ ଜଣେ ୪୧ ବର୍ଷୀୟ ସହକାରୀ ସୁପରଭାଇଜର ଦୀପକ ଶୀର୍ଷାତଙ୍କୁ ଗିରଫ କରିଥିଲା। ବ୍ରିଟେନ୍‌ର ଜଣେ ମଡେଲ୍‌ଙ୍କ ଦ୍ବାରା ପ୍ରଲୋଭିତ ହୋଇ ସମ୍ପୃକ୍ତ ‘ହାଲ୍‌’ ଅଫିସର ସୁଖୋଇ ଜେଟ୍‌ ସମ୍ପର୍କ‌ରେ ଅନେକ ଗୁରୁତ୍ବପୂର୍ଣ୍ଣ ଗୁପ୍ତ ତଥ୍ୟ ପ୍ରଘଟ କରିଦେଇଥିଲେ। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ମହିଳାଙ୍କ ନାମରେ ଏଭଳି ଜାଲ୍‌ ଆକାଉଣ୍ଟ ଖୋଲି ଭାରତର ପ୍ରତିରକ୍ଷା ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିବାକୁ ଯୋଜନା କରୁଛି ବୋଲି ଏଟିଏସ୍‌ ସ୍ପଷ୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe