ଆଇଏସ୍‌ଆଇ ଟାର୍ଗେଟ୍‌ରେ ଭାରତୀୟ ସେନା କର୍ମଚାରୀ

Advertisment
କରୋନା ମହାମାରୀ ସୁଯୋଗ ନେଇ ବିଶ୍ୱବ୍ୟାପୀ ଆକ୍ରମଣ କରିବାକୁ ନିଜର ଅନୁଗାମୀମାନଙ୍କୁ ଅଲକାଇଦା, ଆଇଏସର ଆହ୍ୱାନ

photo-zeenews

ନୂଆଦିଲ୍ଲୀ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଲଗାତାର ଭାରତୀୟ ସେନା କର୍ମଚାରୀଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ୍‌ କରୁଛି ଏବଂ ପ୍ରତିରକ୍ଷା ସଂକ୍ରାନ୍ତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରୁଛି। ନିକଟରେ ପାକ୍‌ ଗୁଇନ୍ଦା ସଂସ୍ଥା ଦ୍ବାରା ସ୍ବତଃପ୍ରବୃତ୍ତ ଭାବେ ଜଣେ ଭାରତୀୟ ସେନା ଅଧିକାରୀଙ୍କୁ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ସାମିଲ କରିଥିବା ଜଣାପଡ଼ିବା ପରେ ଏ ଦିଗରେ କଡ଼ା ସତର୍କତା‌ ଅବଲମ୍ବନ କରାଯାଇଛି। ପାକିସ୍ତାନୀ ନମ୍ବର ଥିବା ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଆଡ୍‌ ହୋଇଥିବା ସେନା ଅଧିକାରୀ ଉପସ୍ଥିତ ବୁଦ୍ଧି ଖଟାଇ ଏଥିରୁ ଓହରି ଯାଇଥିଲେ। କିନ୍ତୁ ଗ୍ରୁପ୍‌ ଛାଡ଼ିବା ପୂର୍ବରୁ ସେ ଏହି ସ୍କ୍ରିନ୍‌ସଟ୍‌ ନେଇଥିଲେ। ପରେ ତଦନ୍ତରୁ ଜଣାପଡ଼ିଥିଲା ଯେ ଏହି ଗ୍ରୁପ୍‌ ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଦ୍ବାରା ପରିଚାଳିତ। ତେଣୁ ଭାରତୀୟ ସେନା ସଦସ୍ୟଙ୍କୁ ସେମାନଙ୍କ ହ୍ବାଟ୍ସଆପ୍‌ ସେଟିଙ୍ଗ୍‌ ବଦଳାଇବାପାଇଁ କୁହାଯାଇଛି। ଏନେଇ ଭାରତୀୟ ସେନା ପକ୍ଷରୁ ଏକ ନିର୍ଦ୍ଦେଶାବଳୀ ଜାରି ହୋଇଛି। ସେନା ଅଧିକାରୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନେ କେବଳ ସେମାନଙ୍କ ନିଜ କଣ୍ଟାକ୍ଟ ଲିଷ୍ଟ୍‌ରେ ଥିବା ଲୋକମାନଙ୍କୁ ଗ୍ରୁପ୍‌ରେ ଆଡ୍‌ କରିବେ ଅନ୍ୟଥା ଗ୍ରୁପ୍‌ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe