ଜେଲ୍‌ରେ ଆଇଏସ୍ଆଇଏସ୍ ଆକ୍ରମଣ, ୮ କଏଦୀ ନିହତ

ରୁଷିଆର ଏକ ଜେଲରୁ ଏବେ ଏକ ନୂଆ ଖବର ସାମ୍ନାକୁ ଆସିଛି। ଜେଲରେ ଥିବା କଏଦୀମାନଙ୍କ ମଧ୍ୟରେ ହିଂସାକାଣ୍ଡ ଘଟିଛି। ଏହି ହିଂସାରେ ୮ ଜଣ କଏଦୀଙ୍କ ଜୀବନ ଯାଇଛି। ଆକ୍ରମଣକାରୀ କଏଦୀମାନେ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ର ବୋଲି କୁହାଯାଉଛି।

ଅଦ୍ୟତନ ହୋଇଛି
Russia jail unrest

ମସ୍କୋ: ରୁଷିଆ-ୟୁକ୍ରେନ ଯୁଦ୍ଧ କେବଳ ସୀମାରେ ନୁହେଁ  ଉଭୟ ଦେଶର ଆଭ୍ୟନ୍ତର‌ରେ ମଧ୍ୟ ଦେଖିବାକୁ ମିଳୁଛି। ରୁଷିଆର ଏକ ଜେଲରୁ ଏବେ ଏକ ନୂଆ ଖବର ସାମ୍ନାକୁ ଆସିଛି। ଜେଲରେ ଥିବା କଏଦୀମାନଙ୍କ ମଧ୍ୟରେ ହିଂସାକାଣ୍ଡ ଘଟିଛି।  ଏହି ହିଂସାରେ ୮ ଜଣ କଏଦୀଙ୍କ ଜୀବନ ଯାଇଛି।  ଆକ୍ରମଣକାରୀ କଏଦୀମାନେ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ର ବୋଲି କୁହାଯାଉଛି। ମୁସଲମାନମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରତିଶୋଧ ନେବାକୁ ଏଭଳି ଘୃଣ୍ୟ କାର୍ଯ୍ୟ କରାଯାଇଥିବା ଅଭିଯୋଗ ହୋଇଛି।

ରୁଷିଆର ଭୋଲଗୋଗ୍ରାଡରେ ଅବସ୍ଥିତ ଏକ ଜେଲ୍‌ର କିଛି କଏଦୀ ନିଜ ମଧ୍ୟରେ ସଂଘର୍ଷ କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜେଲ୍‌ରେ ଏକ ଅନୁଶାସନ ବୈଠକ ଚାଲିଥିଲା। ଏହି ସମୟରେ, ଆଇଏସ୍‌ଆଇଏସ୍‌ର ୪ ଜଣ ସଦସ୍ୟ ଛୁରୀ ଧରି କିଛି କଏଦୀଙ୍କୁ ଆକ୍ରମଣ କରିଥିଲେ।

ଆକ୍ରମଣକାରୀମାନେ ରାମଜିଦ୍ଦିନ ତୋଶୋଭ, ରୁସ୍ତାମଚନ୍ ଭାନୁରୁଜି, ନାଜିରଚନ୍ ତୋଶୋଭ ଏବଂ ତୈମୁର ଖୁସିନୋଭ ବୋଲି ଜଣାପଡିଛି। ଏହି ଚାରି ଅଭିଯୁକ୍ତ ଉଜବେକିସ୍ତାନ ଏବଂ ତାଜିକିସ୍ତାନର ବାସିନ୍ଦା। ଅଭିଯୁକ୍ତମାନେ କେବଳ ଜେଲର ଅନ୍ତେବାସୀ ନୁହଁନ୍ତି କର୍ମଚାରୀଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୪ଜଣ ଜେଲ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିଲେ। ଆକ୍ରମଣକାରୀମାନେ ୮ ଜଣ ଅନ୍ତେବାସୀ ଏବଂ ୪ ବନ୍ଧୁଙ୍କୁ ମଧ୍ୟ ବନ୍ଧକ କରିଥିଲେ।

ରୁଷିଆର ଜେଲ୍‌ରେ ଏହି ହିଂସାର ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋଗୁଡ଼ିକରେ ଦେଖିବାକୁ ମିଳୁଛି ଘେରାବନ୍ଦୀ ସତ୍ତ୍ବେ ଜଣେ ବ୍ୟକ୍ତି ହାତରେ ଛୁରୀ ଧରି ସୁରକ୍ଷାକର୍ମୀଙ୍କ ନିକଟରେ ଠିଆ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ରକ୍ତରେ ଭିଜା ଶରୀର ତଳେ ପଡ଼ିଛି। ଗୋଟିଏ ଭିଡିଓରେ ଆକ୍ରମଣକାରୀ ରକ୍ତରେ ଭିଜି ଯାଇଥିବା ଜଣେ  ବ୍ୟକ୍ତିଙ୍କ ନିକଟରେ ବସିଛନ୍ତି।

ଆକ୍ରମଣକାରୀମାନେ ଦାବି କରିଛନ୍ତି ଯେ ମୁସଲମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରତିଶୋଧ ନେବାକୁ ସେମାନେ ଏହି କାଣ୍ଡ ଭିଆଇଛନ୍ତି। ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ସ୍ୱତନ୍ତ୍ର ରୁଷିଆ ବାହିନୀଙ୍କୁ ଜେଲ୍‌ ନିକଟରେ ମୁତୟନ କରାଯାଇଛି। ସେମାନେ ଜେଲ୍‌ ଭିତର ଏବଂ ବାହାର କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିଛନ୍ତି।

ଅଧିକ ପଢ଼ନ୍ତୁ: https://sambad.in/india-and-beyond/rape-case-against-mp-mla-pending-trial-against-16-peoples-1184034/

ଅଧିକ ପଢ଼ନ୍ତୁ:https://sambad.in/india-and-beyond/israel-is-using-the-hunger-of-gazas-hungry-as-a-weapon-of-war-un-expresses-concern-1134634/

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe