ପିଏଫଆଇ ନିଷିଦ୍ଧ ହେବା ବାହାନାରେ ଭାରତୀୟ ଯୁବକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରୁଛି ଆଇଏସ

Advertisment
ପିଏଫଆଇ ନିଷିଦ୍ଧ ହେବା ବାହାନାରେ ଭାରତୀୟ ଯୁବକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରୁଛି ଆଇଏସ

india tv

ନୂଆଦିଲ୍ଲୀ: ଭାରତରେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ନିଷିଦ୍ଧ ଘୋଷିତ ହେବା ପରେ ତାହାର ବାହାନାରେ ଭାରତୀୟ ଯୁବକ ମାନଙ୍କୁ ନିଜ ସଂଗଠନକୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛି ଆତଙ୍କବାଦୀ ସଂଗଠନ ଇସ୍ଲାମିକ୍ ଷ୍ଟେଟ୍ ବା ଆଇଏସ ।

ଏ ସଂପର୍କରେ ସୂଚନା ମିଳିବା ମାତ୍ରେ ଭାରତୀୟ ଗୁଇନ୍ଦା ଓ ସୁରକ୍ଷା ଏଜେନ୍ସି ମାନେ ସତର୍କ ହୋଇଉଠିଛନ୍ତି । ଭାରତରେ ଏହି ଷଡ଼ଯନ୍ତ୍ର ବ୍ୟବସ୍ଥା ପଛରେ କାହାର ହାତ ରହିଛି ତାହା ଏଜେନ୍ସିମାନେ ଖୋଜୁଛନ୍ତି ।

ଆଇଏସ୍ ଆଇଏସ୍ ତା'ର ପ୍ରଚାର ପତ୍ରିକା 'ଭଏସ୍ ଅଫ୍ ଖୋରାସାନ୍'ରେ ୪ ପୃଷ୍ଠାର ଏକ ପ୍ରମୁଖ ପ୍ରଚାର ପ୍ରବନ୍ଧ ପ୍ରକାଶ କରିଛି, ଯେଉଁଥିରେ ସେ ପିଏଫଆଇ ଏବଂ ସିମିକୁ ଦୃଢ଼ ସମର୍ଥନ କରିବା ସହ ଭାରତର ଯୁବକମାନଙ୍କୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଅତ୍ୟାଚାରରୁ ରକ୍ଷା ପାଇବାକୁ ଆଇଏସର କଳା ପତାକା ତଳକୁ ଆସିବାକୁ କୁହାଯାଇଛି । ଆଇଏସ ଭାରତୀୟ ରାଜନୈତିକ ଦଳ ଏବଂ ସେମାନଙ୍କ ସହ ଜଡ଼ିତ ସଂଗଠନଗୁଡ଼ିକୁ ମଧ୍ୟ ଟାର୍ଗେଟ କରିଛି । ଭାରତରେ ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ଭାରତୀୟ ମୁସଲମାନମାନଙ୍କୁ ଦକ୍ଷିଣ ଆଫ୍ରିକାରୁ ଶିକ୍ଷା ଗ୍ରହଣ କରି କଳା ପତାକା ତଳେ ଆସିବାକୁ ଆଇଏସ୍ ଆଇଏସ୍ ଅନୁରୋଧ କରିଛି ।

ଭାରତ ସରକାର ଗତବର୍ଷ ପିଏଫଆଇକୁ ୫ ବର୍ଷ ପାଇଁ ନିଷିଦ୍ଧ ଘୋଷଣା କରିଥିଲେ । ଏହା ସହିତ ପିଏଫଆଇର ବିଭିନ୍ନ କର୍ମକର୍ତ୍ତାମାନଙ୍କୁ ଗିରଫ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe