ଭାରତ ପାଇଁ ସତର୍କ ଘଣ୍ଟି, ଆଫଗାନିସ୍ତାନ ଆଡକୁ ମୁହାଁଇଛି ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌

କରୋନା ମହାମାରୀ ସୁଯୋଗ ନେଇ ବିଶ୍ୱବ୍ୟାପୀ ଆକ୍ରମଣ କରିବାକୁ ନିଜର ଅନୁଗାମୀମାନଙ୍କୁ ଅଲକାଇଦା, ଆଇଏସର ଆହ୍ୱାନ

photo-zeenews

ନୂଆଦିଲ୍ଲୀ : ଅକ୍ଟୋବର ମାସରେ କୁଖ୍ୟାତ ଆତଙ୍କବାଦୀ ତଥା ଇସ୍‌ଲାମିକ୍‌ ଷ୍ଟେଟ୍‌ ମୁଖ୍ୟ ଅବୁ ବକ୍ର ଅଲ ବାଗଦାଦି ନିହତ ହେବା ପରେ ଇସ୍ଲାମିକ ଷ୍ଟେଟ ଆଫଗାନିସ୍ତାନ ଆଡକୁ ମୁହାଁଇଛି । ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ଅପସାରଣ କରୁଥିବା ତାହାର ସୁଯୋଗ ନେଇ ଆଇଏସ ଏଠାକୁ ନିଜର ଘାଟି ଭାବେ ଗଢିବାକୁ ଉଦ୍ୟମ ଆରମ୍ଭ କରିଦେଇଛି ବୋଲି ଇରାନର ବୈଦେଶିକ ମନ୍ତ୍ରୀ ଜାଭେଦ ଜାରିଫ କହିଛନ୍ତି । ସେ କହିଛନ୍ତି ଯେ ଏହା ଭାରତ ପାଇଁ ମଧ୍ୟ ଏକ ସତର୍କ ଘଣ୍ଟି ।

କେବଳ ଭାରତ ନୁହେଁ, ଏହା ଚୀନ, ଇରାନ, ପାକିସ୍ତାନ ଓ ଋଷିଆ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି । ସେ କହିଛନ୍ତି ଯେ ଆଫଗାନିସ୍ତାନରେ ଥିବା ଆଇଏସ ଆତଙ୍କବାଦୀମାନେ ଉଜବେକିସ୍ତାନ ଓ ତାଜିକିସ୍ତାନରେ ଆକ୍ରମଣ ଘଟାଉଛନ୍ତି ।
ଗତ ଅକ୍ଟୋବର ମାସରେ ସିରିୟାର ଇବିବରେ ଆମେରିକା ସେନା ଚଳାଇଥିବା ମିଳିତ ଅପରେସନରେ ବାଗଦାଦି ନିହତ ହୋଇଥିଲା । ଏବେ ବାଗଦାଦିର ମୃତ୍ୟୁ ପରେ ତା’ର ସ୍ଥାନ ପୂରଣ କରିଛି ପୂର୍ବ ସେନା ଅଧିକାରୀ ତଥା ଇସ୍ଲାମିକ୍ ଷ୍ଟେଟ୍ର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକର୍ତ୍ତା ଅବ୍ଦୁଲ୍ଲା କର୍ଦାସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe