ଅଗଷ୍ଟ ୧୫ରେ ଆକ୍ରମଣର ଯୋଜନା କରୁଥିବା ଆତଙ୍କବାଦୀକୁ ଗିରଫ କଲା ୟୁପି ଏଟିଏସ

Advertisment
ଅଗଷ୍ଟ ୧୫ରେ ଆକ୍ରମଣର ଯୋଜନା କରୁଥିବା ଆତଙ୍କବାଦୀକୁ ଗିରଫ କଲା ୟୁପି ଏଟିଏସ

aajtak

ନୂଆଦିଲ୍ଲୀ: ଦେଶରେ ସ୍ୱାଧୀନତା ଦିବସ ପୂର୍ବରୁ ବିସ୍ଫୋରଣ ଯୋଜନା କରୁଥିବା ଜଣେ ଆଇଏସଆଇଏସ ସନ୍ଦିଗ୍ଧଙ୍କୁ ଆଜମଗଡରୁ ଉତ୍ତରପ୍ରଦେଶ ଏଟିଏସ ଦଳ ଗିରଫ କରିଛି। ସନ୍ଦିଗ୍ଧଙ୍କ ନାମ ସବାଉଦ୍ଦିନ ଆଜମୀ ବୋଲି ଜଣାପଡ଼ିଥିବା ବେଳେ ସେ ଆଇଏସଆଇଏସର ନିଯୁକ୍ତିଦାତାଙ୍କ ସହ ସିଧାସଳଖ ଯୋଗାଯୋଗରେ ଥିଲେ ବୋଲି ସାମ୍ନାକୁ ଆସିଛି। ଏହା ସହ ୟୁପି ଏଟିଏସ ସବାଉଦ୍ଦିନଙ୍କଠାରୁ ଆଇଡି ତିଆରି ସାମଗ୍ରୀ ମଧ୍ୟ ଜବତ କରିଥିବା କୁହାଯାଉଛି।

ଅଭିଯୁକ୍ତ ଗିରଫ ହେବା ପରେ ତାଙ୍କୁ ଏଟିଏସ୍ ମୁଖ୍ୟାଳୟକୁ ପଚରାଉଚରା ପାଇଁ ଅଣାଯାଇଥିଲା। ମୋବାଇଲ୍ ତଥ୍ୟ ଅନୁସନ୍ଧାନ କରିବା ପରେ, ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ପାଇଁ ଏକ ଟେଲିଗ୍ରାମ ଚ୍ୟାନେଲ ଦ୍ବାରା ସନ୍ଦିଗ୍ଧ ଆତଙ୍କବାଦୀ ମୁସଲମାନ ଯୁବକମାନଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପ କରିବାକୁ ଉସୁକାଉଥିବା ଜଣାପଡ଼ିଥିଲା। ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀ ଏଆଇଏମଆଇଏମର ସଦସ୍ୟ ବୋଲି ଜଣାପଡ଼ିଛି।

ୟୁପି ଏଟିଏସ୍ ସହଯୋଗୀ ଏଜେନ୍ସିରୁ ସୂଚନା ପାଇଥିଲା ଯେ ଆଜାମଗଡର ଆମିଲୋ ମୁବାରକପୁରରେ ଜଣେ ବ୍ୟକ୍ତି ଆଇଏସ୍ ଆଦର୍ଶ ଦ୍ୱାରା ପ୍ରଭାବିତ ହୋଇ ହ୍ବାଟସ୍ ଆପ୍ ଏବଂ ବିଭିନ୍ନ ସୋସିଆଲ୍ ମିଡିଆ ଆପ୍ ମାଧ୍ୟମରେ ଜିହାଦି ଆଦର୍ଶର ପ୍ରଚାର ପ୍ରସାର କରୁଛି। ସେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଆଇଏସଆଇଏସରେ ଯୋଗଦେବାକୁ ଲୋକଙ୍କୁ ଉତ୍ସାହିତ କରୁଥିବା ଅଭିଯୋଗ ହୋଇଥିଲା। ଏ ସୂଚନା ପାଇବା ପରେ ୟୁପି ଏଟିଏସ ସନ୍ଦଗ୍ଧ ରହୁଥିବା ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe