ଦ ହଗ୍ : ଆଇଏସ୍ଆଇଏସ୍ ଆତଙ୍କବାଦୀଙ୍କ ଦ୍ୱାରା ରାସାୟନିକ ଅସ୍ତ୍ର ବ୍ୟବହାର ବ୍ୟାପକ ହେଉଥିବାରୁ ଏହାକୁ ନେଇ ଭାରତ ଚିନ୍ତାବ୍ୟକ୍ତ କରିଛି। ଏହା ରାଷ୍ଟ୍ରଗୁଡ଼କ ପାଇଁ ଅଧିକ ବିପଦ ଡାକିଆଣିବ ବୋଲି କହିଛି। ସେହିଭଳି ଏହି ଅସ୍ତ୍ରକୁ ସେମାନେ କେଉଁଠାରୁ ପାଉଛନ୍ତି ସେ ନେଇ ଅଧିକ ଖୋଳତାଡ଼ ପାଇଁ ଭାରତ ପକ୍ଷରୁ ରାସାୟନିକ ଅସ୍ତ୍ର ନିରୋଧ ସଂଗଠନ (ଓପିସିଡବ୍ଲ୍ୟୁ)କୁ ପରାମର୍ଶ ଦିଆଯାଇଛି। ଓପିସିଡବ୍ଲ୍ୟୁର ସ୍ଥାୟୀ ଭାରତୀୟ ପ୍ରତିନିଧି ତଥା ରାଷ୍ଟ୍ରଦୂତ ବେଣୁ ରାଜାମୋନି କହିଛନ୍ତି, ଅନ୍ୟ ରାଷ୍ଟ୍ରରେ ଏହି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ଆତଙ୍କବାଦୀ ବ୍ୟବହାର କରୁଥିବା ରାସାୟନିକ ଅସ୍ତ୍ରର ଉତ୍ସ ଖୋଜିବା ଆବଶ୍ୟକ ବୋଲି ସେ କହିଥିଲେ।
ଆଇଏସ୍ ଆତଙ୍କବାଦୀଙ୍କ ରାସାୟନିକ ଅସ୍ତ୍ର ପ୍ରୟୋଗ ନେଇ ଭାରତ ଚିନ୍ତିତ
Advertisment
Follow Us