ଅସମ୍ଭାଳ ହେଉଛି ହିଂସା: ବଂଲାଦେଶ ଇସ୍‌କନ ମନ୍ଦିରକୁ ଜାଳିଦେଲେ ବିକ୍ଷୋଭକାରୀ

Advertisment
ଅସମ୍ଭାଳ ହେଉଛି ହିଂସା: ବଂଲାଦେଶ ଇସ୍‌କନ ମନ୍ଦିରକୁ ଜାଳିଦେଲେ ବିକ୍ଷୋଭକାରୀ

ନୂଆଦିଲ୍ଳୀ: ବାଂଲାଦେଶରେ ଏବେ ହିଂସାତ୍ମକ ପରିସ୍ଥିତି ଜାରି ରହିଛି। ଦେଶର ଖୁଲନା ଡିଭିଜନରେ ଅବସ୍ଥିତ ମେହେରପୁରର ଏକ ଇସ୍‌କନ୍‌ ମନ୍ଦିରକୁ ଏବେ ବିକ୍ଷୋଭକାରୀମାନେ ଟାର୍ଗେଟ କରିଛନ୍ତି। ସୂଚନା ରହିଛି ଯେ ମନ୍ଦିରକୁ ଭଙ୍ଗାରୁଜା କରାଯାଇ ନିଆଁ ଲାଗିଯାଇଛି ବୋଲି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଏବଂ ବିଦାୟ ପରେ ଦେଶରେ ଅଶାନ୍ତି ଜାରି ରହିଛି।

ଇସ୍‌କନ୍‌ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ହିଂସାର ବ୍ୟାପକ ଅଂଶ ଅଟେ। ଯାହା ଗତ ୨୪ ଘଣ୍ଟା ମଧ୍ୟରେ ବାଂଲାଦେଶର ଏକାଧିକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରିଛି।
ଇସ୍‌କନ୍‌ର ମୁଖପାତ୍ର ଯୁଧିଷ୍ଠିର ଗୋବିନ୍ଦା ଦାସ ଏହି ଘଟଣାକୁ ନିଶ୍ଚିତ କରି କହିଛନ୍ତି ଯେ ‘‘ମୁଁ ପାଇଥିବା ସୂଚନା ଅନୁଯାୟୀ ମେହେରପୁରରେ ଆମର ଏକ ଇସ୍‌କନ କେନ୍ଦ୍ର (ଭଡା) ଥିଲା। ତାହାକୁ ନିଆଁ ଲଗାଯିବାରୁ ପ୍ରଭୁ ଜଗନ୍ନାଥ, ବଳଦେବ ଏବଂ ସୁଭଦ୍ରା ଦେବୀ ଜଳି ଯାଇଛନ୍ତି। ତେବେ ମନ୍ଦିର ପରିସରରେ ଥିବା ୩ ଜଣ ଭକ୍ତ କୌଣସି ପ୍ରକାରେ ବାହାରକୁ ଆସିବାରେ ସଫଳ ହୋଇଛନ୍ତି।’’

ହାସିନାଙ୍କ ବହିଷ୍କାର ପରେ ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ଅବସ୍ଥା ଦିନକୁ ଦିନ ଅଧିକ ବୃଦ୍ଧି ପାଇବାରେ ଲାଗିଛି। ଅଶାନ୍ତି ମଧ୍ୟରେ ହିନ୍ଦୁ ମନ୍ଦିରଗୁଡିକ ଆକ୍ରମଣର ସମ୍ମୁଖୀନ ହେଉଛି।

ମନ୍ଦିର ଆକ୍ରମଣ ବ୍ୟତୀତ ଢାକା ଧାନମୋଣ୍ଡି ଅଞ୍ଚଳରେ ଥିବା ଏକ ଭାରତୀୟ ସାଂସ୍କୃତିକ କେନ୍ଦ୍ର ମଧ୍ୟ  ଅଶାନ୍ତ ଜନତାଙ୍କ ଦ୍ୱାରା ଭଙ୍ଗାରୁଜାର ଶିକାର ହୋଇଛି। ହିଂସା ଘଟଣାରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସାଂସ୍କୃତିକ ବିନିମୟକୁ ପ୍ରୋତ୍ସାହିତ କରୁଥିବା ଇନ୍ଦିରା ଗାନ୍ଧୀ ସାଂସ୍କୃତିକ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe