ବାଂଲାଦେଶରେ ପୁଣି ହିନ୍ଦୁ ଧର୍ମପୀଠ ଉପରେ ଆକ୍ରମଣ: ଇସକନ୍ ମନ୍ଦିରରେ ଭଙ୍ଗାରୁଜା, ପୋଡ଼ାଜଳା; ଭକ୍ତ ଗୁରୁତର

Advertisment
ବାଂଲାଦେଶରେ ପୁଣି ହିନ୍ଦୁ ଧର୍ମପୀଠ ଉପରେ ଆକ୍ରମଣ: ଇସକନ୍ ମନ୍ଦିରରେ ଭଙ୍ଗାରୁଜା, ପୋଡ଼ାଜଳା; ଭକ୍ତ ଗୁରୁତର

ଢ଼ାକା: ପୁଣି ବାଂଲାଦେଶରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ। ଦଶହରା ଦିନ ବାଂଲାଦେଶର ନୋଆଖାଲି ଅଞ୍ଚଳରେ ଥିବା ଇସକନ୍ ମନ୍ଦିର ଉପରେ ଦୁର୍ବୃତ୍ତମାନ‌େ ଆକ୍ରମଣ କରି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଇସକନ୍ ପକ୍ଷରୁ କରାଯାଇଥିବା ଟୁଇଟରେ କୁହାଯାଇଛି ଯେ କିଛି ଲୋକ ଦଳବଦ୍ଧ ଭାବେ ଆସି ମନ୍ଦିରରେ ପଶି ଭଙ୍ଗାରୁଜା ଓ ପୋଡ଼ାଜଳା କରିବା ସହ ଭକ୍ତଶ୍ରଦ୍ଧାଳୁଙ୍କୁ ଆକ୍ରମଣ କହିଥିଲେ। ଏହି ଆକ୍ରମଣରେ ଜଣେ ଭକ୍ତଙ୍କ ଅବସ୍ଥା ଗୁରୁତର ହୋଇଯାଇଛି। ଏହି ଘଟଣା ପରେ ଇସକନ୍ ପକ୍ଷରୁ ବାଂଲାଦେଶ ସରକାରଙ୍କୁ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ରୋକିବା ଲାଗି ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ଏଥିସହ ଆକ୍ରମଣକାରୀଙ୍କୁ ଗିରଫ କରି ଦଣ୍ଡିତ କରିବାକୁ ନିବେଦନ କରାଯାଇଛି।

ଏହାପୂର୍ବରୁ  ଦୁର୍ଗାପୂଜା ପାଳନ ସମୟରେ କେତେକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରାଯିବାରୁ ସୃଷ୍ଟି ହୋଇଥିବା ହିଂସାକାଣ୍ଡରେ ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିବାରୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଗୁରୁବାର ଦିନ ୨୨ଟି ଜିଲ୍ଲାରେ ପାରାମିଲିଟାରି ସୈନିକ ମୁତୟନ କରିଥିଲେ। ବାଂଲାଦେଶର କମିଲ୍ଲାରେ ଘଟିଥିବା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି। କେହି ତ୍ରାହି ପାଇବେ ନାହିଁ। ସେ ଯେଉଁ ଧର୍ମର ହୋଇ ଥାଆନ୍ତୁ ନା, କାହିଁକି। ସେମାନଙ୍କୁ ଠାବ କରାଯାଇ ଶାସ୍ତି ଦିଆଯିବ ବୋଲି ଢାକାସ୍ଥିତ ଦକ୍ଷିଣେଶ୍ୱରୀ ଜାତୀୟ ମନ୍ଦିରରେ ହିନ୍ଦୁମାନଙ୍କ ସହ ଅଭିନନ୍ଦନ ଆଦାନପ୍ରଦାନ ସମୟରେ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀ ହସିନା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe