ଚିନ୍ମୟ ଦାଶଙ୍କ ବିରୋଧରେ ବାଂଲାଦେଶର ଜାତୀୟ ପତାକାକୁ ଅପମାନିତ କରିଥିବା ଅଭିଯୋଗ ହୋଇଛି । ଚିନ୍ମୟ ଦାସଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ପୂର୍ବତନ ବିଏନପି ନେତା ଫିରୋଜ ଖାନ । ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ନେଇ ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଉଦବେଗ ପ୍ରକାଶ କରିବା ସହ ବାଂଲାଦେଶରେ ଜିହାଦୀଙ୍କ ଦ୍ୱାରା ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ଏକାଧିକ ଆକ୍ରମଣକୁ ନିନ୍ଦା କରାଯାଇଛି ।

ଦୁର୍ଭାଗ୍ୟବଶତଃ ଏହି ଘଟଣାର ଅପରାଧୀମାନେ ଏବେ ବି ଫେରାର ଅଛନ୍ତି। ବାଂଲାଦେଶ ନେତୃତ୍ୱାଧୀନ ସନାତନ ଜାଗରଣର ମୁଖପାତ୍ର ଇସ୍କନ୍ ପୂଜକ ଚିନ୍ମୟ କ୍ରିଷ୍ଣା ଦାସଙ୍କୁ ଗିରଫ ଓ ଜାମିନ ନାମଞ୍ଜୁର କରିବା ଘଟଣାକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗଭୀର ଉଦବେଗ ପ୍ରକାଶ କରିଛି। ସଂଖ୍ୟାଲଘୁଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ନିଆଁ ଲଗାଇ ଲୁଟ୍ କରିବା ସହ ଦେବଦେବୀଙ୍କ ଅଳଙ୍କାର ଚୋରି, ଭଙ୍ଗାରୁଜା ଅନେକ ମାମଲା ରହିଛି । ଆମେ ବାଂଲାଦେଶର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରୁଛୁ ଯେ ହିନ୍ଦୁ ଏବଂ ସମସ୍ତ ସଂଖ୍ୟାଲଘୁଙ୍କ ସୁରକ୍ଷା ସୁନିଶ୍ଚିତ କରନ୍ତୁ, ଯେଉଁଥିରେ ଶାନ୍ତିପୂର୍ଣ୍ଣ ସମାବେଶ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ଅଧିକାର ମଧ୍ୟ ସାମିଲ ଅଛି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି ।ବିଶେଷ କରି ଶେଖ୍ ହସିନା ସରକାର କ୍ଷମତାରୁ  ଯିବା ପରେ ଗତ କିଛି ମାସ ମଧ୍ୟରେ ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟ ବିରୋଧରେ ଭେଦଭାବ ଓ ହିଂସା ବଢ଼ିବାରେ ଲାଗିଛି ।