ନୂଆଦିଲ୍ଲୀ: ପୁଣି ପାଗଳଙ୍କ ପରି ବିଳାପ କରୁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ । ଇସଲାମାବାଦ କୋର୍ଟ ବାହାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରକୁ ୨୪ ଘଣ୍ଟା ନପୂରୁଣୁ ବିସ୍ଫୋରଣ ପାଇଁ ଭାରତକୁ ସିଧା ସଳଖ ଦାୟୀ କରିଛନ୍ତି । ଆତ୍ମଘାତୀ ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗତକାଲି ଆଫଗାନିସ୍ତାନ ସୀମା ନିକଟବର୍ତ୍ତୀ ୱାନାରେ ଏକ କଲେଜ ଉପରେ ହୋଇଥିବା ଆକ୍ରମଣରେ ବି ନୂଆଦିଲ୍ଲୀର ଭୂମିକା ଥିବା ଅଭିଯୋଗ କରିଛନ୍ତି ।
ବିନା ପ୍ରମାଣରେ ସିଧା ଅଭିଯୋଗ
ପାକିସ୍ତାନ ସରକାରଙ୍କ ସମ୍ବାଦ ସରବରାହ ସଂସ୍ଥା ଏପିପି ଅନୁଯାୟୀ, ଶେହବାଜ ଏହି ଦୁଇଟି ଆକ୍ରମଣ ପାଇଁ ଭାରତ-ପ୍ରାୟୋଜିତ ଆତଙ୍କବାଦୀକୁ ଦାୟୀ କରିଛନ୍ତି। ପାକିସ୍ତାନକୁ ଅସ୍ଥିର କରିବା ପାଇଁ ଏହି ଆକ୍ରମଣ କରାଯାଉଥିବା ପାକ୍ ପିଏମ୍ ସିଧା ସିଧା ବିନା ତଥ୍ୟ ପ୍ରମାଣରେ ଅଭିଯୋଗ କରିଛନ୍ତି ।
ଆହୁରି ପଢନ୍ତୁ- Pakistan Blast: ଇସଲାମାବାଦ ହାଇକୋର୍ଟ ନିକଟରେ କାର୍ ବିସ୍ଫୋରଣ, ୯ ମୃତ
ତେବେ ଆଜି ପାକିସ୍ତାନର ଇସଲାମାବାଦରେ ହାଇକୋର୍ଟ ନିକଟରେ ଏକ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣ ଏକ କାର୍ରେ ହୋଇଥିଲା । ଏହି ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଆକ୍ରମଣକାରୀ ଭିଡ଼ ସମୟରେ ମୁଖ୍ୟ ପ୍ରବେଶ ଦ୍ୱାର ନିକଟରେ ବିସ୍ଫୋରକ ଜ୍ୟାକେଟ ବିସ୍ଫୋରଣ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/11/11/pakistan-pm-2025-11-11-22-11-30.jpg)