ବାଂଲାଦେଶରେ ଇସ୍‌ଲାମିକ ଚରମପନ୍ଥୀଙ୍କ ଇସ୍କନ ବିରୋଧୀ ରାଲି

Advertisment

ବାଂଲାଦେଶର ଚଟ୍ଟଗ୍ରାମରେ ଉଗ୍ରବାଦୀ ଇସଲାମିକ ସଂଗଠନ ହିଫାଜତ-ଏ-ଇସଲାମ ଶୁକ୍ରବାର ନମାଜ ପରେ ଇସ୍କନ ବିରୋଧରେ ଏକ ରାଲି କରିଥିଲା। ଏଥିରେ ଇସ୍କନ ଭକ୍ତଙ୍କୁ ଧରିବା ଓ ମାରିବା ପାଇଁ ସ୍ଲୋଗାନ ଦିଆଯାଇଥିଲା।

ବାଂଲାଦେଶର ଚଟ୍ଟଗ୍ରାମରେ ଉଗ୍ରବାଦୀ ଇସଲାମିକ ସଂଗଠନ ହିଫାଜତ-ଏ-ଇସଲାମ ଶୁକ୍ରବାର ନମାଜ ପରେ ଇସ୍କନ ବିରୋଧରେ ଏକ ରାଲି କରିଥିଲା। ଏଥିରେ ଇସ୍କନ ଭକ୍ତଙ୍କୁ ଧରିବା ଓ ମାରିବା ପାଇଁ ସ୍ଲୋଗାନ ଦିଆଯାଇଥିଲା।

vhkhfhfkfhkhfk

ଢାକା: ବାଂଲାଦେଶର ଚଟ୍ଟଗ୍ରାମରେ ଉଗ୍ରବାଦୀ ଇସଲାମିକ ସଂଗଠନ ହିଫାଜତ-ଏ-ଇସଲାମ ଶୁକ୍ରବାର ନମାଜ ପରେ ଇସ୍କନ ବିରୋଧରେ ଏକ ରାଲି କରିଥିଲା। ଏଥିରେ ଇସ୍କନ ଭକ୍ତଙ୍କୁ ଧରିବା ଓ ମାରିବା ପାଇଁ ସ୍ଲୋଗାନ ଦିଆଯାଇଥିଲା। ଯଦି ଇସ୍କନକୁ ନିଷିଦ୍ଧ କରା ନ ଯାଏ, ତେବେ ସେମାନେ ହିଂସାତ୍ମକ ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି। ହଜାରୀ ଲେନ୍ ଅଞ୍ଚଳରେ ନଭେମ୍ବର ୫ରେ ଘଟିଥିବା ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରି ଦଣ୍ଡିତ କରିବାକୁ ମଧ୍ୟ ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଚରମପନ୍ଥୀଙ୍କ ଏଭଳି କାର୍ଯ୍ୟରେ ଅଙ୍କୁଶ ଲଗାଇବା ପାଇଁ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମୁସଲିମ ବ୍ୟବସାୟୀ ଉସ୍ମାନ ଅଲି ଫେସବୁକରେ ଇସ୍କନକୁ ଆତଙ୍କବାଦୀ ସଂଗଠନ ବୋଲି କହିଥିଲେ। ଏହାକୁ ନେଇ ହିନ୍ଦୁମାନେ କ୍ଷୁବ୍ଧ ହୋଇଥିଲେ। ସେମାନେ ନଭେମ୍ବର ୫ ତାରିଖରେ ଚଟ୍ଟଗ୍ରାମର ହଜାରୀ ଲେନ୍ ଅଞ୍ଚଳରେ ଥିବା ଉସ୍ମାନଙ୍କ ଦୋକାନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀଙ୍କ ଉପରେ ସେନା ଲାଠିମାଡ଼ କରିଥିଲା। ଏଥିରେ  ଅନେକ ହିନ୍ଦୁ ଆହତ ହୋଇଥିଲେ। ହଠାତ୍ ରାତିରେ ପୁଲିସ ଓ ସେନା ହଜାରୀ ଲେନ୍‌ରେ ପହଞ୍ଚି ସ୍ଥାନୀୟ ହିନ୍ଦୁମାନଙ୍କ ଉପରେ ଯୋଜନାବଦ୍ଧ ଆକ୍ରମଣ କରିଥିଲେ। ହଜାରୀ ଲେନ୍ ଅଞ୍ଚଳରେ ପ୍ରାୟ ୨୫,୦୦୦ ଲୋକ ବସବାସ କରନ୍ତି, ସେମାନଙ୍କ ମଧ୍ୟରୁ ୯୦% ହିନ୍ଦୁ। ଇସ୍କନ କୋଲକାତା ଉପାଧ୍ୟକ୍ଷ ରାଧାରମଣ ଦାସ ସୋସିଆଲ ମିଡିଆରେ ଲେଖିଛନ୍ତି, ବାଂଲାଦେଶର ଗମ୍ଭୀର ସ୍ଥିତିକୁ ନେଇ ଆମେ ଗଭୀର ଚିନ୍ତିତ। ଇସଲାମିକ ମୌଳବାଦୀମାନେ ଖୋଲାଖୋଲି ଭାବେ ଭକ୍ତମାନଙ୍କୁ ଧରିବା, ନିର୍ଯାତନା ଦେବା ଏବଂ ପରେ ହତ୍ୟା କରିବାକୁ ଧମକ ଦେଉଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ଆମେ ଚିନ୍ତିତ। ଏହି ହିଂସାତ୍ମକ କାର୍ଯ୍ୟକୁ ରୋକିବା ପାଇଁ ପ୍ରୟାସ କରାଯିବା ଦରକାର। 

କିଛି ଦିନ ତଳେ ଚଟ୍ଟଗ୍ରାମ ଇସ୍କନ ସଂଗଠନର ସମ୍ପାଦକ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀ ଓରଫ ଚନ୍ଦନ କୁମାର ଧରଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ଚଟ୍ଟଗ୍ରାମର ନ୍ୟୁ ମାର୍କେଟରେ ଆଜାଦୀ ସ୍ତମ୍ଭ ଉପରେ ଥିବା ଜାତୀୟ ପତାକା ଉପରେ ସେ ଗେରୁଆ ପତାକା ଉତ୍ତୋଳନ କରିଥିବା ଅଭିଯୋଗ ହୋଇଥିଲା। ଏହି ପତାକାରେ ‘ସନାତନୀ’ ଲେଖା ଯାଇଥିଲା। ଅଗଷ୍ଟ ୫ରେ ବାଂଲାଦେଶରେ ଶେଖ୍ ହସିନା ସରକାର ଭାଙ୍ଗିବା ପରଠାରୁ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ଉପରେ ୨୫୦ରୁ ଅଧିକ ଆକ୍ରମଣ ଘଟଣା ଘଟିଛି। ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ବିଶ୍ବବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲେ ମଧ୍ୟ ଅନ୍ତରୀଣ ସରକାର ନିରବଦ୍ରଷ୍ଟା 
ସାଜିବା ବିସ୍ମୟ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe