Image Courtesy of 124News
ଓ୍ଵାସିଂଟନ୍: ମାତ୍ର ୬ ମାସ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ଆକ୍ରମଣ କରିବା ପାଇଁ ଆଫଗାନିସ୍ତାନରେ ଥିବା ‘ଇସ୍ଲାମିକ୍ ଷ୍ଟେଟ୍’ର ସାମର୍ଥ୍ୟ ହୋଇପାରେ ବୋଲି ‘ୟୁଏସ୍ ଇଣ୍ଟେଲିଜେନ୍ସ୍ କମ୍ୟୁନିଟି’ କଳନା କରିଛି ଏବଂ ସେଭଳି କରିବା ଲାଗି ସେମାନଙ୍କର ଉଦ୍ଦେଶ୍ୟ ଥିବା କଥା ମଙ୍ଗଳବାର ଦିନ ଜଣେ ବରିଷ୍ଠ ‘ପେଣ୍ଟାଗନ୍’ ଅଧିକାରୀ କଂଗ୍ରେସକୁ କହିଛନ୍ତି।
ପ୍ରତିରକ୍ଷା ନୀତିର ‘ଅଣ୍ଡର୍ ସେକ୍ରେଟେରି’ କଲିନ୍ କଲ୍ ଦେଇଥିବା ଉପରୋକ୍ତ ମନ୍ତବ୍ୟରୁ ଜଣାପଡୁଛି ଯେ, ଆଫଗାନିସ୍ତାନ ଏବେ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ନିରାପତ୍ତା ପ୍ରତି ବିପଜ୍ଜନକ ହୋଇପାରେ।
ଯୁକ୍ତରାଷ୍ଟ୍ର ଆମେରିକା ସହ ଦୁଇ ଦଶନ୍ଧିର ଯୁଦ୍ଧରେ ବିଜୟୀ ହୋଇଥିବା ତାଲିବାନ୍ ‘ଇସ୍ଲାମିକ୍ ଷ୍ଟେଟ୍’ର ଶତ୍ରୁ। ଯୁକ୍ତରାଷ୍ଟ୍ର ଆମେରିକା ସୈନ୍ୟ ଅପସାରଣ କରିବା ପରେ ‘ଇସ୍ଲାମିକ୍ ଷ୍ଟେଟ୍’ ଆଫଗାନିସ୍ତାନରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାକୁ ଉଦ୍ୟମ କରିବା ସହ ଆତ୍ମଘାତୀ ବୋମା ବିସ୍ଫୋରଣ ଏବଂ ଅନ୍ୟାନ୍ୟ ଆକ୍ରମଣ କରିଥିବା ଦାବି କରିଛି।
Image Courtesy of Daily Mail‘ସିନେଟ୍ ଆର୍ମଡ୍ ସର୍ଭିସ୍ କମିଟି’ରେ ପ୍ରମାଣ ଉପସ୍ଥାପନ କରି କଲ୍ କହିଲେ, ଆମେରିକା ସେନା ପ୍ରତ୍ୟାହୃତ ହେବା ପରେ ତାଲିବାନ୍ ‘ଇସ୍ଲାମିକ୍ ଷ୍ଟେଟ୍’ର ଫଳପ୍ରଦ ମୁକାବିଲା କରିପାରିବ କି, ନାହିଁ ତାହା ଏପର୍ଯ୍ୟନ୍ତ ସୁସ୍ପଷ୍ଟ ହୋଇନାହିଁ। ଯୁକ୍ତରାଷ୍ଟ୍ର ଆମେରିକା ତାଲିବାନ୍ ଏବଂ ‘ଇସ୍ଲାମିକ୍ ଷ୍ଟେଟ୍’ ଓ ‘ଅଲ୍କାଏଦା’ ଭଳି ଅନ୍ୟାନ୍ୟ ଉଗ୍ରବାଦୀ ସଙ୍ଗଠନ ସହ ଲଢୁଥିଲା।
ସେ ଆହୁରି ମଧ୍ୟ କହିଛନ୍ତି, ଆମ ଆକଳନ ଅନୁସାରେ, ‘ତାଲିବାନ୍’ ଓ ‘ଆଇଏସ୍ଆଇଏସ୍-କେ’ ମଧ୍ୟରେ ଅହିନକୁଳ ସମ୍ପର୍କ ରହିଛି। ତେଣୁ, ‘ଆଇଏସ୍ଆଇଏସ୍-କେ’କୁ ବୁଝାଶୁଝା କରିବା ପାଇଁ ତାଲିବାନ୍ ଖୁବ୍ ଆଗ୍ରହୀ। ମୋର ମନେହୁଏ, ସେମାନଙ୍କର ଦକ୍ଷତା କେତେ ତାହା ଧାର୍ଯ୍ୟ କରାଯିବା ଉଚିତ।
କଲ୍ଙ୍କ ଆକଳନ ଅନୁସାରେ, ‘ଇସ୍ଲାମିକ୍ ଷ୍ଟେଟ୍’ର ଅଳ୍ପ କିଛି ସଂଗ୍ରାମୀ ଅଛନ୍ତି। ନୂତନ ତାଲିବାନ୍ ସରକାରରେ କାର୍ଯ୍ୟନିର୍ବାହୀ ବୈଦେଶିକ ମନ୍ତ୍ରୀ ଥିବା ଅମିର୍ ଖାଁ ମୁତ୍ତାକ୍ୱି ମଧ୍ୟ କହିଥିଲେ ଯେ, ‘ଇସ୍ଲାମିକ୍ ଷ୍ଟେଟ୍’ର ଧମକକୁ ମୁକାବିଲା କରାଯାଇପାରିବ। ସେ ଆହୁରି ମଧ୍ୟ କହିଥିଲେ ଯେ, ଅନ୍ୟ ଦେଶ ଉପରେ ଆକ୍ରମଣ କରିବା ଲାଗି ଆଫଗାନିସ୍ତାନକୁ ଘାଟି ଭାବେ ବ୍ୟବହାର କରାଇ ଦିଆଯିବ ନାହିଁ।
କଲ୍ କହିଛନ୍ତି, ତାଲିବାନ୍ ସହ ମିତ୍ରତା କରି ଆଫଗାନିସ୍ତାନରେ ‘ଅଲ୍ କାଏଦା’ ଜଟିଳ ସମସ୍ୟା ଭାବେ ରହିଛି। କିନ୍ତୁ, ଆଫଗାନିସ୍ତାନ ବାହାରକୁ ଆସି ଯୁକ୍ତରାଷ୍ଟ୍ର ଆମେରିକା ଉପରେ ଆକ୍ରମଣ କରିବାକୁ ‘ଅଲ୍ କାଏଦା’କୁ ବର୍ଷେ କିଂବା ଦୁଇ ବର୍ଷ ଲାଗିପାରେ।
Follow Us