Image Courtesy of India Today
ନୂଆଦିଲ୍ଲୀ: ଦ୍ରୁତ ବେଗରେ ବ୍ୟାପୁଥିବା ଅଭିନବ କରୋନାଭାଇରସ୍ ବିପକ୍ଷରେ ବିଶ୍ବ ଲଢୁଥିବା ବେଳେ ଇସ୍ଲାମିକ୍ ଷ୍ଟେଟ୍ ଅନ୍ଲାଇନ୍ ପ୍ରକାଶନ ‘ଭଏସ୍ ଅଫ୍ ହିନ୍ଦ୍’ ତା’ର ସମର୍ଥକମାନଙ୍କୁ କହିଛି କି, ସେମାନେ ଏ ମହାମାରୀକୁ ସୁଯୋଗ ଭାବେ ବ୍ୟବହାର କରନ୍ତୁ ଓ କୋଭିଡ୍-୧୯ର ବାହକ ହୋଇ ଭାରତ ଆକ୍ରମଣ କରନ୍ତୁ।
ଅନ୍ଲାଇନ୍ରେ ବଣ୍ଟନ ହେଉଥିବା ଇଂରାଜୀ ଭାଷାର ପତ୍ରିକା ‘ଭଏସ୍ ଅଫ୍ ହିନ୍ଦ୍’ର ୧୭ ପୃଷ୍ଠା ସମ୍ବଳିତ ‘ଲକ୍ଡାଉନ୍ ସ୍ପେସାଲ୍’ ସଂସ୍କରଣରେ ହିଂସାକୁ ଉତ୍ସାହ ଦିଆଯାଇ କୁହାଯାଇଛି ‘ଯେତେ ପାରି ସେତେ ଅବିଶ୍ବାସୀଙ୍କୁ ସଂହାର କର।’ ଏହି ସଂସ୍କରଣର ପ୍ରଚ୍ଛଦ ପୃଷ୍ଠାରେ ରହିଛି ନିଜାମୁଦ୍ଦିନ ମର୍କଜ୍ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣକାରୀ ଏବଂ ଦିଲ୍ଲୀ ଦଙ୍ଗା ସମୟର ଫଟୋଚିତ୍ର। ସେଥିରେ ଲେଖାଯାଇଛି- ବିଶ୍ବାସୀମାନେ ଗର୍ବ ଓ ଆତ୍ମବିଶ୍ବାସରେ ଥିବା ବେଳେ ଅବିଶ୍ବାସୀମାନଙ୍କର ପତ୍ତନର ବେଳ ଉପଗତ ହୋଇଛି।
ଇସ୍ଲାମିକ୍ ଷ୍ଟେଟ୍ର ଏହି ପତ୍ରିକାର ଭିତର ପୃଷ୍ଠାମାନଙ୍କରେ ମଧ୍ୟ ବିଧର୍ମୀମାନଙ୍କୁ ନିପାତ କରିବା ଲାଗି ବିଭିନ୍ନ ଟିପ୍ସ୍ର ତାଲିକା ଦିଆଯାଇଛି। ସବୁବେଳେ ପାଖରେ ଅସ୍ତ୍ର ରଖ ଏବଂ ଯେତେ ସମ୍ଭବ ସେତେ ବିଧର୍ମୀଙ୍କୁ ହତ୍ୟା କରିବାର ସୁଯୋଗ ହାତଛଡ଼ା କରନାହିଁ। ସେମାନଙ୍କୁ ଅଣନିଃଶ୍ବାସୀ କରି କିଂବା ପିଟି ପିଟି ମାରିବାକୁ ପାଖରେ ଶିକୁଳି, ରଶି ଓ ତାର ଆଦି ରଖ। କାଚ ପରି କୌଣସି ତୀକ୍ଷ୍ମ ଜିନିଷରେ ମଧ୍ୟ ଅନାୟାସରେ ହତ୍ୟା କରିହେବ। ବିଧର୍ମୀମାନଙ୍କୁ ହତ୍ୟା କରିବାକୁ କଇଁଚି ଏବଂ ହାତୁଡ଼ି ବି ଦରକାରରେ ଆସିବ।
ତାଲିକାର ଶେଷ ଉପାୟରେ ଲେଖାଯାଇଛି-ଅଳ୍ପ ପରିଶ୍ରମରେ ବିଧର୍ମୀମାନଙ୍କୁ ବିନାଶ କରିବାକୁ ସେମାନଙ୍କ ମଧ୍ୟରେ ଯଥା ସମ୍ଭବ କରୋନାଭାଇରସ୍ ବିସ୍ତାର କର। କରୋନାଭାଇରସ୍ ସୁପରସ୍ପ୍ରେଡର୍ ହୋଇଥିବାରୁ ମୌଲାନା ସାଦ୍ ଏବଂ ଜମାତ୍ଙ୍କୁ ଏଥିରେ ପ୍ରଶଂସା କରାଯାଇଛି।
Follow Us