ଅଲ୍‌ ଜଜିରା ରିପୋର୍ଟର ‘ପ୍ରମୁଖ ହମାସ କମାଣ୍ଡର’ ବୋଲି ଇସ୍ରାଏଲର ଅଭିଯୋଗ

Advertisment
ଅଲ୍‌ ଜଜିରା ରିପୋର୍ଟର ‘ପ୍ରମୁଖ ହମାସ କମାଣ୍ଡର’ ବୋଲି ଇସ୍ରାଏଲର ଅଭିଯୋଗ

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌)କୁ ଗାଜା ଉପତ୍ୟକାରୁ ମିଳିଥିବା ଫଟୋ ଏବଂ ଦସ୍ତାବିଜ ଅନୁଯାୟୀ ଅଲ୍‌ ଜଜିରା ପାଇଁ କାମ କରୁଥିବା ଜଣେ ପାଲେଷ୍ଟାଇନ୍‌ ସାମ୍ବାଦିକ ମଧ୍ୟ ହମାସ ସାମରିକ ଶାଖାର ଜଣେ ବରିଷ୍ଠ କମାଣ୍ଡର ବୋଲି ଇସ୍ରାଏଲ୍‌ ସେନା ଦାବି କରିଛି।

ଆଇଡିଏଫର ମୁଖପାତ୍ର ଲେଫ୍‌ଟନାଣ୍ଟ କର୍ଣ୍ଣେଲ ଅଭିଚାୟ ଆଡ୍ରେ କହିଛନ୍ତି ଯେ ନିକଟରେ ଅଲ ଜଜିରାର ପ୍ରସାରଣରେ ସ୍ଥାନ ପାଇଥିବା ମହମ୍ମଦ ୱାଶାହଙ୍କ ଏକ ଲାପଟପରୁ ଏହି ପ୍ରମାଣ ମିଳିଛି। ଆଡ୍ରେ କହିଛନ୍ତି ଯେ ଉତ୍ତର ଗାଜା ଉପତ୍ୟକାରେ ଥିବା ହମାସ କ୍ୟାମ୍ପ ଭିତରେ କିଛି ସପ୍ତାହ ତଳେ ଆଇଡିଏଫ ଅପରେସନ ସମୟରେ ୱାଶାହଙ୍କ ଲାପଟପରୁ ଏହି ପ୍ରମାଣ ମିଳିଥିଲା। ଇସ୍ରାଏଲ ଦାବି କରିଛି ଯେ ପ୍ରମାଣରୁ ଜଣାପଡିଛି ଯେ ୱାଶାହ ହମାସର ଆଣ୍ଟି-ଟ୍ୟାଙ୍କ ମିସାଇଲ ୟୁନିଟରେ ଜଣେ ପ୍ରମୁଖ କମାଣ୍ଡର ଥିଲେ ଏବଂ ୨୦୨୨ ଶେଷ ଭାଗରେ ସେ ଆତଙ୍କବାଦୀ ସଂଗଠନର ଏୟାର ୟୁନିଟ ପାଇଁ ଗବେଷଣା ଏବଂ ବିକାଶରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ।

ଗୁଇନ୍ଦା ଅନୁସନ୍ଧାନରୁ ମହମ୍ମଦ ୱାଶାହ ନାମକ ବ୍ୟକ୍ତିଙ୍କୁ ହମାସର କାର୍ଯ୍ୟକଳାପ ସହ ସଂଯୋଗ କରୁଥିବା ଫଟୋ ସାମ୍ନାକୁ ଆସିଛି। ନିକଟ ଭବିଷ୍ୟତରେ ସାମ୍ବାଦିକତା ପୋଷାକରେ ଅନ୍ୟ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ଆମେ କେତେକ ତଥ୍ୟ ପ୍ରକାଶ କରିବୁ ବୋଲି ଆଡ୍ରେ କହିଛନ୍ତି।

ଗତ ମାସରେ ଗାଜାର ରାଫାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ ରେ ପ୍ରାଣ ହରାଇଥିବା ଅଲ ଜଜିରାର ଦୁଇ ଜଣ ସାମ୍ବାଦିକଙ୍କୁ ଆଇଡିଏଫ ହାମାସ ଏବଂ ପାଲେଷ୍ଟାଇନ ଇସଲାମିକ ଜିହାଦ ଆତଙ୍କବାଦୀ ଗୋଷ୍ଠୀର ସଦସ୍ୟ ବୋଲି ଅଭିଯୋଗ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe