ୟେମେନରେ ପୁଣି ଇସ୍ରାଏଲର ଆକ୍ରମଣ, ୯ ମୃତ

କତର୍‌  ରାଜଧାନୀ ଦୋହାରେ ହମାସ ନେତାମାନଙ୍କୁ ଟାର୍ଗେଟ କରିବାର ଗୋଟିଏ ଦିନ ପରେ ୟେମେନର ରାଜଧାନୀ ସନାରେ ଆଜି  ଇସ୍ରାଏଲ୍ କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ ଅତି କମ୍‌ରେ ନଅ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଶତାଧିକ ଆହତ ହୋଇଛନ୍ତି।

sffssfcxc

ସନା: କତର୍‌  ରାଜଧାନୀ ଦୋହାରେ ହମାସ ନେତାମାନଙ୍କୁ ଟାର୍ଗେଟ କରିବାର ଗୋଟିଏ ଦିନ ପରେ ୟେମେନର ରାଜଧାନୀ ସନାରେ ଆଜି  ଇସ୍ରାଏଲ୍ କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ ଅତି କମ୍‌ରେ ନଅ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଶତାଧିକ ଆହତ ହୋଇଛନ୍ତି। ୟେମେନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସନା ଏବଂ ଅଲ-ଜାଫ୍ ଉପରେ ଇସ୍ରାଏଲ୍ କରିଥିବା ଆକ୍ରମଣରେ ୧୧୮ ଆହତଙ୍କ ମଧ୍ୟରୁ ୨୦ରୁ ଅଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଉଦ୍ଧାରକାରୀ ଦଳ  ଅନ୍ୟ  ପୀଡିତଙ୍କ ସନ୍ଧାନ ଜାରି ରଖିଥିବାରୁ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି କୁହାଯାଇଛି। ଏୟାର ଷ୍ଟ୍ରାଇକ୍‌ରେ ୨ଟି ବଡ଼ କୋଟା ଧ୍ବଂସ ହୋଇଯାଇଛି ଏବଂ ଅନେକ ଯାନବାହନ କ୍ଷତିଗ୍ରସ୍ତ ହୋଇଛି। ହୁତି ପରିଚାଳିତ ଅଲ୍ ମାସିରା ଟିଭି ଅନୁଯାୟୀ, ଏହି ଚଢ଼ଉ ଦକ୍ଷିଣ-ପଶ୍ଚିମ ସନାରେ ଥିବା ସ୍ବାସ୍ଥ୍ୟ ଓ ସାଧାରଣ ପ୍ରଶାସନ କୋଠାକୁ ଟାର୍ଗେଟ୍‌ କରି କରାଯାଇଛି। ଏକ ବିବୃତିରେ ଇସ୍ରାଏଲ ସେନା ଏହି ଆକ୍ରମଣକୁ ନିଶ୍ଚିତ କରି କହିଛି ଯେ ହୁତି ବିଦ୍ରୋହୀଙ୍କ କମାଣ୍ଡ ସେଣ୍ଟର୍‌ ଓ ପ୍ରଚାର କେନ୍ଦ୍ରକୁ ଟାର୍ଗେଟ୍‌ କରି ଆମେ ଆକ୍ରମଣ କରିଛୁ।  ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି,  କିଛି ଦିନ ପୂର୍ବରୁ ଇସ୍ରାଏଲର ରାମୋନ୍ ବିମାନବନ୍ଦର ଉପରେ ହୁତି ଡ୍ରୋନ୍ ଆକ୍ରମଣର ଜବାବରେ ଏହି ଆକ୍ରମଣ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe