‘ହ୍ୱିଲ୍ ଚେୟାର ଉପରେ ବସି ପୁଅ ଓ ସ୍ତ୍ରୀକୁ ଦେଲି ଅନ୍ତିମ ବିଦାୟ’

Advertisment
‘ହ୍ୱିଲ୍ ଚେୟାର ଉପରେ ବସି ପୁଅ ଓ ସ୍ତ୍ରୀକୁ ଦେଲି ଅନ୍ତିମ ବିଦାୟ’

ନୂଆଦିଲ୍ଲୀ: ଇସ୍ରାଏଲ ନିଜର ୭୫ ବର୍ଷର ଇତିହାସ ମଧ୍ୟରେ ଭୟଙ୍କର ସ୍ଥିତି ଦେଇ ଗତି କରୁଛି। ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ ସହିତ ଇସ୍ରାଏଲ ୧୯ ଦିନ ଧରି ଯୁଦ୍ଧ ଲଢ଼ି ଆସୁଛି।

ଏହି ଯୁଦ୍ଧରେ ଅନେକ ପରିବାର ଶେଷ ହୋଇଯାଇଛି। ଏମିତି କି ଅନେକ ବୃଦ୍ଧା, ମହିଳା ଓ ଶିଶୁଙ୍କୁ ହାମାସ ଆତଙ୍କବାଦୀମାନେ ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ଯୁଦ୍ଧ ପରିସ୍ଥିତି ମଧ୍ୟରେ ଅନେକ ହୃଦୟବିଦାରକ ଘଟଣାର ଦୃଶ୍ୟ ସାମ୍ନାକୁ ଆସିଛି। ଏହି କ୍ରମରେ ନିକଟରେ ମା’ର ସମାଧି ପାଖରେ ପୁଅର ସମାଧି ଦିଆଯାଇଥିବାର ଏକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିବା ପରେ ଲୋକେ ଭାବବିହ୍ବୋଳ ହୋଇପଡ଼ିଛନ୍ତି।

ହା‌ମାସ ଆତଙ୍କବାଦୀଙ୍କ ଶିକାର ହୋଇଥିବା ଆବିଦା କାର୍ମଲ କହିଛନ୍ତି।  ଅକ୍ଟୋବର ୭ରେ ହାମାସ ଆକ୍ରମଣରେ ମୋର ପରିବାର ଶେଷ ହୋଇଯାଇଛି। ଏହି ଆକ୍ରମଣ ମୋର ୧୫ ବର୍ଷୀୟ ପୁଅ କାର୍ମଲ ବାଉଚରକୁ ଛଡ଼ାଇ ‌ନେବା ସହିତ ସ୍ତ୍ରୀ ଡାନାଙ୍କର ବି ମୃତ୍ୟୁ ହୋଇଯାଇଛି। ଏତିକି କିରେ ମୋ ଦୁଃଖ ସରିଲା ନାହିଁ ଏ ଯୁଦ୍ଧ ହେତୁ ମୁଁ ମୋର ଗୋଡ଼ ବି ହରାଇ ଦେଇଛି।।

ପୁଅ ଓ ସ୍ତ୍ରୀଙ୍କ ମୃତ୍ୟୁ ପରେ ଗତ ମଙ୍ଗଳବାର ପରିବାର, ବନ୍ଧୁ ଏବଂ ଆତ୍ମୀୟମାନଙ୍କ ଉପସ୍ଥିତିରେ କାର୍ମଲ ବାଉଚର ଓ ଡାନାଙ୍କର ଅନ୍ତିମ ସତ୍କାର କରାଯାଇଥିଲା। ଏହି ସମୟର ଦୃଶ୍ୟ ଖୁବ ଭାବବିହ୍ୱଳ ଥିଲା। ପରିବାର ଲୋକେ ମା’ର ସମାଧି ପାଖରେ ପୁଅକୁ ସମାଧି ଦେଇଥିଲେ। ଏହି ସମୟରେ ପୁଅ ସହିତ ତାର ମନ ପସନ୍ଦ ଖେଳନା(ସର୍ଫବୋର୍ଡ)କୁ ସମାଧି ଉପରେ ଦିଆଯାଇଥିଲା। ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe