ଗାଜାରେ ସୀମିତ ସ୍ଥଳ ଆକ୍ରମଣ ଆରମ୍ଭ କଲା ଇସ୍ରାଏଲ, ୨୨୨ ଜଣଙ୍କୁ କଲା ବନ୍ଦୀ

Advertisment
ଗାଜାରେ ସୀମିତ ସ୍ଥଳ ଆକ୍ରମଣ ଆରମ୍ଭ କଲା ଇସ୍ରାଏଲ, ୨୨୨ ଜଣଙ୍କୁ କଲା ବନ୍ଦୀ

ନୂୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନେତୃତ୍ୱରେ କାନାଡା, ଫ୍ରାନ୍‌ସ, ଜର୍ମାନୀ, ଇଟାଲୀ ଏବଂ ବ୍ରିଟେନର ନେତାମାନେ ଏକ ମିଳିତ ବିବୃତି ଜାରି କରି ହମାସ ବିରୋଧରେ ଇସ୍ରାଏଲର ଆତ୍ମରକ୍ଷା ଅଧିକାରକୁ ସମର୍ଥନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଇସ୍ରାଏଲ ସେନା ହମାସ ଶାସିତ ଗାଜା ଷ୍ଟ୍ରିପ୍‌ ଏବଂ ଦକ୍ଷିଣ ଲେବାନନରେ ଏୟାର ଷ୍ଟ୍ରାଇକ୍‌କୁ ଜୋରଦାର କରିବା ସହ ସିରିଆ ଏବଂ ଅଧିକୃତ ପଶ୍ଚିମ ତଟରେ ଥିବା ଟାର୍ଗେଟକୁ ସାମିଲ କରିବା ପାଇଁ ଆକ୍ରମଣକୁ ବ୍ୟାପକ କରିଛି।

ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଏହାର ୧୬ ତମ ଦିନରେ ପହଞ୍ଚିଥିବା ବେଳେ ଏହା ଉଭୟ ପକ୍ଷ ପାଇଁ ଗାଜାରେ ଚାଲିଥିବା ପାଞ୍ଚଟି ସଂଘର୍ଷ ମଧ୍ୟରୁ ସବୁଠାରୁ ଭୟଙ୍କର ସାବ୍ୟସ୍ତ ହୋଇଛି। ପାଲେଷ୍ଟାଇନ୍‌ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଗାଜାରେ ମୃତ୍ୟୁ ସଂଖ୍ୟା ୪,୭୪୧ରେ ପହଞ୍ଚିଥିବା ବେଳେ ଅବରୋଧିତ ଅଞ୍ଚଳରେ ପାଖାପାଖି ୧୬,୦୦୦ ଲୋକ ଆହତ ହୋଇଛନ୍ତି। ଅଧିକୃତ ପଶ୍ଚିମ ତଟରେ ହିଂସା ଓ ଇସ୍ରାଏଲ ଆକ୍ରମଣରେ ୯୩ ଜଣ ପାଲେଷ୍ଟାଇନୀୟ ପ୍ରାଣ ହରାଇଛନ୍ତି ବୋଲି ମନ୍ତ୍ରାଳୟ କହିଛି।

ଇସ୍ରାଏଲ ସେନା ଏକ ବିବୃତିରେ ଘୋଷଣା କରିଛି ଯେ ପାଲେଷ୍ଟାଇନୀୟ ବନ୍ଧୁକଧାରୀଙ୍କ ମୁକାବିଲା ପାଇଁ ଗାଜା ଉପତ୍ୟକାରେ ରାତାରାତି ସୀମିତ ସ୍ଥଳ ଅପରେସନ୍‌ କରାଯାଇଥିଲା। ଏଥିସହିତ ଇସ୍ରାଏଲ ଅଞ୍ଚଳରେ ସମ୍ଭାବ୍ୟ ଆକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ହମାସ ଆତଙ୍କବାଦୀମାନେ ଏକାଠି ହେଉଥିବା ସ୍ଥାନ ଉପରେ ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ୍‌ କରା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe