ଇସ୍ରାଏଲର ଦାବି: ହମାସର ଅଧା ବାଟାଲିୟନ କମାଣ୍ଡର ନିପାତ, ଭାରତୀୟ ବଂଶୋଦ୍ଭବ ସୈନିକ ନିହତ

Advertisment
ଇସ୍ରାଏଲର ଦାବି: ହମାସର ଅଧା ବାଟାଲିୟନ କମାଣ୍ଡର ନିପାତ, ଭାରତୀୟ ବଂଶୋଦ୍ଭବ ସୈନିକ ନିହତ

Hindustan Times

ତେଲ ଅଭିଭ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବନ୍ଧକଙ୍କ ପରିବାରଗୁଡ଼ିକୁ ଭେଟିବା ପରେ କହିଛନ୍ତି ଯେ ହମାସ ଇସ୍ରାଏଲକୁ ଧ୍ବଂସ କରିବାକୁ ଚାହୁଥିଲା କିନ୍ତୁ ଆମେ ଏହାକୁ ଧ୍ବଂସ କରୁଛୁ। ବର୍ତ୍ତମାନର ରଣନୀତି ଅନୁଯାୟୀ ଇସ୍ରାଏଲ ସେନା ହମାସର ପ୍ରାୟ ଅଧା ବାଟାଲିୟନ କମାଣ୍ଡରଙ୍କୁ ନିପାତ କରାଯାଇଥିବା ସେ ଦାବି କରିଛନ୍ତି।

କିନ୍ତୁ ନେତାନ୍ୟାହୁ ମୃତକଙ୍କ ବିବରଣୀ ଓ ନାମ ଦେବାରେ ବିଫଳ ହୋଇଥିଲେ। ସେ କହିଛନ୍ତି ଯେ, ଏକ ବିଶାଳ ଗୁଇନ୍ଦା ନେଟ୍‌ୱାର୍କ ଦିନରାତି କାମ କରୁଛି। ସେମାନେ ମହିଳା ଓ ପୁରୁଷ ସୈନିକ, ନାଗରିକ, ଶିଶୁ ଓ ବୟସ୍କ ସମସ୍ତ ବନ୍ଧକଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବା ପାଇଁ ସୂଚନା ସଂଗ୍ରହ କରୁଛନ୍ତି। ନେତାନ୍ୟାହୁ ପୁଣି କହିଥିଲେ, ଆମେ ସଠିକ୍ ମାର୍ଗରେ ଅଛୁ। ଆମେ ୧୧୦ ଜଣ ବନ୍ଧକଙ୍କୁ ଘରକୁ ଆଣିବାରେ ସଫଳ ହୋଇଛୁ। ଯେଉଁମାନେ ଆମ ଝିଅମାନଙ୍କୁ ଅପହରଣ, ହତ୍ୟା ଓ ଦୁଷ୍କର୍ମ କରିଛନ୍ତି ବା ପୋଡ଼ି ଦେଇଛନ୍ତି, ସେମାନଙ୍କ ସହ ଆମେ ହିସାବ ବୁଝାମଣା କରୁଛୁ। ଆମେ ସେମାନଙ୍କ ବର୍ବରତାକୁ କଦାପି ଭୁଲିବୁ ନାହିଁ କିମ୍ବା ସେମାନଙ୍କୁ କ୍ଷମା କରିବୁ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗାଜା ଆଉ କେବେ ଇସ୍ରାଏଲ ପାଇଁ ବିପଦ ସୃଷ୍ଟି କରିବ ନାହିଁ। ଆତଙ୍କବାଦକୁ ସମର୍ଥନ କରୁଥିବା, ଆତଙ୍କବାଦ ପାଇଁ ଶିକ୍ଷା ଦେଉଥିବା, ଆତଙ୍କବାଦ ପାଇଁ ଅର୍ଥ ଯୋଗାଉଥିବା ଏବଂ ଆତଙ୍କବାଦୀଙ୍କ ପରିବାରକୁ ଅର୍ଥ ଯୋଗାଣ କରୁଥିବା କୌଣସି ଶକ୍ତି ରହିବ ନାହିଁ।

ଇସ୍ରାଏଲ ସେନା ମଙ୍ଗଳବାର ହମାସର ୧୧ ଜଣ ବରିଷ୍ଠ ସାମରିକ ନେତାଙ୍କ ଫଟୋ ଜାରି କରି କହିଛି ଯେ ସେମାନେ ଗାଜାରେ ଏକ ସୁଡ଼ଙ୍ଗରେ ଏକାଠି ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଇସ୍ରାଏଲ ସେନା ହତ୍ୟା କରିଛି। ଫଟୋରେ ଥିବା ଲୋକଙ୍କ ମଧ୍ୟରୁ ଜଣେ ହମାସର ଏରିଏଲ ଡିଭିଜନର ମୁଖ୍ୟ, ଜଣେ ବ୍ରିଗେଡ କମାଣ୍ଡର, ଜଣେ ଡେପୁଟି ବ୍ରିଗେଡ କମାଣ୍ଡର ଏବଂ ଦୁଇ ଜଣ ବାଟାଲିୟନ କମାଣ୍ଡରଙ୍କୁ ନିପାତ କରାଯାଇଛି। ଗତ ମାସରେ ହମାସର ସାମରିକ ଶାଖା କାସାମ ବ୍ରିଗେଡ୍ କହିଥିଲା ଯେ ଫଟୋରେ ଥିବା ବ୍ୟକ୍ତିଙ୍କ ମଧ୍ୟରେ ଉତ୍ତର ଗାଜାର ସାମରିକ ନେତା ଅହମଦ ଅଲ୍-ଘାନ୍ଦୁର, ଅବୁ ଅନସ, ତାଙ୍କ ଡେପୁଟି ଓ୍ୱିଲ୍ ରଜବ ଏବଂ ହମାସ୍ ବାଟାଲିୟନ କମାଣ୍ଡର ରଫେତ୍ ସଲମାନ ଅଛନ୍ତି। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଉତ୍ତର ଗାଜାରେ ଇସ୍ରାଏଲ ସେନାର ଜବରଦସ୍ତ ଅନୁପ୍ରବେଶ ଯୋଗୁଁ ୯୦ ପ୍ରତିଶତରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି ଏବଂ ମୃତ୍ୟୁସଂଖ୍ୟା ୧୫,୫୦୦ ଅତିକ୍ରମ କରିଛି। ଅକ୍ଟୋବର ୭ରେ ହମାସ ଆକ୍ରମଣରେ ଇସ୍ରାଏଲର ପାଖାପାଖି ୧୨୦୦ ଲୋକଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଇସ୍ରାଏଲ ପାଇଁ ଲଢ଼ୁଥିବା ଜଣେ ଭାରତୀୟ ବଂଶୋଦ୍ଭବ ସୈନିକ ଗିଲ୍‌ ଡାନିଏଲ୍ସ ହମାସ୍‌ର ଗୁଳିରେ ନିହତ ହୋଇଥିବା ଜଣାପଡ଼ିଛି। ଗାଜା ଷ୍ଟ୍ରିପ୍‌ରେ ଗିଲ୍‌ ଓ ଆଉ ଦୁଇ ସୈନିକ ନିହତ ହୋଇଥିବା ଇସ୍ରାଏଲ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe