Image Courtesy of India Today
ଜେରୁଜେଲମ୍: ଗାଜା ଷ୍ଟ୍ରିପ୍ରୁ ଭୟାବହ ରକେଟ୍ ଆକ୍ରମଣ ହେବାରୁ ଇସ୍ରାଏଲ୍ ‘ଷ୍ଟେଟ୍ ଅଫ୍ ୱାର୍’ ବା ‘ଯୁଦ୍ଧ ପରିସ୍ଥିତି’ ଘୋଷଣା କରିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ଏହି ଆକ୍ରମଣକୁ ପାଲେଷ୍ଟାଇନ୍ର ‘ହାମାସ୍ ଆତଙ୍କବାଦୀ’ମାନେ ସେମାନଙ୍କର ‘ପ୍ରଥମ ଆକ୍ରମଣ’ ବୋଲି କହିଛନ୍ତି।
ସଂଗୃହୀତ ସୂଚନା ଅନୁସାରେ, ସକାଳେ ସମଗ୍ର ଇସ୍ରାଏଲ୍ରେ ପ୍ରଚଣ୍ଡ ସାଇରନ୍ ବାଜୁଥିବା ବେଳେ ଗାଜା ଆକାଶରୁ ଇସ୍ରାଏଲ୍ ଆଡ଼କୁ ୫୦୦୦ରୁ ଅଧିକ ରକେଟ୍ ଆସୁଥିଲା।
ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଅଫସି କହିଛି ଯେ, ସେ ଖୁବ୍ ଶୀଘ୍ର ନିରାପତ୍ତା ମୁଖ୍ୟମାନଙ୍କ ସହିତ ବୈଠକ କରିବେ। ହାମାସ୍ମାନେ ଯେଉଁ କାର୍ଯ୍ୟ କରିଛନ୍ତି ସେଥିପାଇଁ ସେମାନେ ଶାସ୍ତି ଭୋଗିବେ ବୋଲି ନେତାନ୍ୟାହୁଙ୍କ ସରକାର ଗୁରୁତ୍ବାରୋପ କରି କହିଛି।
Image Courtesy of NDTVହାମାସ ଆତଙ୍କବାଦୀମାନେ ଅନୁପ୍ରବେଶ କରିଥିବା ଅଭିଯୋଗ ହେବା ପରେ ଦେଶର ପ୍ରତିରକ୍ଷା ବଳକୁ ମଧ୍ୟ ସତର୍କ କରାଇ ଦିଆଯାଇଛି। ଇସ୍ରାଏଲ୍ରୁ ପ୍ରସାରିତ ଭିଡିଓରେ ଦେଖାଯାଉଛି ଏହି ଆକ୍ରମଣରେ ‘ପାରାଗ୍ଲାଇଡର୍’ମାନଙ୍କୁ ନିୟୋଜିତ କରାଯାଇଛି।
ଇସ୍ରାଏଲ୍ ସେନା ମଧ୍ୟ କହିଛି, ଇସ୍ରାଏଲ୍ର ପ୍ରତିରକ୍ଷା ବଳ ଯୁଦ୍ଧ ପାଇଁ ପ୍ରସ୍ତୁତି ପରିସ୍ଥିତି ଜାରି କରିଛି। ଗାଜା ଅଞ୍ଚଳରୁ ଇସ୍ରାଏଲ୍ ଉପରକୁ ବ୍ୟାପକ ରକେଟ୍ ନିକ୍ଷେପ କରାଯାଇଛି ଓ ବିଭିନ୍ନ ପ୍ରବେଶ ପଥ ଦେଇ ଆତଙ୍କବାଦୀମାନେ ଇସ୍ରାଏଲ୍ ଅଞ୍ଚଳ ମଧ୍ୟକୁ ଅନୁପ୍ରବେଶ କରିଛନ୍ତି।
‘ଅପରେସନ୍ ଅଲ୍-ଆସ୍କା ଫ୍ଲଡ୍’ ଆରମ୍ଭ ହୋଇଛି ବୋଲି ହାମାସ୍ର ସଶସ୍ତ୍ର ଶାଖାର ସଦସ୍ୟ ମହମ୍ମଦ ଦେଇଫ୍ ଘୋଷଣା କରିବା ସହିତ କହିଛି ଯେ, ଶନିବାର ପ୍ରତ୍ୟୁଷରେ ପ୍ରଥମ ୨୦ ମିନିଟ୍ ଆକ୍ରମଣରେ ୫୦୦୦ରୁ ଅଧିକ ରକେଟ୍ ଇସ୍ରାଏଲ୍ ଉପରକୁ ନିକ୍ଷେପ କରାଯାଇଛି। ଇସ୍ରାଏଲ୍ର ମୁକାବିଲା କରିବା ପାଇଁ ମୁଁ ସମସ୍ତ ପାଲେଷ୍ଟାଇନୀୟଙ୍କୁ ଅନୁରୋଧ କରୁଛି।
Follow Us