ବନ୍ଧକଙ୍କୁ ନ ଛାଡ଼ିବା ପର୍ଯ୍ୟନ୍ତ ପାଣି, ବିଜୁଳି ମିଳିବ ନାହିଁ : ଇସ୍ରାଏଲ୍

Advertisment
ବନ୍ଧକଙ୍କୁ ନ ଛାଡ଼ିବା ପର୍ଯ୍ୟନ୍ତ ପାଣି, ବିଜୁଳି ମିଳିବ ନାହିଁ : ଇସ୍ରାଏଲ୍

ତେଲ୍ ଅଭିଭ୍ : ହମାସ ସହ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ତା'ର ବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ଏକ ନୂଆ ରଣନୀତି ଗ୍ରହଣ କରିଛି । ଇସ୍ରାଏଲ ସ୍ପଷ୍ଟ କରିଦେଇଛି ଯେ ଯେପର୍ଯ୍ୟନ୍ତ ଇସ୍ରାଏଲ ବନ୍ଧକମାନଙ୍କୁ ମୁକ୍ତ କରାନଯିବ, ଗାଜା ଘେରାଉ ବନ୍ଦ ହେବ ନାହିଁ ଏବଂ ଜଳ, ବିଜୁଳି ଯୋଗାଣ ହେବ ନାହିଁ ।

ଅଲ୍ ଜଜିରା ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ଶକ୍ତି ମନ୍ତ୍ରୀ କହିଛନ୍ତି ଯେ ହାମାସ ଦ୍ବାରା ବନ୍ଦୀ ଥିବା ଲୋକଙ୍କୁ ମୁକ୍ତ ନକରିବା ପର୍ଯ୍ୟନ୍ତ ତାଙ୍କ ଦେଶ ଗାଜାକୁ ମୌଳିକ ସୁବିଧା କିମ୍ବା ମାନବିକ ସହାୟତାକୁ ଅନୁମତି ଦେବ ନାହିଁ। “ଆମର ବନ୍ଧକମାନଙ୍କୁ ମୁକ୍ତ ନ କରିବା ପର୍ଯ୍ୟନ୍ତ ନା ବିଦ୍ୟୁତ୍ ସୁଇଚ୍ ଅନ୍ ହେବ, ନା ଜଳ ପାଇପ୍ ଖୋଲାଯିବ, ନା ଇନ୍ଧନ ଟ୍ରକ୍ ଗାଜା ଭିତରକୁ ପ୍ରବେଶ କରିବ।  ଔଷଧ ଓ ପାଣି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ମଧ୍ୟ ବନ୍ଦ ରହିବ “ ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ଶନିବାର ପାଲେଷ୍ଟିନୀୟ ଆତଙ୍କବାଦୀ ସଂଗଠନ ହମାସର ଅତର୍କିତ ଆକ୍ରମଣରେ ଇସ୍ରାଏଲରେ ହୋଇଥିବା ମୃତ୍ୟୁସଂଖ୍ୟା ୧୦୦୦ ଟପିଯାଇଛି । ଏହାର ଜବାବରେ ଇସ୍ରାଏଲ ପକ୍ଷରୁ ଗାଜା ଉପରେ ପ୍ରବଳ ଆକ୍ରମଣ କରାଯାଉଛି । ଏହା ସହିତ ଗାଜାପଟ୍ଟିକୁ ବିଜୁଳି, ଖାଦ୍ୟ, ପାଣି, ଔଷଧ ଆଦି ଜରୁରୀ ସାମଗ୍ରୀର ଯୋଗାଣ ବନ୍ଦ କରିଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe