ଇସ୍ରାଏଲ ଯୁଦ୍ଧ ଆରମ୍ଭ କରିନି, କିନ୍ତୁ ଶେଷ କରିବ: ନେତାନ୍ୟାହୁ

Advertisment
ଇସ୍ରାଏଲ ଯୁଦ୍ଧ ଆରମ୍ଭ କରିନି, କିନ୍ତୁ ଶେଷ କରିବ: ନେତାନ୍ୟାହୁ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଥିବାବେଳେ ଇସ୍ରା‌ଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଙ୍ଗଳବାର କହିଛନ୍ତି, ‘ଇସ୍ରାଏଲ ଯୁଦ୍ଧ ଆରମ୍ଭ କରିନଥିଲା, କିନ୍ତୁ ଇସ୍ରାଏଲ ଯୁଦ୍ଧ ଶେଷ କରିବ’। ନେତାନ୍ୟାହୁ କହିଛନ୍ତି, ଆମେ ଏହି ଯୁଦ୍ଧ ଚାହିନଥିଲୁ। କିନ୍ତୁ ଅତ୍ୟନ୍ତ ନିଷ୍ଠୁର ଏବଂ ବର୍ବର ଭାବେ ଆମ ଉପ‌ରେ ଆକ୍ରମଣ ହୋଇଛି। ଯଦିଓ ଇସ୍ରାଏଲ ଏହି ଯୁଦ୍ଧ ଆରମ୍ଭ କରିନାହିଁ କିନ୍ତୁ ଇସ୍ରାଏଲ ହିଁ ଏହି ଯୁଦ୍ଧ ଶେଷ କରିବ। ଯୁଦ୍ଧ ଅଧିକ ଘନଉଥିବା ଏବଂ ଯୁଦ୍ଧ ମୃତ୍ୟୁସଂଖ୍ୟା ୧୬୦୦ ଟପିଥିବାବେଳେ ଆଜି ନେତାନ୍ୟାହୁ ଏହି ଟିପ୍ପଣୀ ଦେଇଛନ୍ତି। ନେତାନ୍ୟାହୁ କହିଛନ୍ତି, ଇସ୍ରାଏଲ ଉପରେ ଆକ୍ରମଣ କରି ହମାସ ଏକ ମସ୍ତବଡ଼ ଭୁଲ୍‌ କରିଛି ବୋଲି ବୁଝିପାରିବ। ହମାସକୁ ଏଥିପାଇଁ ବହୁ ମୂଲ୍ୟ ଦେବାକୁ ପଡ଼ିବ।

ଇସ୍ରାଏଲର ଅନ୍ୟ ଶତ୍ରୁମାନେ ମଧ୍ୟ ଅନେକ ଦଶନ୍ଧି ଯା‌ଏଁ ଏହାକୁ ମନେ ରଖିବେ । ନେତାନ୍ୟାହୁ କହିଛନ୍ତି, ହମାସ ଅତି ବର୍ବର ଆକ୍ରମଣ କରିଛି। ସେମାନେ ପରିବାର ସଦସ୍ୟଙ୍କୁ ସେମାନଙ୍କ ଘରେ ପଶି ହତ୍ୟା କରିଛନ୍ତି। ଶତାଧିକ ଯୁବକଯୁବତୀଙ୍କୁ ଉତ୍ସବରେ ହତ୍ୟା କରିଛନ୍ତି। ଶତାଧିକ ମହିଳା , ଶିଶୁ ଏବଂ ବୟସ୍କଙ୍କୁ ଅପହରଣ କରିନେଇଛନ୍ତି। ହମାସ ଆତଙ୍କବାଦୀମାନେ ଶିଶୁମାନଙ୍କୁ ହତ୍ୟା କରିଛନ୍ତି ଏବଂ ଜାଳି ଦେଇଛନ୍ତି। ହମାସକୁ ହରାଇବାପାଇଁ ନେତାନ୍ୟାହୁ ସମର୍ଥନ ଲୋଡ଼ିଛନ୍ତି। ଏଭଳି ବିପଦ ସମୟରେ ଇସ୍ରାଏଲକୁ ସହଯୋଗ ଏବଂ ସମର୍ଥନର ହାତ ବଢ଼ାଇଥିବା ରାଷ୍ଟ୍ରମାନଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe