ଗାଜାରେ ପ୍ରଚାରପତ୍ର ପକାଇ ପଣବନ୍ଦୀଙ୍କ ସଂପର୍କରେ ସୂଚନା ମାଗିଲା ଇସ୍ରାଏଲ୍, ତଥ୍ୟ ଦେଲେ ମିଳିବ ଅର୍ଥ ଓ ସୁରକ୍ଷା

Advertisment
ଗାଜାରେ ପ୍ରଚାରପତ୍ର ପକାଇ ପଣବନ୍ଦୀଙ୍କ ସଂପର୍କରେ ସୂଚନା ମାଗିଲା ଇସ୍ରାଏଲ୍, ତଥ୍ୟ ଦେଲେ ମିଳିବ ଅର୍ଥ ଓ ସୁରକ୍ଷା

Representational Picture

ଗାଜା: ଇସ୍ରାଏଲ୍ ସେନା ହମାସ୍ ଦ୍ବାରା ରଖାଯାଇଥିବା ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକୁଳାଇବାକୁ ନୂଆ ତରିକା ଆପଣାଇଛି।  ମଙ୍ଗଳବାର ଗାଜାରେ ବିମାନରୁ ଲିଫଲେଟ୍ ପକାଇ ପାଲେଷ୍ଟାଇନୀୟମାନଙ୍କୁ ହମାସ ଦ୍ୱାରା ବନ୍ଧକ ରଖାଯାଇଥିବା ବ୍ୟକ୍ତିମାନଙ୍କ ସଂପର୍କରେ ସୂଚନା ଦେବାକୁ ଅନୁରୋଧ କରାଯାଇଛି। ସୂଚନା ଦେଲେ ସେମାନଙ୍କୁ ସୁରକ୍ଷା ଯୋଗାଇଦିଆଯିବା ସହ ଅର୍ଥ ପୁରସ୍କାର ପ୍ରଦାନ କରାଯିବ ବୋଲି କହାଯାଇଛି।

ଅକ୍ଟୋବର ୭ରେ ହମାସ୍ ଆକ୍ରମଣକାରୀ ୧୪୦୦ ଇସ୍ରାଏଲୀ ନାଗରିକଙ୍କୁ ହତ୍ୟା କରିବା ସହ  ୨୦୦ରୁ ଅଧିକ ଲୋକଙ୍କୁ ବନ୍ଦୀ କରିଥିଲେ।ସେମାନଙ୍କୁ ଉଦ୍ଧାର କରିବାଲାଗି ଇସ୍ରାଏଲ୍ ସେନା ଲାଗିପଡ଼ିଛି। ଗାଜାରେ ଆକାଶରୁ ପକା ଯାଇଥିବା ପ୍ରଚାରପତ୍ରରେ ଲେଖାଯାଇଛି- “ଯଦି ଆପଣମାନଙ୍କ ଇଚ୍ଛା ଶାନ୍ତିରେ ବଞ୍ଚିବ‌ା ଏବଂ ପିଲାମାନଙ୍କ ପାଇଁ ଏକ ଭଲ ଭବିଷ୍ୟତ ଗଢ଼ିବା, ତେବେ ତୁରନ୍ତ ମାନବିକତା ଦୃଷ୍ଟିରୁ ଏବଂ ଆପଣଙ୍କ ଅଞ୍ଚଳରେ ରଖାଯାଇଥିବା ବନ୍ଧକମାନଙ୍କ ବିଷୟରେ ଠିକ୍ ଏବଂ ମୂଲ୍ୟବାନ ବିବରଣୀ ଆମକୁ ଦିଅନ୍ତୁ।’’

"ଇସ୍ରାଏଲ୍ ସେନା ଆପଣଙ୍କୁ ତଥା ଆପଣଙ୍କ ଘର ପାଇଁ ସୁରକ୍ଷା ଯୋଗାଇବାରେ ସର୍ବାଧିକ ପ୍ରୟାସ କରିବ ଏବଂ ଆପଣ ଆର୍ଥିକ ପୁରସ୍କାର ପାଇବେ। ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ଗୋପନୀୟତାର ଗ୍ୟାରେଣ୍ଟି ଦେଉଛୁ।"ସୂଚନା ସହିତ କଲ୍ କରିବାକୁ ଫୋନ୍ ନମ୍ବର ମଧ୍ୟ ଦିଆଯାଇଛି।  ଦକ୍ଷିଣ ଗାଜାର ଖାନ ୟୁନିସର ନାସିର ହସପିଟାଲରେ ଆଶ୍ରୟ ନେଇଥିବା ଲୋକମାନେ ଇସ୍ରାଏଲ୍ ବିମାନ ଦ୍ୱାରା ପକା ଯାଇଥିବା ପ୍ରଚାରପତ୍ରକୁ ପଢ଼ିସାରି ସଙ୍ଗେସଙ୍ଗେ ଚିରି ପକାଇଥିଲେ।  ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଉଦ୍ଦେଶ୍ୟରେ ଜଣେ ପାଲେଷ୍ଟେନୀୟ ବ୍ୟକ୍ତି କହିଛନ୍ତି:"ଆମେ ଖାତିର କରୁନାହୁଁ, ଆପଣ ଯାହା ଇଚ୍ଛା ତାହା କରନ୍ତୁ। ଗାଜାରେ ଆମେ ସମସ୍ତେ ଆପଣଙ୍କୁ ବିରୋଧ କହୁଛୁ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe