ଗାଜାରେ ପଣବନ୍ଦୀ ଥିବା ଲୋକଙ୍କ ଉଦ୍ଦେଶ୍ୟରେ ୨୨୯ଟି ବେଲୁନ୍‌ ଉଡ଼ାଇଲା ଦିଲ୍ଲୀସ୍ଥିତ ଇସ୍ରାଏଲୀ ଦୂତାବାସ

Advertisment
ଗାଜାରେ ପଣବନ୍ଦୀ ଥିବା ଲୋକଙ୍କ ଉଦ୍ଦେଶ୍ୟରେ ୨୨୯ଟି ବେଲୁନ୍‌ ଉଡ଼ାଇଲା ଦିଲ୍ଲୀସ୍ଥିତ ଇସ୍ରାଏଲୀ ଦୂତାବାସ

Image Courtesy of NDTV

ନୂଆଦିଲ୍ଲୀ: ଗାଜାରେ ହମାସ୍‌ଦ୍ବାରା ପଣବନ୍ଦୀ ହୋଇ ରହିଥିବା ପ୍ରତ୍ୟେକ ଇସ୍ରାଏଲୀୟଙ୍କ ଲାଗି ଗୋଟିଏ ଲେଖାଏଁ କରି ବିଶ୍ବର ପ୍ରମୁଖ ସହରଗୁଡ଼ିକରେ ୨୨୯ଟି ବେଲୁନ୍‌ ଆକାଶକୁ ଛଡ଼ାଯାଇଛି।

‘ଆଶାର ବେଲୁନ୍‌: ପଣବନ୍ଦୀଙ୍କୁ ଘରକୁ ଲେଉଟାଇ ଆଣ’ ଶୀର୍ଷକ ଏହି ଅଭିଯାନରେ ଶନିବାର ଦିନ ନୂଆଦିଲ୍ଲୀସ୍ଥିତ ଇସ୍ରାଏଲୀ ଦୂତାବାସରୁ ବି ଆକାଶକୁ ୨୨୯ଟି ବେଲୁନ୍‌ ଛଡ଼ାଯାଇଛି।

ଇସ୍ରାଏଲ୍‌ର ଜାତୀୟ ପତାକାର ରଙ୍ଗ ଅନୁସାରେ, ପ୍ରାୟ ୨୨୯ଟି ଧଳା ଓ ନୀଳ ବେଲୁନ୍‌ ଆକାଶକୁ ଛଡ଼ାଯାଇଛି। ଇସ୍ରାଏଲୀୟ ଦୂତାବାସ ‘ଏକ୍ସ୍‌’ କରିଥିବା ପୋଷ୍ଟ୍‌ରେ ଉଲ୍ଲେଖ ଅଛି: ନୂଆଦିଲ୍ଲୀ ଓ ସମଗ୍ର ବିଶ୍ବରେ ଆକାଶକୁ ୨୨୯ଟି ବେଲୁନ୍‌ ଛଡ଼ାଯାଇଛି। ପ୍ରତ୍ୟେକ ବେଲୁନ୍‌ ହମାସ୍‌ ଆତଙ୍କବାଦୀମାନେ ପଣବନ୍ଦୀ ରଖିଥିବା ପୁରୁଷ, ମହିଳା ଓ ପିଲାଙ୍କର ପ୍ରତିନିଧିତ୍ବ କରୁଛି। ଆମେ ଏକତ୍ର ହୋଇଛୁ ଏବଂ ପ୍ରିୟଜନଙ୍କୁ ନିରାପଦରେ ଫେରାଇ ନ ଆଣିବା ପର୍ଯ୍ୟନ୍ତ ବିଶ୍ରାମ ନେବୁ ନାହିଁ। ପ୍ରତ୍ୟେକ ବେଲୁନ୍‌ ‘ସ୍ବାଧୀନତା ପାଇଁ ଡାକରା’ର ସଙ୍କେତ ବହନ କରୁଛି।

publive-image Image Courtesy of Mint

ଏହି ‘ଆଶାର ବେଲୁନ୍‌’ ଅଭିଯାନରେ ଆନ୍ତର୍ଜାତିକ ସମର୍ଥନ ପ୍ରତିପାଦନ କରି ୧୫ରୁ ଅଧିକ ରାଷ୍ଟ୍ର ସମ୍ପୃକ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ, ଅକ୍ଟୋବର ୭ ତାରିଖ ଦିନ ଅତର୍କିତ ଆକ୍ରମଣ କରିବା ସମୟରୁ ହିଁ ହମାସ୍‌ ଆତଙ୍କବାଦୀମାନେ କେତେକ ଇସ୍ରାଏଲୀ ପରିବାରକୁ ପଣବନ୍ଦୀ କରି ରଖିଛନ୍ତି।

ଏହି ବେଲୁନ୍‌ ସବୁ ସେହି ପଣବନ୍ଦୀମାନଙ୍କର ନିରାପଦ ଘରବାହୁଡ଼ା ପାଇଁ ସମସ୍ତଙ୍କ ତୀବ୍ର ବା ବଳବତୀ ଇଚ୍ଛାର ସଙ୍କେତ ବହନ କରୁଛି ବୋଲି ଇସ୍ରାଏଲ୍‌ ଦୂତାବାସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe