ଗାଜା ସିଟିକୁ ଘେରିଗଲେ ଇସ୍ରାଏଲ୍‌ ସେନା; ଆଜି ଦ୍ବିତୀୟ ଇସ୍ରାଏଲ୍‌ ଗସ୍ତରେ ଆସିବେ ବ୍ଲିଙ୍କେନ୍‌

Advertisment
ଗାଜା ସିଟିକୁ ଘେରିଗଲେ ଇସ୍ରାଏଲ୍‌ ସେନା; ଆଜି ଦ୍ବିତୀୟ ଇସ୍ରାଏଲ୍‌ ଗସ୍ତରେ ଆସିବେ ବ୍ଲିଙ୍କେନ୍‌

Image Courtesy of India Today

ଜେରୁଜେଲମ୍‌: ହମାସ୍‌ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ଜାରି ରଖିଥିବା ଇସ୍ରାଏଲୀ ସେନା ଗାଜା ଷ୍ଟ୍ରିପ୍‌ର ପ୍ରଧାନ ନଗରୀ ଗାଜା ସିଟିକୁ ଗୁରୁବାର ଦିନ ସମ୍ପୂର୍ଣ୍ଣ ଘେରାଉ କରିଛନ୍ତି ବୋଲି ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

କିନ୍ତୁ, ତାଙ୍କର ଏହି ଅଭିଯାନକୁ ସୁଡ଼ଙ୍ଗରେ ଆତ୍ମଗୋପନ କରିଥିବା ହମାସ୍‌ ଆତଙ୍କବାଦୀମାନେ ପ୍ରବଳ ପ୍ରତିରୋଧ କରିଥିଲେ। ସେମାନେ ସୁଡ଼ଙ୍ଗରୁ ବାହାରି ଇସ୍ରାଏଲ୍‌ ସେନା ଉପରେ ଆକ୍ରମଣ କରି ତତ୍‌କ୍ଷଣାତ୍‌ ସୁଡ଼ଙ୍ଗ ଭିତରକୁ ପଶିଯାଉଥିଲେ।

ଜାରି କରିଥିବା ବିବୃତିରେ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଛନ୍ତି, ଆମେ ଯୁଦ୍ଧର ଚରମ ସୀମାରେ ଅବତୀର୍ଣ୍ଣ ହୋଇଛୁ। ଉଲ୍ଲେଖନୀୟ ସଫଳତା ହାସଲ କରିବା ସହିତ ଗାଜା ସିଟିର ଉପକଣ୍ଠ ଅତିକ୍ରମ କରିଛୁ। ଆମେ ଆହୁରି ଅଗ୍ରସର ହେଉଛୁ।

publive-image Image Courtesy of Mint

ଗାଜାରେ ପ୍ରଚଣ୍ଡ ବିସ୍ଫୋରଣ ଚାଲିଥିବା ବ‌େଳେ ଇସ୍ରାଏଲୀୟ ସେନା ମୁଖପାତ୍ର ରିୟର୍‌ ଆଡ୍‌ମିରାଲ୍‌ ଡାନିଏଲ୍‌ ହେଗାରି ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ହମାସ୍‌ ଆତଙ୍କବାଦୀ ସଙ୍ଗଠନର ମୁଖ୍ୟସ୍ଥଳ ଗାଜା ସିଟିକୁ ତାଙ୍କ ଦେଶର ସୈନିକମାନେ ସମ୍ପୂର୍ଣ୍ଣ ବେଢ଼ି ଯାଇଛନ୍ତି।

ସାଧାରଣ ନାଗରିକଙ୍କୁ ସାହାଯ୍ୟ କରିବା ପାଇଁ ଆକ୍ରମଣ କୋହଳ କିଂବା ସ୍ବଳ୍ପ ସମୟ ପାଇଁ ଆକ୍ରମଣ ବନ୍ଦ ରଖିବାକୁ ଆରବ ନେତାମାନେ ଚାପ ପକାଇବା ସତ୍ତ୍ବେ ଇସ୍ରାଏଲ୍‌ ତା’ର ଅଭିଯାନ ଅବ୍ୟାହତ ରଖିଛି।

ସେପଟେ, ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଦ୍ବିତୀୟ ଥର ଗସ୍ତରେ ଆସି ଆଜି ଇସ୍ରାଏଲ୍‌ରେ ପହଞ୍ଚିବେ। ଏହାଛଡ଼ା, ସେ ଜୋର୍ଡାନ୍‌ ଗସ୍ତରେ ବି ଯିବେ। କାରଣ ମାନବୀୟ ସହାୟତା ନିମନ୍ତେ ଯୁଦ୍ଧ ବିରତି ପାଇଁ ଉଦ୍ୟମ କରିବା ଲାଗି ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe