Image Courtesy of Times Now
ତେଲ୍ ଆଭିଭ୍: କେବଳ ହମାସ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଗାଜାର ‘ଅଲ୍-ଶିଫା ହସ୍ପିଟାଲ୍’ର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଅଭିଯାନ ଆରମ୍ଭ କରିଥିବା କଥା ଆଜି ଇସ୍ରାଏଲ୍ ସେନା କହିଛି।
ଆଜି ପ୍ରତ୍ୟୁଷରୁ ସେମାନେ ଗାଜା ସିଟିରେ ଥିବା ହସ୍ପିଟାଲ୍ ପରିସରରେ ପ୍ରବେଶ କରିଥିବା କଥା ‘ଇସ୍ରାଏଲ୍ ଡିଫେନ୍ସ୍ ଫୋର୍ସ’ (ଆଇଡିଏଫ୍) କହିଛି।
‘ଆଇଡିଏଫ୍’ ଆହୁରି ମଧ୍ୟ କହିଛି, ଗୁଇନ୍ଦା ସୂଚନା ଓ କାର୍ଯ୍ୟାନୁଷ୍ଠାନ ଆବଶ୍ୟକତାକୁ ଆଧାର କରି ‘ଅଲ୍-ଶିଫା ହସ୍ପିଟାଲ୍’ର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଆମ ସୈନିକମାନେ ହମାସ୍ ଉପରେ ସଂକ୍ଷିପ୍ତ ଓ ସୁନିର୍ଦ୍ଧାରିତ ଆକ୍ରମଣ ଅଭିଯାନ ଚଳାଇଛନ୍ତି। ହମାସ୍କୁ ପରାସ୍ତ କରି ଆମ ପଣବନ୍ଦୀଙ୍କୁ ମୁକ୍ତ କରିବା ଲାଗି ଗାଜାରେ ପଦାତିକ ବାହିନୀର ଅଭିଯାନ ଚାଲିଛି।
Image Courtesy of The New York Timesଡାକ୍ତରଖାନା କର୍ତ୍ତୃପକ୍ଷଙ୍କଠାରୁ ସୂଚନା ସଂଗ୍ରହ କରି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି, ଇସ୍ରାଏଲ୍ ସେନା ଡାକ୍ତରଖାନାର ପଶ୍ଚିମ ପ୍ରାନ୍ତ ପରିସରରେ ଚଢ଼ଉ କରିଛି।
ଇସ୍ରାଏଲ୍ ସେନାର ‘ଅଲ୍-ଶିଫା ହସ୍ପିଟାଲ୍’ ଚଢ଼ଉ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ସମ୍ପୂର୍ଣ୍ଣ ଦାୟୀ ବୋଲି ହମାସ୍ କହିଛି।
ଉଲ୍ଲେଖଯୋଗ୍ୟ, ହମାସ୍ ତା’ର ସବୁଠୁ ବଡ଼ କମାଣ୍ଡ୍ ପୋଷ୍ଟ୍ ଓ ପଣବନ୍ଦୀଙ୍କୁ ଲୁଚାଇ ରଖିବା ପାଇଁ ଗାଜା ଡାକ୍ତରଖାନାକୁ ଉପଯୋଗ କରୁଛି ବୋଲି ଇସ୍ରାଏଲ୍ କରିଥିବା ଦାବିକୁ ଆମେରିକାର ସ୍ବାଧୀନ ଗୁଇନ୍ଦା ସମର୍ଥନ କରୁଛି ବୋଲି ହ୍ବାଇଟ୍ ହାଉସ୍ କହିବା ପରେ ଇସ୍ରାଏଲ୍ ସେନା ସେଠାରେ ପ୍ରବେଶ କରିଛନ୍ତି।
ସମ୍ପ୍ରତି ‘ଅଲ୍-ଶିଫା ହସ୍ପିଟାଲ୍’ରେ ଅନ୍ୟୂନ ୨,୩୦୦ ରୋଗୀ, କର୍ମଚାରୀ ଓ ବାସହରା ସାଧାରଣ ନାଗରିକ ଅଛନ୍ତି ବୋଲି ଜାତିସଂଘ ଆକଳନ କରିଛି।
Follow Us