ଇରାନକୁ କେବେ ଓ କେମିତି ଜବାବ ଦେବୁ ତାହା ଆମେ ସ୍ଥିର କରିବୁ... : ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ

Advertisment
ଇରାନକୁ କେବେ ଓ କେମିତି ଜବାବ ଦେବୁ ତାହା ଆମେ ସ୍ଥିର କରିବୁ... : ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଇସ୍ରାଏଲ ଓ ପାଲେଷ୍ଟାଇନ ସଂଗଠନ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧର ନିଆଁ ଏବେ ମଧ୍ୟପ୍ରାଚ୍ୟରେ ବ୍ୟାପିବାରେ ଲାଗିଛି। ଏପ୍ରିଲ ପହିଲାରେ ଇସ୍ରାଏଲ ସିରିଆରେ ଥିବା ଇରାନ ଦୂତାବାସ ଉପରେ ଆକ୍ରମଣ କରିଥିଲା। ଯାହା ପରେ ଉଭୟ ଦେଶରେ ଉତ୍ତେଜନା ବଢିଯାଇଛି । ଇରାନ ଶନିବାର (ଏପ୍ରିଲ ୧୩) ଠାରୁ ଇସ୍ରାଏଲ ଉପରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ଆରମ୍ଭ କରିଛି। ସାମ୍ପ୍ରତିକ ପରିସ୍ଥିତି ମଧ୍ୟରେ ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ନାଓର୍ ଗିଲନ୍ କହିଛନ୍ତି, ଏହା ଉତ୍ତେଜନା ଅତ୍ୟଧିକ ବଢିବାର ସଂକେତ । ଏହାର ଉତ୍ତର ଯେ ଦିଆଯିବ ନାହିଁ, ଇରାନ ଏହି ଭ୍ରମରେ ରହିବା ଉଚିତ ନୁହେଁ । ଏହାର ଜବାବ ଦେବାର କ୍ଷମତା ଇସ୍ରାଏଲ ପାଖରେ ରହିଛି। କେବେ, କେଉଁଠି ଓ କିପରି ଜବାବ ଦେବେ ଇସ୍ରାଏଲ ତାହା ସ୍ଥିର କରିବ।

ଗିଲନ୍ ଆମେରିକାକୁ ଇସ୍ରାଏଲର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ବୋଲି ବର୍ଣ୍ଣନା କରିଛନ୍ତି। ଇସ୍ରାଏଲ ପାଇଁ ଆମେରିକାର ସମର୍ଥନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଇସ୍ରାଏଲ ସରକାର ଇସ୍ରାଏଲବାସୀଙ୍କ ପ୍ରତି ଶତ ପ୍ରତିଶତ ଉତ୍ତରଦାୟୀ। ଆମେ ତାଙ୍କ କଥା ସମ୍ପୂର୍ଣ୍ଣ ଶୁଣୁ। ଇସ୍ରାଏଲବାସୀଙ୍କ ସ୍ୱାର୍ଥ ପାଇଁ ଇସ୍ରାଏଲ ଯାହା କରୁଛି।

ନାଓର ଗିଲନ୍ କହିଛନ୍ତି, ଇରାନ ସର୍ବଦା ମଧ୍ୟପ୍ରାଚ୍ୟକୁ ଅସ୍ଥିର କରିବାରେ ଲାଗିଛି। ଏହି ଦେଶ ଏକ ଜାହାଜ ଅପହରଣ କରିଛି ଓ ସେଥିରେ ୨୫ ଜଣ ବନ୍ଧକ ଅଛନ୍ତି। ଏଥିରେ ୧୭ ଜଣ ଭାରତୀୟ ମଧ୍ୟ ଅଛନ୍ତି। ଗିଲନ୍ କହିଛନ୍ତି, ଇରାନ ମଧ୍ୟ ପରମାଣୁ ବୋମା ତିଆରି କରୁଛି। ସେ ସର୍ବଦା ଇସ୍ରାଏଲର ବିନାଶ ବିଷୟରେ କହୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe