ହିଜ୍‌ବୁଲ୍ଲାହ୍‌ ସହ କୌଣସି ଯୁଦ୍ଧ ବେଳେ ଇସ୍ରାଏଲ୍‌ ଉପରେ ଦୈନିକ ୨୦୦୦ ରକେଟ୍‌ ପଡ଼ିପାରେ: ସେନା

ହିଜ୍‌ବୁଲ୍ଲାହ୍‌ ସହ କୌଣସି ଯୁଦ୍ଧ ବେଳେ ଇସ୍ରାଏଲ୍‌ ଉପରେ ଦୈନିକ ୨୦୦୦ ରକେଟ୍‌ ପଡ଼ିପାରେ: ସେନା

ରମଲା (ଇସ୍ରାଏଲ୍‌): ଲେବାନନ୍‌ର ହିଜ୍‌ବୁଲ୍ଲାହ୍‌ ସହ ଇସ୍ରାଏଲ୍‌ ଯୁଦ୍ଧ କରିବାକୁ ଚାହେଁନାହିଁ କିନ୍ତୁ, ଯଦି ଯୁଦ୍ଧ ହୁଏ ତେବେ, ହିଜ୍‌ବୁଲ୍ଲାହ୍‌ ଦୈନିକ ନିକ୍ଷେପ କରୁଥିବା ୨୦୦୦ ରକେଟ୍‌ର ସମ୍ମୁଖୀନ ହେବା ପାଇଁ ଇସ୍ରାଏଲ୍‌ ପ୍ରସ୍ତୁତ ଅଛି ବୋଲି ଜଣେ ବରିଷ୍ଠ ଇସ୍ରାଏଲୀୟ ସାମରିକ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ମେ ମାସରେ ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲୀୟ ସେନା ପାଲେଷ୍ଟେନୀୟ ସଶସ୍ତ୍ର ସଙ୍ଗଠନ ସହ ୧୧ ଦିନ ଯୁଦ୍ଧ କରିଥିଲା। ପାଲେଷ୍ଟେନୀୟ ସଶସ୍ତ୍ର ସଙ୍ଗଠନ ଇହୁଦୀ ରାଷ୍ଟ୍ର ଇସ୍ରାଏଲ୍‌ ଉପରକୁ ପ୍ରାୟ ୪,୪୦୦ ରକେଟ୍‌ ନିକ୍ଷେପ କରିଥିଲା।

କିନ୍ତୁ, ଜନାକୀର୍ଣ୍ଣ ଅଞ୍ଚଳକୁ ଲକ୍ଷ୍ୟ କରି ନିକ୍ଷେପ କରାଯାଇଥିବା ଉକ୍ତ ରକେଟ୍‌ଗୁଡ଼ିକରୁ ୯୦% ରକେଟ୍‌କୁ ପ୍ରାୟ ଏକ ଦଶନ୍ଧି ଧରି ନିୟୋଜନ କରାଯାଇଥିବା ‘ଆଇରନ୍‌ ଡୋମ୍‌’ ପ୍ରତିରକ୍ଷା ବ୍ୟବସ୍ଥାଦ୍ୱାରା ପ୍ରତିହତ କରାଯାଇଥିଲା ବୋଲି ଇସ୍ରାଏଲ୍‌ କହିଛି। ମାତ୍ର ୩୦୦ଟି ରକେଟ୍‌ ଲୋକେ ବସବାସ କରୁଥିବା ଜିଲ୍ଲାମାନଙ୍କରେ ପଡ଼ିଥିଲା।

publive-image Image Courtesy of The Vibes

୨୦୦୬ରେ ଇସ୍ରାଏଲ୍‌ ସହ ଯୁଦ୍ଧ କରିଥିବା ବେଳେ ମାସେ ମଧ୍ୟରେ ହିଜ୍‌ବୁଲାହ୍‌ ଯେତେ ରକେଟ୍‌ ନିକ୍ଷେପ କରିଥିଲା ଚଳିତ ବର୍ଷ ୧୧ ଦିନିଆ ଯୁଦ୍ଧରେ ସେଗୁଡ଼ିକର ସଂଖ୍ୟା ଥିଲା ଯଥେଷ୍ଟ ଅଧିକ।

ଇସ୍ରାଏଲୀୟ ସେନାର ‘ହୋମ୍‌ ଫ୍ରଣ୍ଟ୍‌ କମାଣ୍ଡ୍‌’ର ମୁଖ୍ୟ ୟୁରି ଗୋର୍ଡିନ୍‌ କହିଛନ୍ତି, ମେ ମାସରେ ତେଲ୍‌ ଅଭିବ୍‌ ଏବଂ ଆସ୍‌ଡୋଡ୍‌ ଭଳି ସହର ରେ ସର୍ବାଧିକ ସଂଖ୍ୟକ ରକେଟ୍‌ ଆସିଥିଲା। ଏତେ ସଂଖ୍ୟକ ରକେଟ୍‌ ଆସିଥିବା ଇସ୍ରାଏଲ୍‌ ଇତିହାସରେ ଉଲ୍ଲେଖ ନାହିଁ। ଦୈନିକ ଇସ୍ରାଏଲ୍‌ ଆଡ଼କୁ ୪୦୦ରୁ ଅଧିକ ରକେଟ୍‌ ଆସିଥିବା ଆମେ ଦେଖିବାକୁ ପାଇଲୁ।

ତେଣୁ, ସେ କହିଛନ୍ତ, ଯଦି ହିଜ୍‌ବୁଲ୍ଲାହ୍‌ ସହ ସଂଘର୍ଷ କି, ଯୁଦ୍ଧ ହୁଏ ତେବେ ଲେବାନନ୍‌ରୁ ଇସ୍ରାଏଲ୍‌ ଆଡ଼କୁ ଦୈନିକ ଯେତେ ରକେଟ୍‌ ନିକ୍ଷେପ କରାଯାଇଥିଲା, ଏବେ ତା’ର ୫ଗୁଣ ଆଶା କରିବୁ। ସେମିତି ହେଲେ, ଦୈନିକ ଇସ୍ରାଏଲ୍‌ ଉପରକୁ ୧୫୦୦ ରୁ ୨୫୦୦ ରକେଟ୍‌ ନିକ୍ଷେପ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe