ଶାନ୍ତି ଯୋଜନାରେ ସହମତ ହେଲେ ଇସ୍ରାଏଲ-ହମାସ, ଟ୍ରମ୍ପଙ୍କ ଘୋଷଣା ପରେ ପ୍ରଧାନମନ୍ତ୍ରୀ ମୋଦୀ ଦେଲେ ଏଭଳି ପ୍ରତିକ୍ରିୟା

Advertisment

ଆମେରିକାର ମଧ୍ୟସ୍ଥତାରେ ହୋଇଥିବା ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲ ଏବଂ ହମାସ ଶାନ୍ତି ପ୍ରତିଷ୍ଠା ନେଇ ସହମତ ହୋଇଛନ୍ତି। ଟ୍ରମ୍ପଙ୍କ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ଆମେରିକାର ମଧ୍ୟସ୍ଥତାରେ ହୋଇଥିବା ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲ ଏବଂ ହମାସ ଶାନ୍ତି ପ୍ରତିଷ୍ଠା ନେଇ ସହମତ ହୋଇଛନ୍ତି। ଟ୍ରମ୍ପଙ୍କ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

New Project

ନୂଆଦିଲ୍ଲୀ: ଯୁଦ୍ଧ ଶେଷ କରିବାକୁ ରାଜି ହେଲେ ଇସ୍ରାଏଲ ଏବଂ ହମାସ। ଆମେରିକାର ମଧ୍ୟସ୍ଥତାରେ ହୋଇଥିବା ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲ ଏବଂ ହମାସ ଶାନ୍ତି ପ୍ରତିଷ୍ଠା ନେଇ ସହମତ ହୋଇଛନ୍ତି। ଏ ବିଷୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଟ୍ରମ୍ପଙ୍କ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏକ୍ସରେ ପୋଷ୍ଟ କରି ସେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। 

ସେ କରିଥିବା ଏକ୍ସ ପୋଷ୍ଟରେ ଲେଖାଯାଇଛି ଯେ, "ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ ଚୁକ୍ତିକୁ ସ୍ୱାଗତ କରୁଛୁ। ଏହା ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଦୃଢ଼ ନେତୃତ୍ୱର ମଧ୍ୟ ପ୍ରତିଫଳନ। ଆମେ ଆଶା କରୁଛୁ ଯେ ବନ୍ଧକଙ୍କ ମୁକ୍ତି ଏବଂ ଗାଜାର ଲୋକମାନଙ୍କୁ ବର୍ଦ୍ଧିତ ମାନବିକ ସହାୟତା ସେମାନଙ୍କ ପାଇଁ ଆଶ୍ୱସ୍ତି ଆଣିବ ଏବଂ ସ୍ଥାୟୀ ଶାନ୍ତି ପାଇଁ ପଥ ପ୍ରଶସ୍ତ କରିବ।"

ଇସ୍ରାଏଲ-ହମାସ ଚୁକ୍ତିନାମା ଗାଜାରେ ଚାଲିଥିବା ଯୁଦ୍ଧ ବନ୍ଦ କରିବା ଏବଂ ବନ୍ଦୀମାନଙ୍କ ମୁକ୍ତି ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦେବ। ଏହି ଐତିହାସିକ ଚୁକ୍ତିନାମା ଗୁରୁବାର ଇଜିପ୍ଟରେ ସ୍ୱାକ୍ଷରିତ ହୋଇଥିଲା। ଟ୍ରମ୍ପ ଏହାକୁ ସ୍ଥାୟୀ ଶାନ୍ତି ଦିଗରେ ପ୍ରଥମ ପଦକ୍ଷେପ ବୋଲି କହିଥିଲେ। ଅନ୍ୟପକ୍ଷରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହାକୁ ଏକ କୂଟନୈତିକ ସଫଳତା ଏବଂ ଏକ ନୈତିକ ବିଜୟ ବୋଲି କହିଥିଲେ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ଲେଖିଛନ୍ତି ଯେ, "ମୁଁ ଗର୍ବିତ ଯେ ଇସ୍ରାଏଲ ଏବଂ ହମାସ ଉଭୟ ଆମର ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ ସହମତ ହୋଇଛନ୍ତି। ଏହାର ଅର୍ଥ ହେଉଛି ସମସ୍ତ ବନ୍ଧକଙ୍କୁ ଖୁବ୍ ଶୀଘ୍ର ମୁକ୍ତ କରାଯିବ ଏବଂ ଇସ୍ରାଏଲୀ ସେନା ନିର୍ଦ୍ଧାରିତ ସୀମାକୁ ପ୍ରତ୍ୟାହାର କରିବ। ଏହା ସ୍ଥାୟୀ ଶାନ୍ତି ଦିଗରେ ପ୍ରଥମ ପଦକ୍ଷେପ।"

 pm modi | donald-trump 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe