ସୀମାରେ ଥିବା ଏହି ସହରରୁ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବ ଇସ୍ରାଏଲ୍

Advertisment
ସୀମାରେ ଥିବା ଏହି ସହରରୁ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବ ଇସ୍ରାଏଲ୍

image credit: AP

ଜେରୁଜେଲମ୍: ଲେବନାନର ଉତ୍ତର ସୀମାରେ ଥିବା ଅନ୍ୟତମ ବୃହତ୍ତମ ସହର କିରିୟତ ଶାମୋନାରୁ ଇସ୍ରାଏଲ ୨୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଇସ୍ରାଏଲ ଏହା କହିଛି। ଗୋଟିଏ ଦିନ ତଳେ କିରୟତ ଶାମୋନା ଓ ଏହାର ଆଖପାଖ ସୀମାନ୍ତ ଅଞ୍ଚଳରେ ପ୍ରବଳ ଗୁଳିବିନିମୟ ହୋଇଥିଲା।

ଦୁଇ ସପ୍ତାହ ତଳେ ଗାଜାରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇସ୍ରାଏଲ-ଲେବାନନ ସୀମାରେ ବି ସଂଘର୍ଷ ଚାଲିଛି। ଲେବାନନ ପଟୁ ଆତଙ୍କୀ ସଂଗଠନ ହିଜବୁଲ୍ଲା ପକ୍ଷରୁ ଇସ୍ରାଏଲ ଆଡ଼କୁ ଲକ୍ଷ୍ୟ କରି ଗୋଳା ଓ ରକେଟ୍ ବର୍ଷଣ କରାଯାଉଛି ।

ଇସ୍ରାଏଲ ନିଜ ସୀମାରେ ଥିବା କେତେକ ଅଞ୍ଚଳକୁ ନିଷିଦ୍ଧ ସାମରିକ ଜୋନ୍ ଭାବେ ଘୋଷଣା କରିସାରିଛି। ଫଳରେ ବାସିନ୍ଦା ମାନେ ସେଠାରୁ ଚାଲିଯିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ବର୍ତ୍ତମାନ ଲେବାନନ ସୀମାରୁ ସବୁଠାରୁ ଅନେକ ଲୋକଙ୍କୁ ସ୍ଥାନାନ୍ତରୀତ କରାଯାଉଛି । ଅନ୍ୟପକ୍ଷରେ, ଲେବନାନ ସେନାର ସୂଚନା ଅନୁଯାୟୀ, ଗୁରୁବାର କିରିୟତ ଶାମୋନା ସୀମାରେ ଥିବା ଏକ ଅଞ୍ଚଳରେ ଇସ୍ରାଏଲଗୁଳିରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ ସେନା ଏବଂ ଲେବାନନର ଇରାନ ସମର୍ଥିତ ହିଜବୁଲ୍ଲା ଗୋଷ୍ଠୀ ମଧ୍ୟରେ ଏହି ଅଞ୍ଚଳରେ ପ୍ରବଳ ଗୁଳିବିନିମୟ ହୋଇଛି।

ହିଜବୁଲ୍ଲା ଏକ ବିବୃତ୍ତିରେ କହିଛି ଯେ ଆମେ ଦୋହରାଇଛୁ ଯେ ଆମ ଦେଶର ସୁରକ୍ଷା ଉପରେ ଆକ୍ରମଣ କିମ୍ବା ସାଧାରଣ ନାଗରିକଙ୍କୁ ହତ୍ୟାର ଜବାବ ଦେବୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe