ଇସ୍ରାଏଲ–ହମାସ୍ ଯୁଦ୍ଧରେ ଫସିଯାଇଥିବା ଗର୍ଭବତୀ ଭୟ ଓ ଆତଙ୍କ ଭିତରେ କାଳ କାଟୁଛନ୍ତି

Advertisment
ଇସ୍ରାଏଲ–ହମାସ୍ ଯୁଦ୍ଧରେ ଫସିଯାଇଥିବା ଗର୍ଭବତୀ ଭୟ ଓ ଆତଙ୍କ ଭିତରେ କାଳ କାଟୁଛନ୍ତି

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଗାଜାରେ ଚାଲିଥିବା ଯୁଦ୍ଧର ଦୁଇଟି ଚିତ୍ର ରହିଛି। ଗୋଟିଏ ଚିତ୍ରରେ ଆମେ କେବଳ ମୃତ୍ୟୁକୁ ଦେଖୁଥିବା ବେଳେ ଅନ୍ୟ ଚିତ୍ରରେ ଲୋକମାନେ ଭୋକ, ଶୋଷ ଏବଂ ମୌଳିକ ସୁବିଧା ଅଭାବରୁ ଯନ୍ତ୍ରଣା ଭୋଗୁଥିବା ଦେଖିବାକୁ ମିଳୁଛି। ଲକ୍ଷଲକ୍ଷ ଲୋକ ରିଲିଫ୍ କ୍ୟାମ୍ପରେ ଅତି କଷ୍ଟରେ ଦିନ କାଟୁଛନ୍ତି।

ରିଲିଫ କ୍ୟାମ୍ପରେ ମହିଳା, ଶିଶୁ ଓ ବୃଦ୍ଧଙ୍କ ଅବସ୍ଥା ମଧ୍ୟ ଭଲ ନାହିଁ। ଏହି କ୍ରମରେ ‌ଦେଖିବାକୁ ଗଲେ ଗର୍ଭବତୀ ମହିଳାମାନେ ଅତ୍ୟଧିକ ଯନ୍ତ୍ରଣା ଏବଂ ଭୟରେ ଦିନ କାଟୁଛନ୍ତି। ଯନ୍ତ୍ରଣାରେ ରିଲିଫ କ୍ୟାମ୍ପରେ ପଡ଼ି ଛଟପଟ ହେଉଥିବା ବେଳେ ଗର୍ଭବତୀ ମହିଳାମାନଙ୍କୁ ଆହା ପଦେ କହିବାକୁ କେହି ନାହାନ୍ତି।

ତେବେ ଏଭଳି ପରିସ୍ଥିତିର ସାମ୍ନା କରୁଥିବା ଜଣେ ଗର୍ଭବତୀ ଅଲ-ବାରବାରୀ କହିଛନ୍ତି, ‘ମୋର ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଅଛି, ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଆକ୍ରମଣ ପୂର୍ବରୁ ମୁଁ ନିୟମିତ ଭାବରେ ଜଣେ ବିଶେଷଜ୍ଞଙ୍କୁ ଯାଇ ସ୍ବାସ୍ଥ୍ୟ ଯାଞ୍ଚ କରୁଥିଲି। କିନ୍ତୁ ଆକ୍ରମଣ ପରେ ମୋର ପରିବାର କିଏ କେଉଁଆଡେ ଅଛନ୍ତି କିଛି ସୂଚନା ନାହିଁ। ଡାକ୍ତରଙ୍କ ପାଖକୁ ବି ଯାଇ ପାରୁ ନାହିଁ। ପ୍ରବଳ ଯନ୍ତ୍ରଣା ହେଉଛି। ଆଗାମୀ ଗୋଟିଏ ମୁହୂର୍ତ୍ତ ବି ମୁଁ ଶାନ୍ତିରେ ବଞ୍ଚି ପାରୁନାହିଁ। ପ୍ରତି ମୁହୂର୍ତ୍ତରେ ‌ବୋମା ପଡ଼ିବାର ଭୟ ରହୁଛି।’

ଏହି ସମସ୍ୟା କେବଳ ଅଲ-ବାରବାରୀଙ୍କ ନୁହେଁ, ବରଂ ତାଙ୍କ ପରି କ୍ୟାମ୍ପରେ ହଜାର ହଜାର ମହିଳା ଗର୍ଭବତୀ ଅଛନ୍ତି। ଅନେକ ଗର୍ଭଧାରଣର ଶେଷ ମାସରେ ଗତି କରୁଛନ୍ତି। ଏମାନଙ୍କ ସହିତ ଆଗାମୀ ଦିନ‌ରେ କ’ଣ ଘଟିବ କିଛି କୁହ‌ାଯାଇ ପାରୁ ନାହିଁ।

ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି (ୟୁଏନପିଏଫ) ଅନୁଯାୟୀ, ଗାଜା ଯୁଦ୍ଧରେ ପ୍ରାୟ ୫୦,୦୦ ଗର୍ଭବତୀ ମହିଳା ଫସି ରହିଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ନିୟମିତ ଯାଞ୍ଚ ଏବଂ ଚିକିତ୍ସାର ଅଭାବରୁ ପୀଡ଼ିତ ଅଛନ୍ତି।

ଏହି ଶିବିରରେ ଏମିତି କିଛି ମହିଳା ଅଛନ୍ତି ଯେଉଁମାନେ ଅନେକ ଚେଷ୍ଟା ପରେ ଆଇଭିଏଫ ମାଧ୍ୟମରେ ଗର୍ଭବତୀ ହୋଇଛନ୍ତି। ଏହି ମହିଳାମାନେ କହିଛନ୍ତି କି, ‘ଆଇଭିଏଫ ମାଧ୍ୟମରେ ଗର୍ଭବତୀ ହେବାପରେ ଡାକ୍ତର ଚିନ୍ତାମୁକ୍ତ ରହିବାକୁ କହିଥିଲେ। କିନ୍ତୁ ପ୍ରତି ମୁହୂର୍ତ୍ତରେ ବୋମା ବିସ୍ଫୋରଣ ହେତୁ ‌ଯେଉଁଭଳି ପରିସ୍ଥିତି ରହିଛି ଲାଗୁଛି କି ଗର୍ଭପାତ ହୋଇଯିବ। ଭଗବାନ ଆମକୁ ସାହା ହୁଅନ୍ତୁ। ଏହି ଯୁଦ୍ଧ ଯଥାଶୀଘ୍ର ସମାପ୍ତ ହେଉ ଏହା ହିଁ ପ୍ରାର୍ଥନା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe