ଗାଜାରେ ହମାସ୍‌ର ମୂଳପୋଛ ପାଇଁ ଇସ୍ରାଏଲ୍ ନେଲା କଡ଼ା ପଦକ୍ଷେପ, ଭୟରେ ଘର ଛାଡ଼ୁଛନ୍ତି ଲକ୍ଷ ଲକ୍ଷ ଲୋକ

Advertisment
ଗାଜାରେ ହମାସ୍‌ର ମୂଳପୋଛ ପାଇଁ ଇସ୍ରାଏଲ୍ ନେଲା କଡ଼ା ପଦକ୍ଷେପ, ଭୟରେ ଘର ଛାଡ଼ୁଛନ୍ତି ଲକ୍ଷ ଲକ୍ଷ ଲୋକ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ଶନିବାର ୮ଦିନ ପୁରିଛି। ବର୍ତ୍ତମାନ ଏହି ଯୁଦ୍ଧ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ହମାସର ଆକ୍ରମଣ ପରେ ‌ଏବେ ପ୍ରତିଶୋଧ ନେବା ଆରମ୍ଭ କରିଛି ଇସ୍ରାଏଲ୍। ଗାଜାରେ ଇସ୍ରାଏଲ୍ ସୈନ୍ୟବାହିନୀ ପ୍ରବେଶ କରି ଗାଜାକୁ ଚାରିପଟୁ ଘେରିବା ଆରମ୍ଭ କରିଛି। ଏୟାର ଷ୍ଟ୍ରାଇକ୍ ସହିତ ଇସ୍ରାଏଲ୍ ସେନା ବର୍ତ୍ତମାନ ଗ‌ାଜାରେ ସ୍ଥଳ ଆକ୍ରମଣକୁ ଆହୁରି ତୀବ୍ର କରିଛି। ଗାଜାକୁ ଦୁର୍ବଳ କରିବା ପାଇଁ ଇସ୍ରାଏଲ ଅସ୍ତ୍ରଶସ୍ତ୍ର ସହ ବୁଦ୍ଧିର ବ୍ୟବହାର କରିଛି। ୫ଟି କଡ଼ା ପଦକ୍ଷେପ ନେଇ ଗାଜାକୁ ତଳିତଳାନ୍ତ କରିବାକୁ ଯୋଜନା କରିଛି ଇସ୍ରାଏଲ ।

ଗାଜାକୁ ବିଶ୍ୱର ଅନ୍ୟ ସ୍ଥାନରୁ ଅଲଗା କରିବା ଏବଂ ହମାସ ଆତଙ୍କବାଦୀମାନଙ୍କୁ ଧ୍ୱଂସ କରିବା ପାଇଁ ଇସ୍ରାଏଲ ୫ଟି ପ୍ରମୁଖ ପଦକ୍ଷେପ ନେଇଛି।

୧. ଗାଜାରେ ବିଦ୍ୟୁତ୍ ଯୋଗାଣ ବନ୍ଦ କରାଯାଇଛି।

୨. ଜଳ ଯୋଗାଣ ବନ୍ଦ କରାଯାଇଛି।

୩. ଇସ୍ରାଏଲ୍ ସେନା ଗାଜାରେ ଇଣ୍ଟରନେଟ୍ ସେବାକୁ ମଧ୍ୟ ବନ୍ଦ କରିଦେଇଛନ୍ତି।

୪. ଏହା ବ୍ୟତୀତ ଇସ୍ରାଏଲ ଗାଜାରେ ଖାଦ୍ୟ ସାମଗ୍ରୀ ଯୋଗାଣ ଉପରେ ମଧ୍ୟ ଅଙ୍କୁଶ ଲଗାଇଛି।

୫. ଏସବୁ ଜିନିଷ ସହ ଜୀବନରକ୍ଷାକାରୀ ଔଷଧ ଯୋଗାଣ ଉପରେ ମଧ୍ୟ ଇସ୍ରାଏଲ ପ୍ରତିବନ୍ଧକ ଲଗାଇଥିବା ସୂଚନା ରହିଛି।

publive-image aajtak

ମିଳିତ ଜାତିସଂଘ କହିଛି ଯେ, ଗାଜାର ସ୍ଥିତି ଅତ୍ୟନ୍ତ ବିପଜ୍ଜନକ। ବିଦ୍ୟୁତ୍ ଓ ଜଳ ଯୋଗାଣ ବନ୍ଦ କରାଯିବା ପରେ ପ୍ରାୟ ୫୦ହଜାର ଗର୍ଭବତୀ ମହିଳାଙ୍କ ଉପରେ ଏହା ପ୍ରଭାବ ପକାଇଛି। ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି ଯେ ଆମକୁ ଗାଜାବାସୀଙ୍କୁ ସାହାଯ୍ୟ କରିବା ଜରୁରୀ। ସେମାନଙ୍କ ପାଇଁ ଖାଦ୍ୟ, ପାନୀୟ ଏବଂ ଇନ୍ଧନର ବ୍ୟବସ୍ଥା କରିବାର ଆବଶ୍ୟକତା ଅଛି।

publive-image aajtak

ଅନ୍ୟପକ୍ଷରେ ଗାଜାର ସ୍ଥିତି ଖରାପ ହେଉଥିବା ଦେଖି ଲୋକେ ନିଜ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଇସ୍ରାଏଲର ଆକ୍ରମଣ ପରେ ଗାଜାରୁ ଲକ୍ଷ ଲକ୍ଷ ଲୋକ ଘର ଛାଡ଼ି ପଳାୟନ କରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe