ଇସ୍ରାଏଲ-ହମାସ୍‌ ଯୁଦ୍ଧ: ଲାଦେନର ୨୧ ବର୍ଷ ତଳର ଚିଠି ଭାଇରାଲ

Advertisment

ଇସ୍ରାଏଲକୁ ସମର୍ଥନ ପାଇଁ ଆମେରିକାକୁ ଶାସ୍ତି ମିଳବ ବୋଲି ଧମକ ଦେଇଥିଲା

ଇସ୍ରାଏଲକୁ ସମର୍ଥନ ପାଇଁ ଆମେରିକାକୁ ଶାସ୍ତି ମିଳବ ବୋଲି ଧମକ ଦେଇଥିଲା

ଇସ୍ରାଏଲ-ହମାସ୍‌ ଯୁଦ୍ଧ: ଲାଦେନର ୨୧ ବର୍ଷ ତଳର ଚିଠି ଭାଇରାଲ

ୱାସିଂଟନ: ଇସ୍ରାଏଲ-ହମାସ୍‌ ଯୁଦ୍ଧ ଭିତରେ ଏବେ ବିଶ୍ବର ସବୁଠାରୁ କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍‌ ଲାଦେନର ଏକ ଚିଠି ଭାଇରାଲ ହେଉଛି। ୨୧ ବର୍ଷ ତଳେ ଆମେରିକା ଉଦ୍ଦେଶ୍ୟରେ ଲାଦେନ ଲେଖିଥିବା ଚିଠି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ବିଷୟ ପାଲଟିଛି। ୨୦୦୧ରେ ଆମେରିକା ଉପରେ ହୋଇଥିବା ଭୟାନକ ଆତଙ୍କବାଦୀ ଆକ୍ରମଣ (୯/୧୧) ପରେ ଏହି ଚିଠି ଲେଖାଯାଇଥିଲା ଏବଂ ଏଥିରେ ଲାଦେନ ପାଲେଷ୍ଟାଇନ ପ୍ରସଙ୍ଗ ଉଠାଇଥିଲା।

‘ଆମ ପାଲେଷ୍ଟାଇନକୁ ବଳପୂର୍ବକ ଦଖଲରେ ରଖିଥିବା ଦମନକାରୀ ଇସ୍ରାଏଲକୁ ସମର୍ଥନ ଦେବା ଆମେରିକା ପାଇଁ ବହୁତ ମହଙ୍ଗା ପଡ଼ିବ’ ବୋଲି ଲାଦେନ ଏହି ଚିଠିରେ ଉଲ୍ଲେଖ କରିଥିଲା। ସଂପ୍ରତି ଇସ୍ରାଏଲ-ହମାସ୍‌ ଯୁଦ୍ଧ ପରିସ୍ଥିତିରେ ଏହି ଚିଠିକୁ ଯୋଡ଼ି ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଆମେରିକାକୁ ଟାର୍ଗେଟ୍‌ କରିଛନ୍ତି। ଲାଦେନ ‘ଆମେରିକାବାସୀଙ୍କ ଉଦ୍ଦେଶ୍ୟରେ ଲେଖିଥିବା ପତ୍ର’ରେ କହିଥିଲା- ‘ପାଲେଷ୍ଟାଇନକୁ ସବୁଦିନ ପାଇଁ ବନ୍ଦୀ କରି ରଖାଯାଇପାରିବ ନାହିଁ, କାରଣ ଆମେ ସେହି ଶୃଙ୍ଖଳକୁ ଭାଙ୍ଗିବୁ ଏବଂ ଆମେରିକା ଖ୍ରିଷ୍ଟିୟାନମାନଙ୍କ ରକ୍ତରେ ଏହାର ମୂଲ୍ୟ ପରିଶୋଧ କରିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe