ପରିବାର ସାମ୍ନାରେ ୧୧ ପାଲିଷ୍ଟେନୀୟଙ୍କୁ ହତ୍ୟା କରିଛି ଇସ୍ରାଏଲ

Advertisment
ପରିବାର ସାମ୍ନାରେ ୧୧ ପାଲିଷ୍ଟେନୀୟଙ୍କୁ ହତ୍ୟା କରିଛି ଇସ୍ରାଏଲ

ତେଲ୍‌ ଅଭିଭ୍‌: ଗାଜା ସହରରେ ଅତିକମ୍‌ରେ ୧୧ ଜଣ ପାଲିଷ୍ଟେନୀୟଙ୍କୁ ସେମାନଙ୍କ ପରିବାର ସାମ୍ନାରେ ଇସ୍ରାଏଲ ସେନା ହତ୍ୟା କରିଛି। ଗାଜା ସହରରେ ଇସ୍ରାଏଲ ଏହି ଅମାନବୀୟ କାର୍ଯ୍ୟ କରିଛି। ଜାତିସଂଘର ମାନବାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଏହି ଘଟଣାର ତୁରନ୍ତ ତଦନ୍ତ ଦାବି କରାଯାଇଛି। ଯଦି ଏହା ପ୍ରମାଣିତ ହୁଏ ତାହେଲେ ଇସ୍ରାଏଲ ବିରୋଧରେ ଯୁଦ୍ଧ ଅପରାଧ ଅଭିଯୋଗରେ ତଦନ୍ତ ଚାଲିବ। ଅଲ ରେମାଲ ପଡ଼ିଶାରେ ଅଲ ଅୱାଡ଼ା କୋଠାକୁ ଇସ୍ରାଏଲ ସେନା ନିୟନ୍ତ୍ରଣକୁ ନେବା ସମୟରେ ଏହି କାଣ୍ଡ କରିଛି। ସେଠାରେ ଏକାଧିକ ପରିବାର ଶରଣ ନେଇଥିଲେ।

ଜାତିସଂଘର ମାନବାଧିକାର ପାଇଁ ନିଯୁକ୍ତ ହାଇ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ସୈନିକମାନେ ପୁରୁଷ ସଦସ୍ୟଙ୍କ ଠାରୁ ମହିଳା ଓ ପିଲାମାନଙ୍କୁ ଅଲଗା କରିଦେଇଥିଲେ। ଏହାପରେ ପୁରୁଷମାନଙ୍କୁ ଗୁଳିକରି ମାରିଥିଲେ। ଗୁଳି ଖାଇଥିବା ପୁରୁଷମାନଙ୍କ ବୟସ ୨୦ରୁ ୪୦ ବର୍ଷ ମଧ୍ୟରେ। ଏପରିକି ପୁରୁଷମାନଙ୍କୁ ଗୁଳି କରିବା ପରେ ମହିଳା ଓ ପିଲାମାନଙ୍କୁ ଘରେ ପୂରାଇ ଇସ୍ରାଏଲ ସେନା ନିର୍ଯାତନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe