ଜେରୁଜେଲମ: ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଅସ୍ତ୍ରବିରତି ହେବାକୁ ଯାଉଛି। ଇସ୍ରାଏଲ୍ ଏବଂ ଆମେରିକୀୟ ଅଧିକାରୀଙ୍କଠାରୁ ଏଭଳି ଖବର ଆସୁଛି। ଏହା ମଧ୍ୟ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କ୍ୟାବିନେଟରେ ଏହା ଉପରେ ଆଲୋଚନା ହେବ।
ଇସ୍ରାଏଲ୍ ଏବଂ ଆମେରିକାର ଅଧିକାରୀମାନେ କହିଛନ୍ତି ଯେ ଇସ୍ରାଏଲ୍ ଏବଂ ଲେବାନନ୍ ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ଏକ ଚୁକ୍ତିନାମା କରିବାକୁ ନିକଟତର ହେଉଛନ୍ତି।
ଲେବାନନ୍ରେ ଇସ୍ରାଏଲ ଏବଂ ଇରାନ ସମର୍ଥିତ ଶିଆ ସଶସ୍ତ୍ର ଗୋଷ୍ଠୀ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ୬୦ ଦିନିଆ ଅସ୍ତ୍ରବିରତି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଦିଆଯାଇପାରେ ବୋଲି କୁହାଯାଉଛି। ଏଥିରେ ଦକ୍ଷିଣ ଲେବାନନ୍ରୁ ଇସ୍ରାଏଲ୍ ସୈନ୍ୟ ପ୍ରତ୍ୟାହାର ଏବଂ ଏହି ଅଞ୍ଚଳରେ ହିଜବୁଲ୍ଲାର ଉପସ୍ଥିତି ସମାପ୍ତ କରିବା ଦାବିକୁ ଅନ୍ତର୍ଭୁକ୍ତ କରାଯାଇଛି।
ଆମେରିକାର ଜାତୀୟ ସୁରକ୍ଷା ପରିଷଦ ମୁଖପାତ୍ର ଜନ୍ କିର୍ବି କହିଛନ୍ତି ଯେ ଆମେ ଭାବୁଛୁ ଯେ ଆମେ ଏପରି ସ୍ଥିତିରେ ପହଞ୍ଚିଛୁ ଯେଉଁଠାରେ ଆମେ ଅସ୍ତ୍ରବିରତି କରିବାକୁ ଯାଉଛୁ। ଏହା ଖବର ଏଭଳି ଏକ ସମୟରେ ଆସିଛି ଯେତେବେଳେ ରବିବାର ହିଜବୁଲ୍ଲା ଦ୍ୱାରା ଇସ୍ରାଏଲ୍ ଉପରେ ୨୫୦ ରକେଟ ମାଡ଼ କରାଯାଇଥିଲା|
ପ୍ରକୃତରେ, ପାଲେଷ୍ଟାଇନର ଉଗ୍ରବାଦୀ ଗୋଷ୍ଠୀ ହମାସ୍ ସହିତ ଇସ୍ରାଏଲ୍ ଯୁଦ୍ଧ ଆରମ୍ଭ କରିଥିଲା। ଗାଜା ସହରରେ ହମାସ୍ ଗୋଷ୍ଠୀକୁ ଧ୍ୱଂସ କରିବାକୁ ଇସ୍ରାଏଲ୍ ଯୁଦ୍ଧବିମାନ ସଂକଳ୍ପ ନେଇଥିଲା। କ୍ରମାଗତ ଭାବରେ ଆକ୍ରମଣ କରାଯାଇଥିଲା। ଉଭୟଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଗାଜାରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏହି ସମୟରେ, ଇସ୍ରାଏଲ୍ ଦ୍ବାରା ହମାସ୍ ପରାସ୍ତ ହେଉଥିବାର ଦେଖି ଲେବାନନ୍ ଉଗ୍ରବାଦୀ ଦଳ ହିଜବୁଲ୍ଲା ହମାସ୍ ସହିତ ମିଳିତ ହୋଇ ଏହାକୁ ସମର୍ଥନ କରି ଇସ୍ରାଏଲ୍କୁ ଧମକ ଦେବା ଆରମ୍ଭ କରିଥିଲା।
ଅଧିକ ପଢ଼ନ୍ତୁ: ହାରିଲେ ଇଭିଏମ୍ ଖରାପ: ବାଲାଟ ପେପରରେ ନିର୍ବାଚନ ଆବେଦନ ସୁପ୍ରିମକୋର୍ଟରେ ଖାରଜ
ଧମକ ଦେଇ ହିଜବୁଲ୍ଲା ଇସ୍ରାଏଲ୍ ଉପରେ ଆକ୍ରମଣ ଆରମ୍ଭ କରିଥିଲା। ଏହା ପରେ ଇସ୍ରାଏଲ୍ ସିଧାସଳଖ ହମାସ୍ ଏବଂ ହିଜବୁଲ୍ଲାର ମୁକାବିଲା ପାଇଁ ଅଣ୍ଟାଭିଡ଼ିଥିଲା। ଇସ୍ରାଏଲ୍ ଲେବାନନ୍ ଉପରେ ଏକାଧିକ ଥର ଆକ୍ରମଣ କରିଥିଲା। ନିକଟରେ ଇସ୍ରାଏଲ୍ ଏୟାର ଷ୍ଟ୍ରାଇକରେ ଲେବାନନ୍ରେ ପ୍ରାୟ ୫୦୦ଲୋକଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ପେଜର୍ ଏବଂ ୱାକି-ଟକି ଉପକରଣରେ ବିସ୍ଫୋରଣ ଲେବାନନ୍ରେ ଆତଙ୍କ ସୃଷ୍ଟି କରିଥିଲା ​। ବର୍ତ୍ତମାନ ସୁଦ୍ଧା ଲେବାନନ୍ରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି।
ଏହା ସହିତ ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧ ଜାରି ରହିଛି। ଲେବାନନ୍ରେ ଇସ୍ରାଏଲ୍ ନିର୍ଦ୍ଦିଷ୍ଟ ଭାବରେ ଆକ୍ରମଣ କରୁଛି। ଶନିବାର ଇସ୍ରାଏଲ୍ ଏକ ନୂତନ ଆକ୍ରମଣ କରିଥିଲା। ଏଥିରେ ୨୮ ଜଣଙ୍କର ମୃତ୍ୟୁ ଘଟିଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କେନ୍ଦ୍ରୀୟ ବେରୁଟରେ ହୋଇଥିବା ଇସ୍ରାଏଲ୍ ଏୟାର ଷ୍ଟ୍ରାଇକରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ରାଜଧାନୀର ଉତ୍ତର-ପୂର୍ବରେ ହୋଇଥିବା ଆକ୍ରମଣରେ ଅନ୍ୟ ୧୩ ଜଣଙ୍କର ମୃତ୍ୟୁ ଘଟିଛି।
ଅଧିକ ପଢ଼ନ୍ତୁ: ‘ଫେଙ୍ଗଲ୍’ଉପକୂଳ ମୁହାଁ: ୮୦କିମି ବେଗରେ ପବନ ସହ ପ୍ରବଳ ବର୍ଷା ପୂର୍ବାନୁମାନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)