ଗାଜାରେ ବିମାନ ଓ କମାଣ ଆକ୍ରମଣ ବୃଦ୍ଧି କଲା ଇସ୍ରାଏଲ: ସେନା ପ୍ରତ୍ୟାହାର ଯୋଜନା

Advertisment
ଗାଜାରେ ବିମାନ ଓ କମାଣ ଆକ୍ରମଣ ବୃଦ୍ଧି କଲା ଇସ୍ରାଏଲ: ସେନା ପ୍ରତ୍ୟାହାର ଯୋଜନା

India TV News

ଗାଜା: ଗାଜାରୁ କିଛି ସୈନ୍ୟ ପ୍ରତ୍ୟାହାର କରିବା ପାଇଁ ଇସ୍ରାଏଲ ଘୋଷଣା କରିବା ପରେ ଗତକାଲି ରାତି ସାରା ଦକ୍ଷିଣ ଗାଜାରେ ବିମାନ ଓ କମାଣ ଆକ୍ରମଣ ବୃଦ୍ଧି କରିଥିବା ଜଣାପଡ଼ିଛି। କିଛି ସୈନ୍ୟ ପ୍ରତ୍ୟାହାର କରିବାକୁ ଇସ୍ରାଏଲ ଘୋଷଣା କରିଥିଲେ ମଧ୍ୟ ଯୁଦ୍ଧ ଆହୁରି ଅନେକ ମାସ ଯାଏ ଚାଲିବ ବୋଲି ସ୍ପଷ୍ଟ କରିଛି। ଇସ୍ରାଏଲର ଜଣେ ଅଧିକାରୀ କହିଛନ୍ତି ଯେ, ସୈନ୍ୟ ହ୍ରାସ ଦ୍ୱାରା କେତେକ ସଂରକ୍ଷିତ ସୈନିକ (ରିଜର୍ଭିଷ୍ଟ) ସାଧାରଣ ଜୀବନକୁ ଫେରିପାରିବେ ଏବଂ ଇସ୍ରାଏଲର ଯୁଦ୍ଧ ପ୍ରଭାବିତ ଅର୍ଥନୀତିକୁ ସୁଦୃଢ଼ କରିପାରିବେ। ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ ଏହି ନିଷ୍ପତ୍ତି ଉତ୍ତର ପାଲେଷ୍ଟାଇନ୍ ଅଞ୍ଚଳରେ କମ୍ ତୀବ୍ରତା ବିଶିଷ୍ଟ ଅପରେସନ୍ ଆରମ୍ଭ ହେବାର ସଙ୍କେତ ଦେଉଛି।

ମୃତ୍ୟୁସଂଖ୍ୟା ବଢ଼ୁଥିବାରୁ ଅସ୍ତ୍ରବିରତି ପାଇଁ ଅନ୍ତର୍ଜାତୀୟ ସ୍ତରରେ ଆହ୍ୱାନ କରାଯାଉଥିବା ବେଳେ ୱାସିଂଟନ ଇସ୍ରାଏଲକୁ ସାମରିକ ଅପରେସନର ତୀବ୍ରତା ହ୍ରାସ କରିବାକୁ ଅନୁରୋଧ କରିଛି। କିନ୍ତୁ ଇସ୍ରାଏଲର ବିମାନ ଏବଂ ଟ୍ୟାଙ୍କ ଦକ୍ଷିଣ ଗାଜାର ଖାନ୍ ୟୁନିସର ପୂର୍ବ ଏବଂ ଉତ୍ତରାଞ୍ଚଳରେ ବୋମାମାଡ଼କୁ ବଢ଼ାଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ହମାସ ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ କହିଛନ୍ତି ଯେ ସେଠାରେ ଇସ୍ରାଏଲର ଆକ୍ରମଣରେ ଅଦ୍ୟାବଧି ୨୧,୯୭୮ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe