Advertisment

ଇରାନର କ୍ଷେପଣାସ୍ତ୍ର ମାଡ଼ରେ ଇସ୍ରାଏଲ୍‌ର ଅନେକ ହସ୍ପିଟାଲ୍‌ ‌କ୍ଷତିଗ୍ରସ୍ତ

Advertisment

ଇସ୍ରାଏଲ-ଇରାନ ବିବାଦ ବଢୁଛି ପଛେ ଥମିବାର ନାଁ ଧରୁନାହିଁ। ଇସ୍ରାଏଲ ଏବଂ ଇରାନ ଲଗାତାର ସପ୍ତମ ଦିନ ପାଇଁ ପରସ୍ପର ଉପରେ ଅନେକ କ୍ଷେପଣାସ୍ତ୍ର ନିକ୍ଷେପ କରିଚାଲିଛନ୍ତି। ଇରାନର କ୍ଷେପଣାସ୍ତ୍ର ମାଡ଼ରେ ଇସ୍ରାଏଲ୍‌ର ଅନେକ ହସ୍ପିଟାଲ୍‌ ‌କ୍ଷତିଗ୍ରସ୍ତ ହୋଇଛି।

ଇସ୍ରାଏଲ-ଇରାନ ବିବାଦ ବଢୁଛି ପଛେ ଥମିବାର ନାଁ ଧରୁନାହିଁ। ଇସ୍ରାଏଲ ଏବଂ ଇରାନ ଲଗାତାର ସପ୍ତମ ଦିନ ପାଇଁ ପରସ୍ପର ଉପରେ ଅନେକ କ୍ଷେପଣାସ୍ତ୍ର ନିକ୍ଷେପ କରିଚାଲିଛନ୍ତି। ଇରାନର କ୍ଷେପଣାସ୍ତ୍ର ମାଡ଼ରେ ଇସ୍ରାଏଲ୍‌ର ଅନେକ ହସ୍ପିଟାଲ୍‌ ‌କ୍ଷତିଗ୍ରସ୍ତ ହୋଇଛି।

New Project (5)

ନୂଆଦିଲ୍ଲୀ: ଇସ୍ରାଏଲ-ଇରାନ ବିବାଦ ବଢୁଛି ପଛେ ଥମିବାର ନାଁ ଧରୁନାହିଁ। ଇସ୍ରାଏଲ ଏବଂ ଇରାନ ଲଗାତାର ସପ୍ତମ ଦିନ ପାଇଁ ପରସ୍ପର ଉପରେ ଅନେକ କ୍ଷେପଣାସ୍ତ୍ର ନିକ୍ଷେପ କରିଚାଲିଛନ୍ତି। ଇରାନର କ୍ଷେପଣାସ୍ତ୍ର ମାଡ଼ରେ ଇସ୍ରାଏଲ୍‌ର ଅନେକ ହସ୍ପିଟାଲ୍‌ ‌କ୍ଷତିଗ୍ରସ୍ତ ହୋଇଛି। ସେଠାରୁ ଧୂଆ ବାହାରୁ୍‌ଥିବାର ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ; ଏକ ଲାଇଭ୍ କାର୍ଯ୍ୟକ୍ରମକୁ ସାମ୍ବାଧନ କଲା ବେଳେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନି ଘୋଷଣା କରିଛନ୍ତି ଯେ ଦେଶ ଏକତାରେ ରହିଛି ଏବଂ ବାହ୍ୟ ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ।

ଇରାନକୁ ଆତ୍ମସମର୍ପଣ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ। ଯାହାର ଜବାବରେ, ଖାମେନି ଏପରି ଏକ କଠୋର ଚେତାବନୀ ଦେଇଛନ୍ତି। ସେ ଚେତାବନୀ ଦେଇ କହିଛନ୍ତି କି ଯେକୌଣସି ଆମେରିକୀୟ ସାମରିକ ଆକ୍ରମଣ "ଗମ୍ଭୀର ଅପୂରଣୀୟ ପରିଣାମ" ଆଣିବ।

ତେବେ ଆମେରିକା ଇରାନ ଉପରେ ଆକ୍ରମଣ କରିବ କି ନାହିଁ ସେ ବିଷୟରେ ଟ୍ରମ୍ପ କହିଛନ୍ତି, "ମୁଁ ଏହା କରିପାରେ, ମୁଁ ଏହା କରିନପାରେ। ମୋର ଅର୍ଥ, କେହି ଜାଣନ୍ତି ନାହିଁ ଯେ ମୁଁ କ'ଣ କରିବାକୁ ଯାଉଛି।" 

ଉଲ୍ଲେଖଯୋଗ୍ୟ,  ତୀବ୍ର ହେଉଛି ଇରାନ-ଇସ୍ରାଏଲ ଯୁଦ୍ଧ । ଘନଘନ ମିସାଇଲ୍ ମାଡ ଓ ଆକ୍ରମଣରେ ଇରାନ ଥରୁଥିବା ବେଳେ ଇରାନରେ ଥିବା ଭାରତୀୟଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଆରମ୍ଭ ହୋଇଛି ଅପରେସନ ସିନ୍ଧୁ । ଆଉ ଇତିମଧ୍ଯରେ ଇରାନରେ ଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe