ରାଫା ଆକ୍ରମଣ ପାଇଁ ଇସ୍ରାଏଲ ଆଗକୁ ବଢ଼ୁଛି

ରାଫା ଆକ୍ରମଣ ପାଇଁ ଇସ୍ରାଏଲ ଆଗକୁ ବଢ଼ୁଛି

NDTV

ତେଲ ଅବିବ: ମାନବିକ ବିପର୍ଯ୍ୟୟ ନେଇ ଆନ୍ତର୍ଜାତିକ ଚେତାବନୀ ସତ୍ତ୍ୱେ ଇସ୍ରାଏଲ ସେନା ଦକ୍ଷିଣ ଗାଜା ଉପତ୍ୟକାର ଏକ ସହର ରାଫାରେ ସ୍ଥଳ ଅଭିଯାନ ଜାରି ରଖି ଆଗକୁ ବଢ଼ୁଛି। ରାଫାରେ ହମାସ ଉପରେ ହେବାକୁ ଥିବା ଆକ୍ରମଣ ପୂର୍ବରୁ ଇସ୍ରାଏଲ ସେନା ପାଲେଷ୍ଟାଇନର ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି ଚଳାଇଛି। ଇସ୍ରାଏଲର ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ଟାଇମ୍ସ ଅଫ୍ ଇସ୍ରାଏଲକୁ ଏହି ସୂଚନା ଦେଇ କହିଛନ୍ତି ଯେ ରାଫା ଆକ୍ରମଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ସରକାରୀ ଅନୁମୋଦନ ମିଳିବା କ୍ଷଣି ଅପରେସନ ଆରମ୍ଭ କରାଯିବ। ଅନ୍ୟପକ୍ଷରେ ଗାଜାର ୨୩ ଲକ୍ଷ ଲୋକଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକଙ୍କୁ ଆଶ୍ରୟ ଦେଇଥିବା ଏହି ସହର ଉପରେ ଆକ୍ରମଣ ନ କରିବାକୁ ଆମେରିକା ଇସ୍ରାଏଲକୁ ଅନୁରୋଧ କରିଛି।

ଇସ୍ରାଏଲ ସରକାର ୪୦,୦୦୦ ତମ୍ବୁ କିଣିଛନ୍ତି ଯେଉଁଥିରେ ୧୦-୧୨ ଜଣ ଲେଖାଏଁ ଲୋକ ରହିପାରିବେ, ଯାହା ସୂଚାଉଛି ଯେ ବଡ଼ ଧରଣର ସ୍ଥାନାନ୍ତର ହୋଇପାରେ। ଇସ୍ରାଏଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନେତାନ୍ୟାହୁଙ୍କ ଯୁଦ୍ଧ କ୍ୟାବିନେଟ୍ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ରାଫାରୁ ବେସାମରିକ ନାଗରିକଙ୍କୁ ସ୍ଥାନାନ୍ତର ପାଇଁ ଅନୁମତି ଦେବା ଲାଗି ବୈଠକ କରିବାକୁ ଯୋଜନା ରଖିଛି। ଇସ୍ରାଏଲର ଶୀର୍ଷ ଗୁଇନ୍ଦା ଓ ସାମରିକ ଅଧିକାରୀମାନେ ବୁଧବାର କାଇରୋରେ ଇଜିପ୍ଟର ଗୁଇନ୍ଦା ମୁଖ୍ୟ ଏବଂ ଅନ୍ୟ ପ୍ରମୁଖ ଅଧିକାରୀଙ୍କ ସହ ବୈଠକ କରି ରାଫାରେ ସମ୍ଭାବ୍ୟ ଅପରେସନ୍ ବିଷୟରେ ଆଲୋଚନା କରିଥିଲେ। ତେବେ ଇଜିପ୍ଟ ଇସ୍ରାଏଲକୁ ଚେତାବନୀ ଦେଇ କହିଛି ଯେ ସେ ଗାଜାବାସୀଙ୍କୁ ସୀମା ଅତିକ୍ରମ କରି ନିଜ ଅଞ୍ଚଳରେ ପ୍ରବେଶ କରିବାକୁ ଅନୁମତି ଦେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe