ଏକ ଘରକିଆ ହେବାକୁ ଯାଉଛି ଇସ୍ରାଏଲ!: ବ୍ରିଟେନ ଏବଂ ସ୍ପେନ୍ ପରେ,ଏବେ ଏହି ଦେଶ ନେଲା କଠୋର ପଦକ୍ଷେପ

ଗାଜା ହିଂସାକୁ ନେଇ ଇସ୍ରାଏଲ ସହିତ ଅସ୍ତ୍ରଶସ୍ତ୍ର ଚୁକ୍ତି ବନ୍ଦ କରିବାରେ ସ୍ଲୋଭେନିଆ ପ୍ରଥମ ୟୁରୋପୀୟ ସଂଘୀୟ ଦେଶ ହୋଇଛି। ସ୍ଲୋଭେନିଆ ପ୍ରଧାନମନ୍ତ୍ରୀ ରବର୍ଟ ଗୋଲୋବ ଏହାକୁ ଏକ ଦୃଢ଼ କୂଟନୈତିକ ବାର୍ତ୍ତା ବୋଲି କହିଛନ୍ତି...

Israel is going to become alone!: After Britain and Spain, this country has now taken strict measures

Israel is going to become alone!: After Britain and Spain, this country has now taken strict measures Photograph: (sambad.in)

ଜେରୁଜେଲମ୍:ଗାଜାରେ ଚାଲିଥିବା ହିଂସା ଏବଂ ମାନବାଧିକାର ଉଲ୍ଲଂଘନ ପାଇଁ ସମଗ୍ର ବିଶ୍ୱରେ ଇସ୍ରାଏଲ ବିରୁଦ୍ଧରେ ସମାଲୋଚନା ନିରନ୍ତର ବୃଦ୍ଧି ପାଉଛି। ଏବେ ସ୍ଲୋଭେନିଆ ଏକ ବଡ଼ ଏବଂ କଠୋର ପଦକ୍ଷେପ ନେଇଛି।  ଇସ୍ରାଏଲ ସହିତ ଯେକୌଣସି ପ୍ରକାରର ଅସ୍ତ୍ରଶସ୍ତ୍ର କାରବାରକୁ ସ୍ଲୋଭେନିଆ  ସମ୍ପୂର୍ଣ୍ଣ ନିଷିଦ୍ଧ କରିଛି। ଏହା ସହିତ,ସ୍ଲୋଭେନିଆ ୟୁରୋପୀୟ ସଂଘର ପ୍ରଥମ ଦେଶ ଭାବେ ଗାଜା ଯୁଦ୍ଧ ଆଧାରରେ ଇସ୍ରାଏଲ ସହିତ 'ଅସ୍ତ୍ରଶସ୍ତ୍ର ବାଣିଜ୍ୟ' ବନ୍ଦ କରିଛି।

ସ୍ଲୋଭେନିଆର ପ୍ରଧାନମନ୍ତ୍ରୀ ରବର୍ଟ ଗୋଲୋବ ପୂର୍ବରୁ ସୂଚାଇ ଦେଇଥିଲେ ଯେ, ଯଦି ୟୁରୋପୀୟ ସଂଘ ଏକ ସାଧାରଣ ମତ ଗ୍ରହଣ ନ କରେ, ତେବେ ତାଙ୍କ ଦେଶ ନିଜ ସ୍ତରରେ ଏକ କଠୋର ନିଷ୍ପତ୍ତି ନେବ। ଏବେ ସେ ଏହାକୁ କାର୍ଯ୍ୟକାରୀ କରି ଇସ୍ରାଏଲକୁ ଏକ ଦୃଢ଼ କୂଟନୈତିକ ବାର୍ତ୍ତା ଦେଇଛନ୍ତି।
ସରକାରଙ୍କ ଦ୍ୱାରା ଜାରି ବିବୃତିରେ ଏହା କୁହାଯାଇଛି। 

ୟୁରୋପୀୟ ସଂଘ ଭିତରେ ଆଭ୍ୟନ୍ତରୀଣ ମତଭେଦ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଷ୍ଟକର କରିଛି। କିନ୍ତୁ ଗାଜାର ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହେବାରେ ଲାଗିଛି। ଲୋକଙ୍କ ପାଖରେ ପିଇବା ପାଣି ନାହିଁ,ଖାଦ୍ୟ ନାହିଁ, ସ୍ୱାସ୍ଥ୍ୟ ସେବା ନାହିଁ। ହଜାର ହଜାର ଲୋକ ଧ୍ୱଂସାବଶେଷ ତଳେ ଚାପି ହୋଇ ମୃତ୍ୟୁବରଣ କରୁଛନ୍ତି।

ଅଧିକ ପଢ଼ନ୍ତୁ: ରାହୁଲଙ୍କୁ ରାଜନାଥଙ୍କ ଚ୍ୟାଲେଞ୍ଜ୍

ଯଦିଓ ଇସ୍ରାଏଲ ସହିତ ସ୍ଲୋଭେନିଆର ଅସ୍ତ୍ରଶସ୍ତ୍ର ବାଣିଜ୍ୟ ବିଶେଷ ବଡ଼ ଧରଣର ନୁହେଁ। ତେବେ ଏହି ନିଷ୍ପତ୍ତିର ଗୁରୁତ୍ୱ ବହୁତ ବଡ଼ ବୋଲି ବିବେଚନା କରାଯାଉଛି। ଏହା ସ୍ପଷ୍ଟ ହୋଇଯାଇଛି ଯେ, ଗାଜାର ଘଟଣାବଳୀ ସମ୍ପର୍କରେ ଇସ୍ରାଏଲର ନୀତି ପ୍ରତି ବିଶ୍ୱବ୍ୟାପୀ ବିରୋଧ ବୃଦ୍ଧି ପାଉଛି।

ସ୍ଲୋଭେନିଆର ଅନ୍ୟାନ୍ୟ କଠୋର କାର୍ଯ୍ୟାନୁଷ୍ଠାନ ପରେ ଏହି ପଦକ୍ଷେପ ନିଆଯାଇଛି। ଜୁଲାଇ ମାସରେ, ଦେଶ ଦୁଇ ଜଣ ଅତି ଦକ୍ଷିଣପନ୍ଥୀ ଇସ୍ରାଏଲୀ ମନ୍ତ୍ରୀଙ୍କୁ ପ୍ରବେଶ କରିବାକୁ ମନା କରିଥିଲା। ସେମାନଙ୍କ ଉପରେ ପାଲେଷ୍ଟାଇନଙ୍କ ବିରୁଦ୍ଧରେ ହିଂସାକୁ ଉସୁକାଇବା ଏବଂ "ନରସଂହାର" ଭଳି ଭାଷା ବ୍ୟବହାର କରିବାର ଅଭିଯୋଗ ଆସିଥିଲା। ସ୍ଲୋଭେନିଆର ସଂସଦ ମଧ୍ୟ ଜୁନ୍ ୨୦୨୪ରେ ପାଲେଷ୍ଟାଇନକୁ ଏକ ସ୍ୱାଧୀନ ରାଷ୍ଟ୍ର ଭାବରେ ମାନ୍ୟତା ଦେଇଥିଲା। ପୂର୍ବରୁ, ଆୟର୍ଲ୍ୟାଣ୍ଡ, ନରୱେ ଏବଂ ସ୍ପେନ୍ ଏପରି କରିସାରିଛନ୍ତି।

ପୂର୍ବରୁ, ବ୍ରିଟେନ ମଧ୍ୟ ଗତ ବର୍ଷ କିଛି ଅସ୍ତ୍ରଶସ୍ତ୍ର ରପ୍ତାନିକୁ ସ୍ଥଗିତ କରିଥିଲା ଏବଂ ସ୍ପେନ୍ ଅକ୍ଟୋବର ୨୦୨୩ରେ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ବିକ୍ରୟ ଉପରେ ନିଷେଧ କରିଥିଲା। ନେଦରଲ୍ୟାଣ୍ଡ, ଫ୍ରାନ୍ସ ଏବଂ ବେଲଜିୟମରେ ମଧ୍ୟ ଏହି ପ୍ରସଙ୍ଗରେ ଆଇନଗତ ପ୍ରକ୍ରିୟା ଏବଂ କଠୋରତା ଚାଲିଛି।

ଇସ୍ରାଏଲ ବିରୋଧରେ ବିଶ୍ୱବ୍ୟାପୀ ପ୍ରତିବାଦ ଆଉ କେବଳ ବକ୍ତବ୍ୟରେ ସୀମିତ ନାହିଁ। ବିଶ୍ୱର ଅନେକ ଦେଶ ଏବେ ଠୋସ୍ କାର୍ଯ୍ୟ ମାଧ୍ୟମରେ ସେମାନଙ୍କର ପ୍ରତିବାଦ କରୁଛନ୍ତି। ଏହା ଧୀରେ ଧୀରେ ଇସ୍ରାଏଲର ଅନ୍ତର୍ଜାତୀୟ ସ୍ଥିତିକୁ ଦୁର୍ବଳ କରୁଥିବା କୁହାଯାଉଛି।

ଅଧିକ ପଢ଼ନ୍ତୁ:ଏମ୍ସ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା

israel | slovenia Gaza

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe