ହେଜବୁଲ୍ଲାର ଆଉ ଏକ କମାଣ୍ଡରକୁ ମାରିଲା ଇସ୍ରାଏଲ୍

ଲେବାନନ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଜାରି ରହିଛି । ଇସ୍ରାଏଲର ଏୟାରଷ୍ଟ୍ରାଇକରେ ହିଜବୁଲ୍ଲାର ଆଉଜଣେ କମାଣ୍ଡର ମୃତ୍ୟୁବରଣ କରିଛି । ସେ ହେଉଛି ଅହମ୍ମଦ ଜାଫର ମଟୋକ ।

hezbolla

ତେଲଅଭିବ୍: ଲେବାନନ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଜାରି ରହିଛି । ଇସ୍ରାଏଲର ଏୟାରଷ୍ଟ୍ରାଇକରେ ହିଜବୁଲ୍ଲାର ଆଉଜଣେ କମାଣ୍ଡର ମୃତ୍ୟୁବରଣ କରିଛି । ସେ ହେଉଛି ଅହମ୍ମଦ ଜାଫର ମଟୋକ ।

ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) କହିଛି ଯେ ହେଜବୁଲ୍ଲାର ବିଣ୍ଟ ଜେବିଲ ଅଞ୍ଚଳର କମାଣ୍ଡର ଅହମ୍ମଦ ଜାଫର ମଟୋକ ଏକ ଏୟାର ଷ୍ଟ୍ରାଇକରେ ନିହତ ହୋଇଛି। ଏହାର ଦିନକ ପରେ ବାୟୁସେନା ତା ଉତ୍ତରାଧିକାରୀ ତଥା ହିଜବୁଲ୍ଲା ଆର୍ଟିଲାରି ମୁଖ୍ୟକୁ ବି ବିଣ୍ଟ ଜେବିଲ ଅଞ୍ଚଳରେ ନିହତ କରିଥିଲା। ଏହି ଦୁଇ ଜଣ ଆତଙ୍କବାଦୀ ବିଣ୍ଟ ଜେବିଲ ଅଞ୍ଚଳରୁ  ଇସ୍ରାଏଲ ଉପରେ ଅନେକ ଆତଙ୍କବାଦୀ ଆକ୍ରମଣ କରିଥିଲେ, ଯେଉଁଥିରେ ଦକ୍ଷିଣ ଲେବାନନରେ କାର୍ଯ୍ୟରତ ଇସ୍ରାଏଲ ସାଧାରଣ ନାଗରିକ ଏବଂ ଆଇଡିଏଫ ଯବାନଙ୍କ ଉପରକୁ ଟ୍ୟାଙ୍କ ବିରୋଧୀ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା । ମଟୋକର ହତ୍ୟା ସହ ଏହି ଆକ୍ରମଣର ପ୍ରତିଶୋଧ ନେଇଛି ଇସ୍ରାଏଲ୍ ।

ମାସକ ତଳେ ଇସ୍ରାଏଲ ହିଜବୁଲ୍ଲା ମୁଖ୍ୟ ହାସାନ ନସରୁଲ୍ଲାକୁ ଏୟାର ଷ୍ଟ୍ରାଇକ୍ ମାଧ୍ୟମରେ ମାରି ଦେଇଥିଲା । ସେହିପରି ଅକ୍ଟୋବର ୧୮ରେ ହମାସ ମୁଖ୍ୟ ୟାହ୍ୟା ସିନଓ୍ବାରକୁ ହତ୍ୟା କରିଥିଲା ଇସ୍ରାଏଲ ସେନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe