ଇସ୍ରାଏଲ-ଲେବାନନ୍‌ ସଂଘର୍ଷ ତୀବ୍ର

Advertisment

ଇରାନ ସହାୟତାରେ ଇସ୍‌ଲାମିକ ଚରମପନ୍ଥୀ ସଂଗଠନ ହେଜବୁଲ୍ଲା ଲେବାନନ୍‌ରୁ ଇସ୍ରାଏଲ ଉପରେ ରକେଟ୍‌ ଆକ୍ରମଣ ଜାରି ରଖିଛି। ଗତରାତିରୁ ଆଜି ସନ୍ଧ୍ୟା ମଧ୍ୟରେ ଇସ୍ରାଏଲ ଉପରେ ଶତାଧିକ ରକେଟ୍‌ ଆକ୍ରମଣ ହୋଇଥିବା ବେଳେ ଏଥିରୁ ୯୫ ପ୍ରତିଶତ ରକେଟ୍‌କୁ ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଧ୍ବସ୍ତ କରିଦେଇଛି।

ଇରାନ ସହାୟତାରେ ଇସ୍‌ଲାମିକ ଚରମପନ୍ଥୀ ସଂଗଠନ ହେଜବୁଲ୍ଲା ଲେବାନନ୍‌ରୁ ଇସ୍ରାଏଲ ଉପରେ ରକେଟ୍‌ ଆକ୍ରମଣ ଜାରି ରଖିଛି। ଗତରାତିରୁ ଆଜି ସନ୍ଧ୍ୟା ମଧ୍ୟରେ ଇସ୍ରାଏଲ ଉପରେ ଶତାଧିକ ରକେଟ୍‌ ଆକ୍ରମଣ ହୋଇଥିବା ବେଳେ ଏଥିରୁ ୯୫ ପ୍ରତିଶତ ରକେଟ୍‌କୁ ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଧ୍ବସ୍ତ କରିଦେଇଛି।

dgjdgjdgdgj

ତେଲ୍‌ ଅବିବ୍‌: ଇରାନ ସହାୟତାରେ ଇସ୍‌ଲାମିକ ଚରମପନ୍ଥୀ ସଂଗଠନ ହେଜବୁଲ୍ଲା ଲେବାନନ୍‌ରୁ ଇସ୍ରାଏଲ ଉପରେ ରକେଟ୍‌ ଆକ୍ରମଣ ଜାରି ରଖିଛି। ଗତରାତିରୁ ଆଜି ସନ୍ଧ୍ୟା ମଧ୍ୟରେ ଇସ୍ରାଏଲ ଉପରେ ଶତାଧିକ ରକେଟ୍‌ ଆକ୍ରମଣ ହୋଇଥିବା ବେଳେ ଏଥିରୁ ୯୫ ପ୍ରତିଶତ ରକେଟ୍‌କୁ ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଧ୍ବସ୍ତ କରିଦେଇଛି। ସୀମା ଅଂଚଳରେ ଇସ୍ରାଏଲ ନାଗରିକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଲେବାନନ୍‌ରେ ଥିବା ସମସ୍ତ ହେଜବୁଲ୍ଲା ଆଡ଼ାକୁ ଧ୍ବସ୍ତ କରିବା ପାଇଁ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ହେଜବୁଲ୍ଲାର ୩୦ରୁ ଅଧିକ ରକେଟ୍‌ ଲଞ୍ଚର୍‌ ସ୍ଥଳ, କମାଣ୍ଡ ସେଣ୍ଟର ଓ ଶିବିର ଇସ୍ରାଏଲର ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ଆକ୍ରମଣରେ ଧ୍ବସ୍ତ ହୋଇଛି।

ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଲେବାନନ୍‌ରୁ ମାଡ଼ ହେଉଥିବା ଅଧିକାଂଶ ରକେଟ୍‌କୁ ଅଟକାଇବାରେ ସକ୍ଷମ ହୋଇଥିବାରୁ ବିଶେଷ କ୍ଷୟକ୍ଷତି ହୋଇନାହିଁ। ଲେବାନନ ସୀମାଠାରୁ ୫୦ କିଲୋମିଟର ଦୂରରେ ଅବସ୍ଥିତ ଇସ୍ରାଏଲର ଏକ ଏୟାରବେସ୍‌କୁ ଟାର୍ଗେଟ୍‌ କରି ଆଜି କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ଜଣାପଡ଼ିଛି। ଏହାର ଜବାବରେ ଇସ୍ରାଏଲର ଜେଟ୍‌ଗୁଡ଼ିକ ଦକ୍ଷିଣ ଲେବାନନରେ ଏକାଧିକ ଜବାବୀ ଆକ୍ରମଣ କରିଛନ୍ତି।  ଆଇଡିଏଫ ରିପୋର୍ଟ କରିଛି ଯେ ଏହାର  ବିମାନ ଆକ୍ରମଣ ହେଜବୁଲ୍ଲାର ବିପୁଳ କ୍ଷତି ଘଟାଇଛି। ଉତ୍ତର ଇସ୍ରାଏଲ ଏବଂ ଗୋଲାନ ହାଇଟ୍ସରେ ଥିବା ୭ଟି ସ୍ଥାନ ସମେତ ଇସ୍ରାଏଲର ସାମରିକ ଟାର୍ଗେଟ ଉପରେ ହେଜବୁଲ୍ଲା ଆଜି ବଡ଼ ଆକ୍ରମଣ କରିଥିଲେ ମଧ୍ୟ ସଫଳ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଯୋଗୁଁ ଏହା ପଣ୍ଡ ହୋଇଯାଇଛି। ଲେବାନନ୍‌ରେ ହେଜବୁଲ୍ଲାର ପେଜର୍‌ ଓ ୱାକିଟକି ବିସ୍ଫୋରଣରେ ପ୍ରାୟ ୨ ହଜାର ସଦସ୍ୟ ଗୁରୁତର ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe