ତେଲ ଅଭିବ : ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପରେ ପାକିସ୍ତାନରେ ଭୟର ବାତାବରଣ ସୃଷ୍ଟି ହୋଇଛି। କାରଣ ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଦେଇଥିବା ଏକ ବୟାନ ଯେଉଁଥିରେ ସେ କହିଥିଲେ ଯେ ଇରାନ ପରି ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମକୁ ବି ବିପଦ ଭାବେ ଦେଖୁଛି ଇସ୍ରାଏଲ ।
ଏବେ ଜଣେ ଇସ୍ରାଏଲୀ ବିଶେଷଜ୍ଞଙ୍କ ଦାବି ଇସଲାମାବାଦର ନିଦ ହଜାଇ ଦେଇଛି। ଇସ୍ରାଏଲୀ ଲେଖକ ଏବଂ ଅନ୍ତର୍ଜାତୀୟ ବ୍ୟାପାର ବିଶେଷଜ୍ଞ ମୈର ମାସରି ଦାବି କରିଛନ୍ତି ଯେ ଇରାନ ପରେ ଇସ୍ରାଏଲର ନଜର ଏବେ ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମ ଉପରେ ରହିଛି। ଅର୍ଥାତ୍ ଇରାନ ପରେ ପାକିସ୍ତାନର ପରମାଣୁ ଘାଟି ଉପରେ ଆକ୍ରମଣ କରାଯାଇପାରିବ। ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ଶୀର୍ଷରେ ଅଛି। ଦିନରାତି ଉଭୟ ପାର୍ଶ୍ୱରୁ କ୍ଷେପଣାସ୍ତ୍ର ବର୍ଷା ହେଉଛି। ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଏକ ପୁରୁଣା ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ ଇରାନ ପରେ ପାକିସ୍ତାନ ଉପରେ ଆକ୍ରମଣ କରିବା ବିଷୟରେ କହୁଥିବା ଶୁଣାଯାଉଛି।
ଏହି ଭିଡିଓ ଏବଂ ମାସରିଙ୍କ ବୟାନ ପରେ ପାକିସ୍ତାନରେ ସୋସିଆଲ ମିଡିଆରେ ବିତର୍କ ତୀବ୍ର ହୋଇଛି। ଲୋକମାନେ ପ୍ରଶ୍ନ ପଚାରୁଛନ୍ତି ଯେ ଇସ୍ରାଏଲ ପ୍ରକୃତରେ ଏବେ ପାକିସ୍ତାନର ପରମାଣୁ ଘାଟିକୁ ଟାର୍ଗେଟ କରିପାରିବ କି? ଏହା କେବଳ ମାନସିକ ଚାପ ନା କୌଣସି ପ୍ରକୃତ ପ୍ରସ୍ତୁତି ଚାଲିଛି? ପାକିସ୍ତାନର ସାମରିକ ମହଲରେ ମଧ୍ୟ ହଇଚଇ ସୃଷ୍ଟି ହୋଇଛି।
Follow Us