ଭୁଲ୍‌କ୍ରମେ ୩ଜଣ ପଣବନ୍ଦୀଙ୍କୁ ହତ୍ୟା କଲା ଇସ୍ରାଏଲ୍‌; ନେତାନ୍ୟାହୁ କହିଲେ ‘ଅସହ୍ୟ ଦୁଃଖ’

Advertisment
ଭୁଲ୍‌କ୍ରମେ ୩ଜଣ ପଣବନ୍ଦୀଙ୍କୁ ହତ୍ୟା କଲା ଇସ୍ରାଏଲ୍‌; ନେତାନ୍ୟାହୁ କହିଲେ ‘ଅସହ୍ୟ ଦୁଃଖ’

Image Courtesy of Reuters

ଜେରୁଜେଲମ୍‌: ଗାଜାର ଶେଜୈୟା ଜିଲ୍ଲାରେ ଯୁଦ୍ଧ କରୁଥିବା ବେଳେ ‘ବିପଦ’ ବା ଶତ୍ରୁପକ୍ଷ ଲୋକ ମନେକରି ଶନିବାର ଦିନ ୩ଜଣ ଇସ୍ରାଏଲୀ ପଣବନ୍ଦୀଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ‘ଇସ୍ରାଏଲ୍‌ ଡିଫେନ୍‌ସ୍‌ ଫୋର୍ସ’ (ଆଇଡିଏଫ୍‌) କହିଛି।

ନିହତ ପଣବନ୍ଦୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ୟୋଟା ହୈମ୍‌ ଓ ଆଉ ଜଣଙ୍କ ନାଁ ସାମେର୍‌ ତାଲାଲ୍‌କା। କିନ୍ତୁ, ତୃତୀୟ ବ୍ୟକ୍ତିଙ୍କ ନାମ ପ୍ରସାରଣ ନ କରିବା ଲାଗି ତାଙ୍କ ପରିବାର ଲୋକେ ଅନୁରୋଧ କରିଥିବା କଥା ‘ଆଇଡିଏଫ୍‌’ କହିଛି।

‘ଆଇଡିଏଫ୍‌’ର ମୁଖପାତ୍ର ଡାନିଏଲ୍‌ ହେଗାରି କହିଛନ୍ତି, ଯାହା ଘଟିଗଲା ସେଥିପାଇଁ ସେନା ସମ୍ପୂର୍ଣ୍ଣ ଦାୟୀ ବୋଲି ସ୍ବୀକାର କରୁଛି। ଆମର ମନେହୁଏ, ସେ ୩ଜଣ ପଣବନ୍ଦୀ ହୁଏ ତ ଖସି ପଳାଇ ଆସିଥିଲେ ଅଥବା ଅଟକାଇ ରଖିଥିବା ଆତଙ୍କବାଦୀମାନେ ସେମାନଙ୍କୁ ଛାଡ଼ି ଚାଲିଯାଇଥିଲେ।

Israel Mistakenly Kills 3 Hostages, Netanyahu Calls It 'Unbearable Tragedy' Image Courtesy of AFP

ପଣବନ୍ଦୀ ମୃତ୍ୟୁ ଘଟଣାକୁ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ‘ଅସହ୍ୟ ଦୁଃଖ’ ବୋଲି କହିଛନ୍ତି। ସେ କହିଛନ୍ତି, ଅପହରଣ କରି ନିଆଯାଇଥିବା ଆମର ୩ଜଣ ପ୍ରିୟ ପୁତ୍ରଙ୍କ ମୃତ୍ୟୁ ଯୋଗୁଁ ଇସ୍ରାଏଲ୍‌ବାସୀଙ୍କ ସହିତ ମୁଁ ଅତିଶୟ ଦୁଃଖରେ ମଥାନତ କରି ଶୋକାତୁର ହୋଇପଡ଼ିଛି। ସେମାନଙ୍କ ପରିବାରବର୍ଗଙ୍କୁ ମୋର ସମବେଦନା।

ନିଜ ଜୀବନ ବିନିମୟରେ ପଣବନ୍ଦୀମାନଙ୍କୁ ମୁକୁଳାଇ ଆଣିବାକୁ ଭୟାବହ ଅଭିଯାନରେ ସମ୍ପୃକ୍ତ ଥିବା ସେନାର ସୈନିକମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ପ୍ରଶଂସା କରିଛି।

ସେ ଆହୁରି ମଧ୍ୟ କହିଛନ୍ତି, ଆଜିର ଏହି ଭୟାବହ ସନ୍ଧ୍ୟାରେ ଦୁଃଖକଷ୍ଟ ସହ୍ୟ କରି, ସତର୍କତା ଅବଲମ୍ବନ କରି ଅଭିଯାନ ଜାରି ରଖିବା ସହିତ ଅପହୃତ ପଣବନ୍ଦୀଙ୍କୁ ନିରାପଦରେ ସ୍ବଦେଶ ଫେରାଇଆଣିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe