ଲେବାନନ ଉପରୁ ନିଜ ନିୟନ୍ତ୍ରଣ ଛାଡିବାକୁ ପ୍ରସ୍ତୁତ ନୁହେଁ ଇସ୍ରାଏଲ: ସେନା ପ୍ରତ୍ୟାହାର କରିବାକୁ ମନା କଲା

ଇସ୍ରାଏଲ ଲେବାନନରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରିବାକୁ ମନା କରିଦେଇଛି। ଇସ୍ରାଏଲ ସେନା କହିଛନ୍ତି , ଯୁଦ୍ଧବିରତି ପରେ ମଧ୍ୟ ଇସ୍ରାଏଲ ସୈନିକମାନେ ଲେବାନନର ଗୁରୁତ୍ୱପୂର୍ଣ୍ଣ ରଣନୈତିକ ସ୍ଥାନରେ ରହିବେ। ଇସ୍ରାଏଲର ଏହି ପଦକ୍ଷେପ ପରେ, ହେଜବୁଲ୍ଲା ସହିତ ଯୁଦ୍ଧର ଆଶଙ୍କା ପୁଣି ଥରେ ବୃଦ୍ଧି ପାଇଛି...

Israel not ready to relinquish its control over Lebanon: army refuses to withdraw

Israel not ready to relinquish its control over Lebanon: army refuses to withdraw Photograph: (sambad.in)

ଜେରୁଜେଲମ: ଆତଙ୍କବାଦୀ ସଂଗଠନ ହେଜବୁଲ୍ଲା ସହିତ ଯୁଦ୍ଧବିରତିର ସମୟସୀମା ଶେଷ ହେବା ପରେ ମଧ୍ୟ ଇସ୍ରାଏଲ ଲେବାନନରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରିବାକୁ ମନା କରିଦେଇଛି । ମଙ୍ଗଳବାର ଦିନ ଅସ୍ତ୍ରବିରତି ଅବଧି ଶେଷ ହେଉଛି। ଇସ୍ରାଏଲୀ ସେନା କହିଛି ଯେ, ନିଜର ସୈନ୍ୟ ଦକ୍ଷିଣ ଲେବାନନର ପାଞ୍ଚଟି ରଣନୈତିକ ସ୍ଥାନରେ ରହିବେ। ଲେବାନନ୍ ସରକାର ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେହିପରି ଗାଜାରେ ଯୁଦ୍ଧବିରତି ନେଇ ଅନିଶ୍ଚିତତା ରହିଛି।  କାରଣ ଇସ୍ରାଏଲ ଏବଂ ଆମେରିକା ଯୁଦ୍ଧବିରତି ଜାରି ରଖିବା କିମ୍ବା ଏହାକୁ ସମାପ୍ତ କରିବା ବିଷୟରେ ପରସ୍ପର ବିରୋଧୀ କଥା କହୁଛନ୍ତି। ଇତିମଧ୍ୟରେ ହମାସ ସହିତ ଇସ୍ରାଏଲର ଯୁଦ୍ଧର ୫୦୦ ଦିନ ପୂରଣ ହୋଇଛି।

ଚୁକ୍ତିନାମା ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନର ଏକ ବଫର ଜୋନରୁ  ସୈନିକ ପ୍ରତ୍ୟାହାର କରିବାର ଥିଲା, ଯାହା ଲେବାନନ ସେନା ଏବଂ ଜାତିସଂଘ ଶାନ୍ତିସେନାଙ୍କ ଦ୍ୱାରା ତଦାରଖ କରାଯିବାର ଥିଲା। ଇସ୍ରାଏଲ ସାମରିକ ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ନାଦଭ ଶୋଶାନି କହିଛନ୍ତି ଯେ, ଇସ୍ରାଏଲ ସଠିକ ଏବଂ ସୁବ୍ୟବସ୍ଥିତ ଭାବରେ ଏବଂ ଆମର ନାଗରିକଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ସେନା  ପ୍ରତ୍ୟାହାର ପାଇଁ ପ୍ରତିବଦ୍ଧ।

ଅଧିକ ପଢ଼ନ୍ତୁ: ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ଆମେରିକା ଏବଂ ରୁଷିଆ ମଧ୍ୟରେ ଆଲୋଚନା

ଲେବାନନ ରାଷ୍ଟ୍ରପତି ଜୋସେଫ ଆଉନ୍ କହିଛନ୍ତି ଯେ,  ଯୁଦ୍ଧବିରତିକୁ ସମ୍ମାନ କରାଯିବା ଉଚିତ୍ ଏବଂ ଇସ୍ରାଏଲ ଭଳି ଶତ୍ରୁକୁ ବିଶ୍ୱାସ କରାଯାଇପାରିବ ନାହିଁ।  ହେଜବୁଲ୍ଲା ନେତା ନଇମ କାସେମ ରବିବାର କହିଥିଲେ, ମଙ୍ଗଳବାର ପରେ କୌଣସି ବିଳମ୍ବ ପାଇଁ କିଛି ବାହାନାକୁ ପ୍ରଶୟ ଦିଆଯିବ ନାହିଁ।

ସୂଚନାଯୋଗ୍ୟ, ହମାସ ୭ ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ​​ଏବଂ ଏହି ଆକ୍ରମଣର ପରଦିନ ହିଁ ହେଜବୁଲ୍ଲା ଇସ୍ରାଏଲ ଉପରେ ରକେଟ, ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ କରିବା ଆରମ୍ଭ କରିଦେଇଥିଲା। ସେପ୍ଟେମ୍ବରରେ ଇସ୍ରାଏଲ-ହେଜବୁଲ୍ଲା ସଂଘର୍ଷ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ପରିଣତ ହୋଇଥିଲା।

ଅଧିକ ପଢ଼ନ୍ତୁ: ବିଡିଓଙ୍କ ବଲେରୋ ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe