ରକେଟ ମାଡ଼ ପରେ ଇସ୍ରାଏଲର ବେନ ଗୁରିଅନ ବିମାନବନ୍ଦରରେ ବନ୍ଦ ହେଲା ବିମାନ ଚଳାଚଳ, ଗଲାଣି ୩୬୦୦ଲୋକଙ୍କ ଜୀବନ

Advertisment
ରକେଟ ମାଡ଼ ପରେ ଇସ୍ରାଏଲର ବେନ ଗୁରିଅନ ବିମାନବନ୍ଦରରେ ବନ୍ଦ ହେଲା ବିମାନ ଚଳାଚଳ, ଗଲାଣି ୩୬୦୦ଲୋକଙ୍କ ଜୀବନ

ନୂଆଦିଲ୍ଲୀ: ହମାସ ଆତଙ୍କବାଦୀମାନେ ଇସ୍ରାଏଲରେ ଅନୁପ୍ରବେଶ କରି ଇସ୍ରାଏଲୀ ନାଗରିକଙ୍କୁ ହତ୍ୟା କରିବା ସହ ଶତାଧିକ ନାଗରିକଙ୍କୁ ପଣବନ୍ଦୀ କରିନେଇଛନ୍ତି। ଏହି ଭୟଙ୍କର ଆକ୍ରମଣର ବିଭିନ୍ନ ଭିଡିଓ ଏବେ ଭାଇରାଲ୍‌ ହେଉଛି। ଭିଡିଓରେ ବର୍ବର ଆକ୍ରମଣ ସହ ଗାଜାରେ ଆତଙ୍କବାଦୀଙ୍କ ମଧ୍ୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଏମଧ୍ୟରେ ଇସ୍ରାଏଲର ବେନ ଗୁରିଅନ ବିମାନବନ୍ଦର ଉପରେ ହମାସ ଆତଙ୍କବାଦୀମାନେ ରକେଟ ମାଡ଼ କରିଥିବା ନେଇ ଖବର ମିଳିଛି।

ଆକ୍ରମଣ ପରେ ଏବେ ବେନ ଗୁରିଅନ ବିମାନବନ୍ଦରରେ ଉଡ଼ାଣ ଓ ଅବତରଣ ବନ୍ଦ କରିଦିଆଯାଇଛି। ବିମାନ ଉପରେ ରକେଟ ମାଡ଼ କରାଯିବାରୁ ବିମାନ ଚଳାଚଳ ‌ଉପରେ ରୋକ ଲଗାଇଛନ୍ତି ସରକାର। ଯୁଦ୍ଧ ଆରମ୍ଭକୁ ୫ଦିନ ହୋଇସାରିଥିବା ବେଳେ ଏପର୍ଯ୍ୟନ୍ତ ୩୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାକୁ ଲାଗିଥିବା ବେଳେ ଲୋକେ ଦେଶ ଛାଡ଼ିବାକୁ ବସିଲେଣି। ଇସ୍ରା‌ଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ, ‘ଇସ୍ରାଏଲ ଯୁଦ୍ଧ ଆରମ୍ଭ କରିନଥିଲା, କିନ୍ତୁ ଇସ୍ରାଏଲ ଯୁଦ୍ଧ ଶେଷ କରିବ। ଆମେ ଏହି ଯୁଦ୍ଧ ଚାହିନଥିଲୁ। କିନ୍ତୁ ଅତ୍ୟନ୍ତ ନିଷ୍ଠୁର ଏବଂ ବର୍ବର ଭାବେ ଆମ ଉପ‌ରେ ଆକ୍ରମଣ ହୋଇଛି। ଯଦିଓ ଇସ୍ରାଏଲ ଏହି ଯୁଦ୍ଧ ଆରମ୍ଭ କରିନାହିଁ କିନ୍ତୁ ଇସ୍ରାଏଲ ହିଁ ଏହି ଯୁଦ୍ଧ ଶେଷ କରିବ। ଇସ୍ରାଏଲ ଉପରେ ଆକ୍ରମଣ କରି ହମାସ ଏକ ମସ୍ତବଡ଼ ଭୁଲ୍‌ କରିଛି ବୋଲି ବୁଝିପାରିବ। ହମାସକୁ ଏଥିପାଇଁ ବହୁ ମୂଲ୍ୟ ଦେବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe